ହେମିଂୱେଙ୍କୁ ମନେରଖିଛି କ୍ୟୁବା


ଖୁବ୍ ଆଡଭେଞ୍ଚର ପ୍ରିୟ ସାହିତ୍ୟିକ ଥିଲେ ଅର୍ନେଷ୍ଟ ମିଲର୍ ହେମିଂୱେ। ଛ’ ଭାଇ ଭଉଣୀଙ୍କ ଭିତରେ ଦ୍ୱିତୀୟ ଏଇ ପୁତ୍ରସନ୍ତାନ ପାଇଁ ଖୁବ୍ ଗର୍ବ କରୁଥିଲେ ତାଙ୍କ ବାପା, ମା’। କାରଣ ସାନବେଳୁ ହିଁ ଖୁବ୍ ପ୍ରତିଭାଶାଳୀ ଥିଲେ ହେମିଂୱେ।

ହେମିଂୱେ ଯେତେବେଳେ ଖୁବ୍ ଛୋଟ ଥିଲେ, ମାଛ ଧରିବାକୁ ଖୁବ୍ ପସନ୍ଦ କରୁଥିଲେ। ମାଛ ଧରିବା ତାଙ୍କର ନିଶା ଥିଲା। ସେଇଥି ପାଇଁ ବଣଜଙ୍ଗଲ ଘେରା ମିଚିଗାନ୍ ହ୍ରଦର ଚାରିପାଖ ବୁଲିବୁଲି ସେ ମାଛ ଧରୁଥିଲେ। ବଡ଼ ହେବା ପରେ ମଧ୍ୟ ଏଇ ନିଶାରୁ ମୁକୁଳି ପାରି ନ ଥିଲେ ନୋବେଲ ବିଜେତା ଆମେରିକୀୟ ଲେଖକ ଓ ସାମ୍ବାଦିକ ହେମିଂୱେ।

ମାଛ ଧରିବା ପାଇଁ ୪୦ ଫୁଟ୍ ଲମ୍ବ କଳାରଙ୍ଗର ଏକ ବୋଟ୍ ତିଆରି କରିଥିଲେ ହେମିଂୱେ, ଯାହାର ନାଁ ଦେଇଥିଲେ ‘ପିଲର୍’। ଆମେରିକାରେ ସିନା ଜନ୍ମ ହୋଇଥିଲେ, ହେଲେ ଜୀବନର ଅଧିକାଂଶ ସମୟ ସେ କ୍ୟୁବାରେ ବିତାଇଥିଲେ, ନିଜେ ତିଆରି କରିଥିବା ବୋଟ୍‌ରେ। ପାଣିରେ ଭାସୁ ଭାସୁ ସେ କେତେବେଳେ ମାଛ ଧରୁଥିଲେ ତ କେତେବେଳେ କାହାଣୀ ଲେଖୁଥିଲେ। ‘ଦ ଓଲ୍ଡମ୍ୟାନ ଆଣ୍ଡ ଦ ସି’ ଏବଂ ଅନ୍ୟାନ୍ୟ କିଛି ଶ୍ରେଷ୍ଠକୃତି ସେ ଏଇ ବୋଟ୍‌ରେ ହିଁ ଲେଖୁଥିଲେ। ତେଣୁ ଆଜି ମଧ୍ୟ ଏଇ ଭିନ୍ନ ରୁଚିର ଲେଖକଙ୍କୁ ମନେରଖିଛି କ୍ୟୁବା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ