ଆସୁଛି ଓଡ଼ିଆ ସିନେମା ନାୟକର ନାଁ ଦେବଦାସ


ଖୁବ୍‌ଶୀଘ୍ର ଓଡ଼ିଆ ପରଦାରେ ଦେବଦାସଙ୍କୁ ଦେଖିବାକୁ ପାଇବେ। କାରଣ ଖୁବ୍‌ଶୀଘ୍ର ଓଡ଼ିଆ ସିନେମା ନାୟକର ନାଁ ଦେବଦାସ ରୁପେଲି ପରଦାକୁ ଆସିବାକୁ ଯାଉଛି। ଏଥିରେ ଅପରାଜିତା ମହାନ୍ତି ଏକ ଦମଦାର ତଥା ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବେ।

ନାୟକର ନାଁ ଦେବଦାସରେ ଅପରାଜିତା ପାରୋଙ୍କ ମା’ ଭୂମିକାରେ ଅଭିନୟ କରିବେ। ଏଥିରେ ଅନୁ ଚୌଧୁରୀ ପାରୋ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ସିନେମା ‘ଦେବଦାସ’ରେ ପାରୋଙ୍କ ମା’ ଭୂମିକାରେ ଲୋକପ୍ରିୟ ଅଭିନେତ୍ରୀ କିରନ ଖେର ନଜର ଆସିଥିଲେ। ଏହି ଫିଲ୍ମରେ କିରନ ଏକ ପ୍ରଭାବଶାଳୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କଠାରୁ ବାହାବା ପାଇଥିଲେ। ଏବେ ଓଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଅପରାଜିତା ଏହି ଚରିତ୍ରକୁ ଜୀବନ୍ତ କରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ମଧ୍ୟ ସେ ଅନେକ ଚ୍ୟାଲେଞ୍ଜିଂ ରୋଲ୍‌ରେ ଅଭିନୟ କରି ନିଜକୁ ପ୍ରମାଣିତ କରି ସାରିଛନ୍ତି।

ଅଞ୍ଜେନେୟ କ୍ରିଏସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବ୍ୟାନରରେ ନିର୍ମିତ ଏହି ସିନେମାର ଟାଇଟଲ ରୋଲ୍‌ରେ ନଜର ଆସିବେ ଅସିତ। ଗତବର୍ଷ ସେ ଭୈରବ ସିନେମାରେ ନଜର ଆସିଥିଲେ। ଏହି ସିନେମାରେ ଅନୁ ଚୌଧୁରୀ, ବିଜୟ ମହାନ୍ତି, ବବି ମିଶ୍ର, ପପି ଓ ପିଣ୍ଟୁ ନନ୍ଦ ପ୍ରମୁଖ ମଧ୍ୟ ଅଭିନୟ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ