ମୋବାଇଲ, କମ୍ପ୍ୟୁଟର ନୋଟିଫିକେସନ୍‌ଠାରୁ ଦୂରେଇ ରହନ୍ତୁ

ଅସଲରେ ବହି ପଢ଼ନ୍ତୁ, ସାଙ୍ଗକୁ ସମୟ ଦିଅନ୍ତୁ

ବର୍ତ୍ତମାନର ଯୁବପିଢ଼ି ସ୍ମାର୍ଟଫୋନ୍‌ ପ୍ରେମରେ ପାଗଳ। ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ମୋବାଇଲ । ସାରାଦିନ ଇ-ମେଲ, ଚାଟ୍‌, ସୋସିଆଲ ମିଡ଼ିଆ, ଗେମ୍‌, ଭିଡ଼ିଓ ଚାଟ୍‌ରେ ସମୟ ବିତୁଛି। ଟେକ୍ନୋଲୋଜି ଜୀବନକୁ ଯେତିକି ସହଜ କରୁଛି, ଏହାର ଅତ୍ୟଧିକ ବ୍ୟବହାର ଜୀବନକୁ ସେମିତି ନିରସ ମଧ୍ୟ କରୁଛି । ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ଆସୁଥିବା ଲଗାତର ନୋଟିଫିକେସନ ଆପଣଙ୍କ ଏକାଗ୍ରତାକୁ ଭଙ୍ଗ କରିଥାଏ ।

ନୋଟିଫିକେସନକୁ ଖାତିର କରନ୍ତୁନି
ଯଦି ଫେସ୍‌ବୁକ୍‌, ହ୍ବାଟସ୍‌ଅପ୍‌ ଭଳି ସୋସିଆଲ ମିଡ଼ିଆର ନୋଟିଫିକେସନ୍‌କୁ ବାରମ୍ବାର ଦେଖୁଛନ୍ତି, ତେବେ ଏହି ଅଭ୍ୟାସ ଉପରେ ଲଗାମ ଲଗାଇବା ବହୁତ ଜରୁରୀ । ଦିନର ଏକ  ନିଦ୍ଦିଷ୍ଟ ସମୟ ନିର୍ଣ୍ଣୟ କରି ଏସବୁ ନୋଟିଫିକେସନ୍‌ ପଢ଼ନ୍ତୁ। ମୋବାଇଲ୍‌ ଡାଟା ବି ବନ୍ଦ ରଖନ୍ତୁ। ଫଳରେ ନୋଟିଫିକେସନ୍‌ ଆପଣଙ୍କୁ ବ୍ୟସ୍ତ କରିପାରିବ ନାହିଁ । ଅଦରକାରୀ ଆପ୍ଲିକେସନ୍ ହଟାଇ ଦିଅନ୍ତୁ । ଆପଣଙ୍କ ମେଲ୍‌ବକ୍ସକୁ ଆସୁଥିବା ଅଦରକାରୀ ‘ନ୍ୟୁଜ୍‌ଲେଟର’କୁ ବି ‘ଅନ୍‌ସବ୍‌ସ୍କ୍ରାଇବ୍‌’ କରିପାରିବେ ।

ଛୁଟିରେ ଫୋନ୍‌ଠାରୁ ଦୂରେଇ ରହନ୍ତୁ

ବ୍ୟସ୍ତବହୁଳ ଜୀବନରୁ ବିରାମ ପାଇଁ ଛୁଟି ନିଆଯାଏ । ଫଳରେ ପରବର୍ତ୍ତୀ ସମୟରେ କାମ କରିବା ପାଇଁ ଉତ୍ସାହ ବଢ଼ିବ । ଯଦି ଛୁଟିରେ ବି ଆପଣ ଫୋନ୍‌ରେ ମଜ୍ଜି ରହୁଛନ୍ତି, ତେବେ ଜାଣନ୍ତୁ ସମସ୍ୟା ଆରମ୍ଭ ହୋଇଗଲାଣି । ଅନେକ ସମୟରେ ଲୋକମାନେ ଭର୍ଚୁଆଲ ଦୁନିଆରେ ଏପରି ହଜିଯାଉଛନ୍ତି ଯେ, ପୃଥିବୀରେ ଥିବା ସୌନ୍ଦର୍ଯ୍ୟକୁ ଦେଖିବା ଏବଂ ଏହାର ପ୍ରଶଂସା କରିବାକୁ ଭୁଲି ଯାଉଛନ୍ତି । ତେଣୁ ଯଦି ଆଗକୁ ଛୁଟିର ଯୋଜନା କରୁଛନ୍ତି, ତେବେ ଫୋନ୍‌କୁ କିଛି ସମୟ ବନ୍ଦ ରଖିବା ଶିଖନ୍ତୁ । ସାଙ୍ଗମାନଙ୍କ ସହ କଥା ହେଲାବେଳେ ଯଥାସମ୍ଭବ ମୋବାଇଲ ବ୍ୟବହାର ନ କରିବା ଲାଗି ଚେଷ୍ଟା କରନ୍ତୁ ।

ଅସଲରେ ବହି ପଢ଼ନ୍ତୁ

ଏବେ ଯୁବପିଢ଼ି କମ୍ପ୍ୟୁଟର ଓ ମୋବାଇଲ୍‌ରେ ବହି ପଢ଼ୁଛନ୍ତି, ସିନେମା ଦେଖୁଛନ୍ତି ।ଏହା ଅଭ୍ୟାସରେ ପଡ଼ିଯାଉଛି । ଏପରି ସ୍କ୍ରିନ୍‌ରେ ନ ପଢ଼ି ଅସଲରେ ବହି ପଢ଼ନ୍ତୁ । ମୋବାଇଲ୍‌ରେ ସିନେମା ନ ଦେଖି ସପ୍ତାହରେ ଥରେ ସିନେମା ହଲ୍‌ ଯାଆନ୍ତୁ । ସ୍ମାର୍ଟଫୋନ୍‌ ମୋହରୁ ବାହାରିଲା ପରେ ଦୁନିଆରେ ଅନେକ କିଛି ଜିନିଷ ଦେଖିବାର ଅଛି ବୋଲି ଅନୁଭବ କରିପାରିବେ ।

ବେଡ୍‌ରୁମ୍‌ରୁ ଡିଜିଟାଲ ଉପକରଣ ହଟାନ୍ତୁ
ଘରକୁ ଫେରିଲାପରେ ମୋବାଇଳ୍‌ ବନ୍ଦ ରଖନ୍ତୁ । ଶୋଇବା ଘରେ ଟିଭି, ମୋବାଇଲ୍‌, ଲ୍ୟାପ୍‌ଟପ୍‌ ତଥା ଅନ୍ୟାନ୍ୟ ଇଲୋକ୍ଟ୍ରାନିକ୍ସ ଉପକରଣ ନ ରଖିବା ପାଇଁ ଚେଷ୍ଟା କରନ୍ତୁ । ଏହାଫଳରେ ଆପଣ ଚାପମୁକ୍ତ ହୋଇପାରିବେ ।

ନିଜ ରୁଚିକୁ ଜାଣନ୍ତୁ
ନିଜ ରୁଚି କ’ଣ ଜାଣନ୍ତୁ । ଲୋକଙ୍କ ପାଖରେ ଅନ୍ୟ କୌଣସି ରୁଚି ନ ରହିଲେ, ମୋବାଇଲ୍‌ ସ୍କ୍ରିନ୍‌ରେ ସାଙ୍ଗ ଖୋଜିବାରେ ଲାଗିପଡ଼ନ୍ତି । ଜୀବନରେ ନୂଆ ରଙ୍ଗ ଭରିବା ପାଇଁ ନୂଆ ନୂଆ କାମ ଶିଖନ୍ତୁ । ନିଜକୁ କରନ୍ତୁ ମୋବାଇଲ କଏଦରୁ ମୁକ୍ତ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ