ତିଆରି କରନ୍ତୁ ମସଲାଦାର ତନ୍ଦୁରୀ ଆଳୁ ଟିକ୍କା


ଆଳୁକୁ ପରିବା ଭିତରେ ରାଜା ବୋଲି କୁହାଯାଏ। କାରଣ ଏହାକୁ ଆପଣ ସବୁପ୍ରକାରର ତରକାରୀରେ ପକାଇପାରିବେ। କେବଳ ତରକାରୀ ନୁହେଁ ଆଳୁରେ ପ୍ରସ୍ତୁତ ସ୍ନାକ୍‌ସ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି। ବିଶେଷ କରି ଆଳୁରେ ପ୍ରସ୍ତୁତ ଫ୍ରେଞ୍ଚ ଫ୍ରାଇଜ୍‌, ପକୁଡ଼ି ଆଦି ପିଲାମାନେ ବହୁତ ପସନ୍ଦ କରନ୍ତି। ସେହିପରି ମସଲାଦାର ତନ୍ଦୁରୀ ଆଳୁ ଟିକ୍କା ମଧ୍ୟ ବହୁତ ସ୍ବାଦିଷ୍ଟ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଚାଲନ୍ତୁ ଜାଣିବା ମସଲାଦାର ତନ୍ଦୁରୀ ଆଳୁ ଟିକ୍କା ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

ଅଧ ଚାମଚ ଜୁଆଣି, ୧ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ କଳା ଲୁଣ, ୨ ଚାମଚ ତନ୍ଦୁରୀ ମସଲା, ଅଧ ଚାମଚ କସୁରି ମେଥି, ୨ ଚାମଚ ବଟା ଅଦା-ରସୁଣ, ୨୪୦ ଗ୍ରାମ୍‌ ଦହି, ୧ ଚାମଚ ତେଲ, ୧ ଟେବଲସ୍ପୁନ୍‌ କର୍ଣ୍ଣଫ୍ଲୋର୍‌, ୪୦୦ ଗ୍ରାମ୍‌ ଛୋଟ ସିଝା ଆଳୁ ଏବଂ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପାତ୍ରରେ କେବଳ ସିଝା ଆଳୁକୁ ଛାଡ଼ି ବାକି ସବୁ ସାମଗ୍ରୀକୁ ଢାଳି ଭଲ ଭାବେ ମିଶ୍ରଣ କରନ୍ତୁ। ଏହି ମିଶ୍ରଣରେ ଏବେ ଏଥିରେ ଗୋଟା ସିଝା ଆଳୁ ପକାଇ ମିଶାନ୍ତୁ। ମନେରଖନ୍ତୁ ଆଳୁକୁ ଚକଟିବେ ନାହିଁ। ମାରିନେଟ୍‌ କରିବା ଲାଗି ୧୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏବେ ସିଝା ଆଳୁକୁ ଗ୍ରୀଲ୍‌ଷ୍ଟିକ୍‌ରେ ଆଳୁ ଗୁନ୍ଥନ୍ତୁ। ଏହାକୁ ମାଇକ୍ରୋ ୱେଭନ୍‌ରେ ୩୫୦ ଡିଗ୍ରୀ ଫାରେନ୍‌ ହାଇଟ୍‌ରୁ ୧୮୦ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରାରେ ୨୫ ମିନିଟ୍‌ ପାଇଁ ସେକନ୍ତୁ। ପ୍ରସ୍ତୁତ ହୋଇଗଲା ଗରମ ଗରମ ମସଲାଦାର ସ୍ବାଦିଷ୍ଟ ତନ୍ଦୁରୀ ଆଳୁ ଟିକ୍କା। ସନ୍ଧ୍ୟା ସ୍ନାକ୍‌ସରେ ମନ ପସନ୍ଦର ଚଟଣୀ ସହିତ ଗରମ ଗରମ ଖାଆନ୍ତୁ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ