ନୂଆଦିଲ୍ଲୀ: ଦେଶରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ରୋଗୀ ସଂଖ୍ୟା ୯୬୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩୭୪ ଜଣ ସୁସ୍ଥ ହୋଇସାରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୫୦ ଜଣ ଏହି ପ୍ରକରଣରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଥିବାବେଳେ ଦିଲ୍ଲୀରେ ୩୨୦ ଜଣ ଓ କେରଳରେ ୧୦୯ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୁଜରାଟରେ ୯୭ ଜଣ, ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୨ ଓ ତାମିଲନାଡୁରେ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି। କର୍ଣ୍ଣାଟକରେ ୩୪ ଜଣ, ଆନ୍ଧ୍ରପ୍ରଦେଶରେ ୧୬, ହରିୟାଣାରେ ୧୪, ଓଡ଼ିଶାରେ ୧୪, ପଶ୍ଚିମବଙ୍ଗରେ ୧୧, ଉତ୍ତରାଖଣ୍ଡରେ ୪, ଚଣ୍ଡିଗଡ ଓ ଜମ୍ମୁ କାଶ୍ମୀର ପ୍ରତ୍ୟେକରେ ୩ ଜଣ ଲେଖାଏଁ, ଆଣ୍ଡାମାନ ନିକୋବର ଓ ଉତ୍ତର ପ୍ରଦେଶରେ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗୋଆ, ହିମାଚଳପ୍ରଦେଶ, ଲଦାଖ, ମଣିପୁର, ପଞ୍ଜାବରେ ଓମିକ୍ରନ ପ୍ରକରଣରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।