ଏମାନେ ବିଫଳତାରୁ ପାଇଛନ୍ତି ସଫଳତା


ବିଶ୍ୱର ଏମିତି ଅନେକ ସଫଳ ମଣିଷ ଅଛନ୍ତି, ଯେଉଁମାନେ ଜୀବନର ପ୍ରଥମାର୍ଦ୍ଧରେ ଏକାଧିକ ଥର ବିଫଳତା ଚାଖିଛନ୍ତି। ମାତ୍ର ସେମାନେ ବିଫଳତାରେ ଭାଙ୍ଗି ନ ପଡ଼ି ଆଗକୁ ବଢ଼ିଚାଲିଛନ୍ତି। ଫଳରେ ସଫଳତା ସେମାନଙ୍କୁ ଛୁଇଁ ପାରିଛି। ଶେଷରେ ବିଫଳତାରୁ ଆସି ସଫଳତାର ସ୍ବାଦ ଚାଖିଛନ୍ତି। ଆଉ ଏଇ ସଫଳତା ହିଁ ସେମାନଙ୍କୁ କରିଛି ବିଶ୍ୱ ପ୍ରସିଦ୍ଧ।

ଜେ କେ ରୋଲିଂ

ଜନପ୍ରିୟ କପୋଳକଳ୍ପିତ କାହାଣୀ ‘ହ୍ୟାରି ପୋଟର’ ସିରିଜ୍‌ର ଲେଖିକା ଏବଂ ତା’ସହ  ‘ହ୍ୟାରି ପୋଟର’ ବହି ବିକି ସବୁଠୁ ଅଧିକ ରୋଜଗାର କରିଥିବା ଜେ.କେ.ରୋଲିଂ ଯେତେବେଳେ ଏଇ କାହାଣୀ ଲେଖିବା ଆରମ୍ଭ କଲେ, ସେତେବେଳେ ସେ ଥିଲେ ‘ସିଙ୍ଗଲ୍ ମମ୍’ ଏବଂ ଏକ ବେସରକାରୀ ସଂସ୍ଥାରେ କାମ କରି ପରିବାର ପୋଷୁଥିଲେ।

ଷ୍ଟିଭେନ୍ ସ୍ପିଲ୍‌ବର୍ଗ
ବିଶ୍ୱ ପ୍ରସିଦ୍ଧ ଏଇ ନିର୍ଦେଶକ ୧୯୭୫ ମସିହାରେ ବ୍ଲକବଷ୍ଟର ‘ଜସ୍’ ସିନେମା ତିଆରି କରି ତିନିଟି ଏକାଡ଼େମୀ ଆଓ୍ୱାର୍ଡ଼ ପାଇଥିଲେ। କିନ୍ତୁ ଏକଦା ଷ୍ଟିଭେନ୍‌ଙ୍କୁ ୟୁନିଭର୍ସିଟି ଅଫ ସଦର୍ଣ୍ଣ କାଲିଫର୍ଣ୍ଣିଆ ସ୍କୁଲ ଅଫ ସିନେମାଟିକ୍‌ ଆର୍ଟସରୁ ପ୍ରତ୍ୟାଖ୍ୟାତ ହେବାକୁ ପଡ଼ିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ