ମାନବିକତା ଭୁଲିଲା କ୍ଲିନିକ୍‌ ଆଟେଣ୍ଡାଣ୍ଟ୍‌: ଶିଶୁକୁ ଶିକୁଳିରେ ବାନ୍ଧିଲା


ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ ଜନୈକ କ୍ଲିନିକ୍‌ ଆଟେଣ୍ଟାଣ୍ଟ୍‌ ଜଣେ କୋମଳମତି ଶିଶୁକୁ ଶିକୁଳିରେ ବାନ୍ଧି ସମସ୍ତ ମାନବିକତାର ସୀମାକୁ ଟପିଯାଇଛି। ଏହି କୁନି ପିଲାଟି ଚପଲ ଚୋରି କରିଥିବାରୁ ଉକ୍ତ କ୍ଲିନିକ୍‌ ଆଟେଣ୍ଟାଣ୍ଟ୍‌ ତାକୁ ଲୁହା ଶିକୁଳିରେ ବାନ୍ଧି ଦେଇଥିଲା। କେତେକ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ନଜରରେ ଏହା ପଡ଼ିବା ପରେ ସେମାନଙ୍କଠାରୁ ସୂଚନା ପାଇ ସ୍ଥାନୀୟ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।  କିନ୍ତୁ ସାମ୍ବାଦିକଙ୍କ ଉପସ୍ଥିତି ବେଳେ ଉକ୍ତ ଆଟେଣ୍ଟାଣ୍ଡ୍‌ ଭୟରେ ଶିଶୁଟିକୁ ମୁକ୍ତ କରିଦେଇଥିଲା। ପରେ ପୋଲିସ୍‌ ଆଟେଣ୍ଡାଣ୍ଟ୍‌ ଆସିଫ୍‌କୁ ଗିରଫ କରିଥିବା ଜଣାପଡ଼ିଛି।

କବି ନଗର ପୋଲିସ୍‌ ଷ୍ଟେସନ୍‌ରେ ଆସିଫ୍ ବିରୋଧରେ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ମାମଲା ରୁଜୁ ହୋଇଛି। ରାଜ ନଗରସ୍ଥିତ ଫୋନିକ୍ସ ସ୍ପିଚ୍‌ ଆଣ୍ଡ୍‌ ହିୟରିଂ କ୍ଲିନିକ୍‌ରେ ଉକ୍ତ ଶିଶୁଟିକୁ ବନ୍ଧାଯାଇଥିଲା। ପୋଲିସ୍‌ ଘଟଣାରେ ନିଜ ତରଫରୁ ଏକ ମାମଲା ରୁଜୁ କରିଛି। ପଚରାଉଚରା ବେଳେ ଆସିଫ୍ ପୋଲିସ୍‌କୁ ସୂଚନା ଦେଇଛି ଯେ ଉକ୍ତ ଶିଶୁଟି କ୍ଲିନିକ୍‌ ବାହାରେ ରହିଥିବା ଜୋତା ଚୋରି କରୁଥିବାରୁ ତାକୁ ଦଣ୍ଡ ଦେବା ସକାଶେ ସେ ଲୁହା ଚେନ୍‌ରେ ବାନ୍ଧିଦେଇଥିଲା। ଏହା ଜଣେ ସ୍ଥାନୀୟ ଖବରକାଗଜର ଫଟୋଗ୍ରାଫର୍‌ ନଜରରେ ପଡ଼ିବା ପରେ ସେ ଫଟୋ ଉତ୍ତୋଳନ କରିବା ସହ ପୋଲିସ୍‌ରେ ଖବର ଦେଇଥିଲେ। ଏଥିରେ ଭୟଭୀତ ହୋଇ ଆସିଫ୍‌ ତା’ ଗୋଡ଼ରୁ ଶିକୁଳି ଖୋଲିଦେବା ପରେ ପିଲାଟି ସେଠାରୁ ପଳାଇ ଯାଇଥିଲା। ତେବେ ପୋଲିସ୍‌ ତାକୁ ଖୋଜାଖୋଜି କରି ନିକଟସ୍ଥ ଏକ ବସ୍ତି ଅଞ୍ଚଳରୁ ଉଦ୍ଧାର କରିବା ସହ ତା’ର ମେଡିକାଲ୍‌ ଯାଞ୍ଚ୍‌ କରିଛି। କିନ୍ତୁ କ୍ଲିନିକ୍‌ର ଡାକ୍ତର ଲଭନିତ୍‌ ମାଲହୋତ୍ରା ଏପରି ଖବରକୁ ମିଛ ବୋଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସୂର୍ଯ୍ୟ ବିନା ଜୀବନ ସମ୍ଭବ
ଆମେ ଏ ପର୍ଯ୍ୟନ୍ତ ଜାଣିଥିଲେ - ସୂର୍ଯ୍ୟଙ୍କର ଆଲୋକ ଓ ଉତ୍ତାପର ଏକ ନିର୍ଦ୍ଦିଷ୍ଟ ସମନ୍ବୟରେ ଜୀବନୀ ଶକ୍ତି ସଞ୍ଚରିତ ହୁଏ। ପ୍ରକାରାନ୍ତରେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଜୀବନଧାରଣ ସମ୍ଭବ ନୁହେଁ। କିନ୍ତୁ ୨୦୧୩ ମସିହାରେ ବୈଞାନିକମାନେ ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ଆଲୋକ-ଉତ୍ତାପର ଅନୁପସ୍ଥିତିରେ ଜୀବନୀ-ଶକ୍ତିର ସନ୍ଧାନ ପାଇବା ପରେ ଉତ୍‌ଫୁଲ୍ଲିତ ହୋଇଉଠିଛନ୍ତି। ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ମାର୍କ ଲିଭର ଘୋଷଣା କରିଛନ୍ତି - ସାଧାରଣତଃ ଆଲୋକ ସଂଶ୍ଳେଷଣ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ଖାଦ୍ୟ ସଂଗ୍ରହ ସମ୍ଭବ ହୋଇଥାଏ। ସେଥି ନିମନ୍ତେ ସୂର୍ଯ୍ୟର ଆଲୋକ ଅପରିହାର୍ଯ୍ୟ। କିନ୍ତୁ ଗଭୀର ମହାସାଗରରରେ କେମୋସିନ୍ଥେସିସ୍‌ ପ୍ରକ୍ରିୟାରେ ଜୀବନ ସମ୍ଭବ ହୋଇଛି। ତାଙ୍କର ଏହି ଗବେଷଣା ମହାକାଶରେ ଜୀବନ ସନ୍ଧାନରେ ବହୁ ଭାବରେ ସହାୟକ ହେବ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?