ରବୀନ୍ଦ୍ରନାଥ ଠାକୁର ଜଣେ ଇହୁଦୀ !


ଗୋଲାପକୁ ଯେଉଁ ନାଁରେ ଡାକିଲେ ମଧ୍ୟ ସେ ତା’ର ସୁଗନ୍ଧ ବିଛାଡ଼ି ଚାଲିଥିବ - ଇଂରେଜ ନାଟ୍ୟକାର ସେକ୍ସପିୟରଙ୍କର ଏଇ ଯୁକ୍ତିକୁ ନାକଚ କରିଦେଲେ ଜଣେ ଭାରତୀୟ ଲେଖକ, ନୋବେଲ୍ ବିଜେତା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। ରବୀନ୍ଦ୍ରନାଥ ଆନ୍ନାକାଳି ପାକଡାଶୀ, ଦିକ୍‌ଶୂନ୍ୟ ଭଟ୍ଟାଚାର୍ଯ୍ୟ ନାଁରେ ଲେଖୁଥିଲେ। କିନ୍ତୁ ଭାନୁ ସିଂ ଛଦ୍ମନାମରେ ସେ ଅନେକ ଲେଖା ଲେଖିଥିଲେ।
 
ମାରଓ୍ୱାଡ଼ି ଲୋକଙ୍କ ମୁହଁରେ ସେ ରବୀନ୍ଦର ନାଥ। ପୁଣି ଇଟାଲୀୟା ଉଚ୍ଚାରଣରେ ହୋଇଗଲେ ରବୀନ୍ଦ୍ରା ତାଗୋର। ତେବେ ଆଉ ଏକ ଘଟଣା ମଜାଦାର ଥିଲା। ଯେତେବେଳେ ଜର୍ମାନୀରେ ଇହୁଦୀଙ୍କ ଉପରେ ହିଟଲରଙ୍କ ନାଜି ବାହିନୀ ଅକଥନୀୟ ଅତ୍ୟାଚାର କରୁଥିଲେ, ସେତେବେଳେ ସେ ଦେଶକୁ ବିଶ୍ୱକବିଙ୍କର ଯିବାର ଥିଲା। କିନ୍ତୁ ଯେଉଁମାନେ ତାଙ୍କ ଜର୍ମାନୀ ଯିବାକୁ ପସନ୍ଦ କରୁ ନ ଥିଲେ, ସେମାନେ ଅପପ୍ରଚାର କରିଦେଲେ ଯେ ରବୀନ୍ଦ୍ରନାଥ ଠାକୁର ପ୍ରକୃତରେ ଜଣେ ଇହୁଦୀ। ତାଙ୍କ ନାଁ ରାବ୍‌ବି ନାଥନ୍। ଇହୁଦୀଙ୍କର ପୁରୋହିତଙ୍କୁ ରାବ୍‌ବି କହନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ