ଅପରାଧ
ଆଇପିଏଲ୍ ବେଟିଂ: ୬ ଗିରଫ

ଗିରଫ ହୋଇଥିବା ଅଭିଯୁକ୍ତ
ଆଇପିଏଲ୍ ବେଟିଂ ବେଳେ ପୋଲିସ୍ର ଚଢ଼ାଉ। ଆସିକା ପାଟପୁର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଆଇପିଏଲ ବେଟିଂକୁ ପଣ୍ଡ କରିଛି ପୋଲିସ୍। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଆଇପିଏଲ୍ ବେଟିଂରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ପୋଲିସ୍ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ରମେଶ ଚନ୍ଦ୍ର ନାୟକ, ମଳାଭଞ୍ଜା ଗ୍ରାମର ଯୋଗୀ ବେହେରା, ପାଟପୁର ଥାନା ପୋଡ଼ାମାରି ଗ୍ରାମର କାଳୀଚରଣ ସାହୁ, ଶିବ ଶଙ୍କର ମହାନ୍ତି, ଧରମପୁର ଗ୍ରାମର ବିଜୟ କୁମାର ପ୍ରଧାନ ଏବଂ ଏ.ବାବୁଲା ଦୋରା। ଅଭିଯୁକ୍ତମାନଙ୍କର ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କଠାରୁ ୮ଟି ମୋବାଇଲ ଫୋନ୍ ସମେତ ୧ ଲକ୍ଷ ୬୦ ହଜାର ୫୦୦ ଟଙ୍କା ଜବତ କରାଯାଇଛି।