ବୁଲି ଦେଖନ୍ତୁ ଭାରତର ସମୃଦ୍ଧ ଐତିହାସିକ ସ୍ଥଳୀ


କୌଣସି ଦେଶ କେତେ ସମୃଦ୍ଧ ତାହା ଉକ୍ତ ଦେଶର ଐତିହାସିକ ସ୍ଥଳ ଦେଖିଲା ପରେ ଜଣାପଡ଼େ। ଭାରତ ନିଜର ସମୃଦ୍ଧ ଐତିହାସିକ ସ୍ଥଳୀ ପାଇଁ ସାରା ବିଶ୍ବରେ ସବୁଠୁ ଉପରେ ରହିଛି। ଏଠାରେ ଭାରତ ଏମିତି କେତେକ ଐତିହାସିକ ସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଉଛି, ଯେଉଁଠିକୁ ପ୍ରତ୍ୟେକ ଭାରତୀୟ ଅତିକମ୍‌ରେ ଜୀବନରେ ଥରେ ଯିବା ଉଚିତ।

ହାମ୍ପି

କର୍ଣ୍ଣାଟକର ହାମ୍ପିରେ ଥିବା ଐତିହାସିକ ସ୍ଥଳୀ ୟୁନେସ୍କୋର ବିଶ୍ବ ଐତିହ୍ୟ ସ୍ଥଳୀରେ ସ୍ଥାନ ପାଇଛି। ୧୪୦୦ ଶତାବ୍ଦୀରେ ହିନ୍ଦୁ ରାଜ୍ୟ ବିଜୟନଗରର ରାଜଧାନୀ ପାଲଟିଥିଲା ହାମ୍ପି। ଇତିହାସ ଅନୁସାରେ ପାର୍ସି, ୟୁରୋପୀଅ ବିଶେଷକରି ପର୍ତ୍ତୁଗୀଜ୍‌ ବସବାସ କରୁଥିବା ଏହି ହାମ୍ପି ସହର ଏକ ସମୃଦ୍ଧ, ଧନୀ ଏବଂ ଭବ୍ୟ ସହର ଥିଲା। ଏହା ତୁଙ୍ଗଭଦ୍ରା ନଦୀ ନିକଟରେ ଅବସ୍ଥିତ। ଯଦିଓ ଏବେ ଏହି ସହର ଧ୍ବସଂସ୍ତୁପରେ ପରିଣତ ହେବା ଭଳି ଲାଗୁଛି, ତେବେ ଏହାର ସମୃଦ୍ଧ ଅତୀତ ଦେଖିବା ଲାଗି ଦୂର ଦୂରାନ୍ତରୁ ପର୍ଯ୍ୟଟକ  ଏବେ ବି ଏଠାକୁ ଆସୁଛନ୍ତି।

ଖଜୁରାହୋ

ଖଜୁରାହୋ ସ୍ମାରକ ସମୂହରେ ହିନ୍ଦୁ, ବୁଦ୍ଧ ଓ ଜୈନ୍‌ ମନ୍ଦିର ରହିଛି। ମଧ୍ୟପ୍ରଦେଶର ଛତରପୁରରେ ଏହି ସ୍ମାରକ ସ୍ଥଳ ଅବସ୍ଥିତ। ୯୫୦ରୁ ୧୦୫୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଚନ୍ଦେଲା ରାଜବଂଶର ରାଜା ଏହି ମନ୍ଦିର ନିର୍ମାଣ କରିଥିବା କୁହାଯାଉଛି। ଇତିହାସ ଅନୁସାରେ ଖଜୁରାହୋ ମନ୍ଦିରରେ ୧୨୦୦ ଶତାବ୍ଦୀର ୮୫ଟି ମନ୍ଦିର ରହିଛି।  ୧୯୮୬ ମସିହାରେ ୟୁନେସ୍କୋ ଏହାକୁ ବିଶ୍ବ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ଦେଇଥିଲା।

ହୁମାୟୁଁଙ୍କ ମକବରା

ମୋଗଲ ସମ୍ରାଟ ଆକବରଙ୍କ ପିତା ହୁମାୟୁଁଙ୍କ ମକବରା ଦିଲ୍ଲୀର ନିଜାମୁଦ୍ଦିନରେ ନିର୍ମାଣ କରାଯାଇଛି। ଏହି ମକବରା ହୁମାୟୁଁଙ୍କ ବିଧବା ବେଗମ୍‌ ହମିଦା ବାନୋଙ୍କ ନିର୍ଦେଶରେ ୧୫୬୨ ମସିହାରେ ନିର୍ମାଣ କରାଯାଇଥିଲା।

ଲୋଟସ୍‌ ଟେମ୍ପଲ

ଦିଲ୍ଲୀର ନେହରୁ ପ୍ଲେସ୍‌ ନିକଟରେ ରହିଛି ଏହି ଉପାସନ ସ୍ଥଳ। ଏହି ନିଆରା ମନ୍ଦିରରେ କୌଣସି ଠାକୁରଙ୍କ ମୂର୍ତ୍ତି ନାହିଁ କିମ୍ବା ଏଠାରେ କୌଣସି ଧାର୍ମିକ କର୍ମକାଣ୍ଡ କରାଯାଏ ନାହିଁ। ମାତ୍ର ଏହି ମନ୍ଦିର ନିଜର ବାସ୍ତୁକଳା ପାଇଁ ଅନେକ ପୁରସ୍କାର ହାସଲ କରିଛି। ୧୯୮୭ରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା।

ଚାର୍‌ମିନାର

ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ସ୍ଥିତ ଏହି ଐତିହାସିକ ସ୍ମାରକର ନିର୍ମାଣ ୧୫୯୧ରେ ସୁଲତାନ ମୁହମ୍ମଦ କୁଲି କୁତୁବ ଶାହ କରିଥିଲେ। ଏହି ଅଞ୍ଚଳ ପ୍ରବଳ ଭିଡ଼ ହେଉଥିଲେ ମଧ୍ୟ ଏହା ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

ସ୍ବର୍ଣ୍ଣ ମନ୍ଦିର
ପଞ୍ଜାବର ଅମୃତସରରେ ଥିବା ଏହି ମନ୍ଦିର ଶିଖ୍‌ ଧର୍ମର ସବୁଠାରୁ ବଡ଼ ଧାର୍ମିକସ୍ଥଳ ଭାବେ ଗ୍ରହଣ କରାଯାଏ। ଏହା ଶ୍ରୀ ହରମନ୍ଦିର ସାହିବ, ଦରବାର ସାହିବ ତଥା ସ୍ବର୍ଣ୍ଣ ମନ୍ଦିର ଭାବେ ଜଣାଯାଏ। ପାଖାପାଖି ୪୦୦ ବର୍ଷ ପୁରୁଣା ଏହି ଗୁରୁଦ୍ବାରର ବ୍ଲୁପ୍ରିଣ୍ଟ ନିଜେ ଗୁରୁ ଅର୍ଜୁନ୍‌ ଦେବ ତିଆରି କରିଥିଲେ।

ତାଜମହଲ
ମୋଗଏ ସମ୍ରାଟ ଶାହଜହାଁଙ୍କ ଦ୍ବାରା ଉତ୍ତର ପ୍ରଦେଶର ଆଗ୍ରାରେ ନିର୍ମାଣ କରାଯାଇଥିବା ଏହି ସୌଧ ବିଶ୍ବର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଛି। ଶାହାଜହାଁ ନିଜ ପତ୍ନୀ ମୁମ୍‌ତାଜଙ୍କ ସ୍ମୃତିରେ ଏହି ସୌଧ ନିର୍ମାଣ କରିଥିଲେ।

ଲାଲ କିଲ୍ଲା
ମୋଗଲ ସମ୍ରାଟ ଶାହଜହାଁଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଲାଲ କିଲ୍ଲା କେବଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁନାହିଁ, ଏହା ମଧ୍ୟ ଦେଶର ଏକ ପ୍ରମୁଖ ଏକ ଐତିହାସିକ ସ୍ଥଳୀ। ଏଠାରେ ସ୍ବାଧୀନତା ଦିବସରେ ଦେଶର ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିଥାନ୍ତି।

ମହୀଶୂର ପ୍ୟାଲେସ୍‌
କର୍ଣ୍ଣାଟକରେ ଥିବା ଏହି ମହଲରେ ମହୀଶୂରର ରାଜ ପରିବାର ରହୁଥିଲେ। ଏବେ ବି ଏହି ମହଲର ସୌନ୍ଦର୍ଯ୍ୟ ଦେଖିବା ଲାଗି ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆସୁଛନ୍ତି। ଏକ ବଡ଼ ଉଦ୍ୟାନ ଭିତରେ ଏହି ମହଲ ନିର୍ମାଣ କରାଯାଇଛି। ଏଠାର ଦଶହରା ବିଶ୍ବ ପ୍ରସିଦ୍ଧ ଅଟେ।

ହୱା ମହଲ
ରାଜସ୍ଥାନର ଜୟପୁରରେ ଥିବା ଏହି ହୱା ମହଲକୁ ୧୭୯୯ ମସିହାରେ ମହାରାଜ ସୱାଇ ପ୍ରତାପ ସିଂ ନିର୍ମାଣ କରିଥିଲେ। ଲାଲ ଏଂବ ଗୋଲାପୀ ପଥରରେ ଏହି ମହଲ ନିର୍ମାଣ କରାଯାଇଛି। ମହୁମାଛି ବସା ଭଳି ପରିଦୃଶ୍ୟ ହେଉଛି ଏହି ୫ ମହଲା ବିଶିଷ୍ଟ ହୱା ମହଲ। ଏଥିରେ ୯୫୩ଟି ଜାଲିଦାର ଛୋଟ ଝଟକା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ବିବର୍ତ୍ତନବାଦର ବିବର୍ତ୍ତନ
୧୮୫୯ ମସିହା ନଭେମ୍ବର ୨୪ ତାରିଖରେ ଚାର୍ଲସ ଡାରୱିନ୍‌ଙ୍କର ଯୁଗାନ୍ତକାରୀ ଗ୍ରନ୍ଥ ‘ଅନ୍‌ ଦ ଓରିଜିନ୍‌ ଅଫ୍‌ ସ୍ପିସିଜ୍‌’ ପ୍ରକାଶ ପାଇଲା। ଯଦିଓ ଡାରୱିନ୍‌ଙ୍କ ଗବେଷଣା ଦୁଇ ଦଶନ୍ଧି ପୂର୍ବରୁ ସମାପ୍ତ ହୋଇଥିଲା, ସେ ଏହି ଗ୍ରନ୍ଥ ପ୍ରକାଶ କରିବାରେ ଜାଣିଶୁଣି ବିଳମ୍ବ କରିଥିଲେ। ସେ ଜାଣିଥିଲେ ଯେ ଏହା ପ୍ରକାଶ ପାଇବା ପରେ ଧାର୍ମିକ ଅନୁଷ୍ଠାନ ତରଫରୁ ଭୀଷଣ ପ୍ରତିବାଦ ଆସିବ। କିନ୍ତୁ ୧୮୫୮ ମସିହାରେ ଆଉ ଜଣେ ବୈଞାନିକ ଆଲଫର୍ଡ ରସେଲ ୱାଲେସ୍ ବିବର୍ତ୍ତନ ସମ୍ପର୍କରେ ଗବେଷଣା ସମାପ୍ତ ହେଲା ବୋଲି ଘୋଷଣା କଲେ। ଦୁଇଜଣଙ୍କ ପାଣ୍ଡୁଲିପି ଲାଇନେନ୍‌ ସୋସାଇଟି ଅଫ୍‌ ଲଣ୍ଡନକୁ ପଠାଗଲା। ସେଠାରେ ପ୍ରମାଣିତ ହେଲା ଯେ ଚାର୍ଲସ ଡାରୱିନ୍‌ ହେଉଛନ୍ତି ବିବର୍ତ୍ତନବାଦର ଜନକ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?