ପ୍ରେମରେ ବୁଡ଼ିରହୁଥିଲେ ମୁସୋଲିନୀ


ଫାସୀବାଦ ଦ୍ୱାରା ଇଟାଲୀରେ ଏକଛତ୍ରବାଦ ପ୍ରତିଷ୍ଠା କରିଥିବା ବେନିଟୋ ମୁସୋଲିନୀଙ୍କ ଜୀବନର କ୍ଳାନ୍ତ ମୁହୂର୍ତ୍ତରେ କ୍ଲାରା ଆଣିଥିଲେ ପ୍ରେମ। ପରେ ମୁସୋଲିନୀଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା। ଯୁଦ୍ଧର ଘନଘଟା ଭିତରେ ନିରାପଦରେ ରହିବା ପାଇଁ ପତ୍ନୀ ରାଚେଟା ରୋମ୍ ଚାଲିଗଲେ। ହେଲେ ସେଇ ଦୁର୍ଦ୍ଦିନରେ ମୁସୋଲିନୀଙ୍କୁ ଛାଡ଼ିଗଲେ ନାହିଁ କ୍ଲାରା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପୂର୍ବରୁ ମୁସୋଲିନୀଙ୍କୁ ବନ୍ଦୀ କରାଗଲା।

ଜୀବନରେ ନିଜର କୃତକର୍ମ ପାଇଁ ଅନୁତାପ କରୁଥିବା ସମୟରେ ତାଙ୍କ ପାଖରେ କ୍ଲାରା ହିଁ ଥିଲେ। ମୁସୋଲିନୀଙ୍କୁ ଯେତେବେଳେ ଫାୟାରିଂ ସ୍କ୍ବାର୍ଡ଼ ଆଗରେ ଛିଡ଼ା କରାଇ ଦିଆଗଲା, କ୍ଲାରା ବି ପାଖରେ ରହିଥିଲେ। ବାରମ୍ବାର ନିର୍ଦେଶ ସତ୍ତ୍ୱେ କ୍ଲାରା ନିଜ ବାହୁ ବନ୍ଧନରୁ ମୁସୋଲିନୀଙ୍କୁ ଛାଡ଼ିଲେ ନାହିଁ। ଶେଷରେ ଦୁଇଜଣଙ୍କୁ ହିଁ ଗୁଳି ମାରି ହତ୍ୟା କରାଗଲା। ଆଲିଙ୍ଗନବଦ୍ଧ ପ୍ରେମୀଯୁଗଳଙ୍କ ରକ୍ତାକ୍ତ ଦେହ ମାଟିରେ ଲୋଟିପଡ଼ିଲା। ସେମାନଙ୍କ ପ୍ରେମକୁ ଛଡ଼ାଇ ନେଇ ପାରିଲାନି ମୃତ୍ୟୁ। କାଳଜୟୀ ହୋଇଗଲା ମୁସୋଲିନୀ ଓ କ୍ଲାରାଙ୍କ ପ୍ରେମ କାହାଣୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ