ମଞ୍ଚସ୍ଥ ହେଲା ନାଟକ ‘ତନ୍ଦ୍ରାଲୋକର ପ୍ରହରୀ’


ସଂସ୍କୃତି ମନ୍ତ୍ରାଳୟ ସହଯୋଗରେ ପ୍ରମୁଖ ନାଟ୍ୟାନୁଷ୍ଠାନ ‘ଶତାଦ୍ଦୀର କଳାକାର’ ପକ୍ଷରୁ ଭୁବନେଶ୍ବର ବିଜୁ ନାଟ୍ୟ କେନ୍ଦ୍ର ପରିସରରେ ମଞ୍ଚସ୍ଥ ହୋଇଛି ନାଟକ ‘ତନ୍ଦ୍ରାଲୋକର ପ୍ରହରୀ’। ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଗବେଷଣାଲବ୍ଧ ଏହି କଥାବସ୍ତୁ ଆଧାରରେ ରଚିତ ଗଳ୍ପକୁ ନେଇ ନାଟ୍ୟାନୁଷ୍ଠାନର କଳାକାରମାନେ ମଞ୍ଚସ୍ଥ କରିଥିଲେ ଏହି ନାଟକ। ଯୁବ ନାଟ୍ୟକାର ଡ. ଆଲୋକ ଅଗ୍ନିବେଶ ଏହି ନାଟକର ନିର୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ପ୍ରତାପ।

ଦୁନିଆରେ ମଣିଷ ଓ ଜୀବଜନ୍ତୁଙ୍କ ଭଳି ପ୍ରେତାତ୍ମା ମଧ୍ୟ ଅଛନ୍ତି। ଭୂଲୋକ ଓ ସ୍ୱର୍ଗଲୋକ ଭଳି ପ୍ରେତଲୋକ ବି ରହିଛି। ପ୍ରତ୍ୟେକ ଲୋକ ମୃତ୍ୟୁ ପରେ ଏଠାକୁ ଆସିଥାନ୍ତି। ପରେ ସେ ଯେ କୌଣସି ରୂପରେ ଜନ୍ମ ନିଏ। ପ୍ରେତମାନେ ବିଚରଣ କରୁଥିବା ଜାଗା ହେଉଛି ପ୍ରେତପୁରୀ। ପ୍ରେତାତ୍ମା ଥିବାରୁ ସେମାନଙ୍କୁ କାବୁ କରିବା ପାଇଁ ଗୁଣିଗାରେଡ଼ି ଚାଲୁଛି। ଗୁଣିଆମାନେ ସୃଷ୍ଟି ହେଉଛନ୍ତି। ଏଭଳି ଏକ କଥାବସ୍ତୁକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ‘ତନ୍ଦ୍ରାଲୋକର ପ୍ରହରୀ’। ଏହି ଅବସରରେ ବିଶିଷ୍ଟ କଥାକାର ଗୌରହରୀ ଦାସ, ନାଟ୍ୟକାର ରବୀନ୍ଦ୍ରନାଥ ଦାସ, ସୀତେଶ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନର ଧୀରେନ୍ଦ୍ରନାଥ ମଲ୍ଲିକ, ଦର୍ପ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ