ଡିସପ୍ରାକସିଆର ଲକ୍ଷଣ ଜାଣନ୍ତୁ


ପ୍ରତୀକାତ୍ମକ ଫଟୋ
ଡିସପ୍ରାକସିଆ ଏକ ସାମାନ୍ୟ ନ୍ୟୁରୋଲୋଜିକାଲ ଅଥବା ବ୍ରେନ ଆଧାରିତ ଡିଜଅର୍ଡର। ଏହା ଚଲାବୁଲା ଓ କୋର୍ଡିନେସନକୁ ପ୍ରଭାବିତ କରିଥାଏ। କୋର୍ଡିନେସନ ଦରକାର ହେଉଥିଲେ ଡିସପ୍ରାକସିଆ ରୋଗୀଙ୍କ ପାଇଁ ଏହା ବେଶ ଆହ୍ବାନପୂର୍ଣ୍ଣ। ଏହାର ପ୍ରଭାବରେ ଖେଳିବା, କାର ଚଳାଇବା ଭଳି କାମ କରିବା ଅସୁବିଧା ହୋଇଯାଏ। ଏହା ଇଣ୍ଟେଲିଜେନ୍ସକୁ ପ୍ରଭାବିତ କରି ନ ଥାଏ। କିନ୍ତୁ ଏହା ମସ୍ତିଷ୍କରେ ଥିବା ଫାଇନ ମୋଟର ସ୍କିଲକୁ ପ୍ରଭାବିତ କରିପାରେ। ଏଥିରେ ଲେଖିବା କିମ୍ବା ଛୋଟ ଜିନିଷକୁ ବ୍ୟବହାର କରିବା ସାମିଲ ହୋଇପାରେ।

ବିଶେଷଜ୍ଞଙ୍କ ଅନୁସାରେ ଡିସପ୍ରାକସିଆ ହେବାର କୌଣସି ଠୋସ କାରଣ ନାହିଁ। କିନ୍ତୁ ମସ୍ତିଷ୍କର ସନ୍ଦେଶ ଶରୀରରେ ପ୍ରେରଣ ହେବାରେ ବାଧା ସୃଷ୍ଟି ହେବା କାରଣରୁ ଏହା ହୋଇଥାଏ ବୋଲି କୁହାଯାଏ। ଏହା ବ୍ୟକ୍ତିର ସହଜ ଓ ସମନ୍ବିତ ଉପାୟରେ ଗତି କରିବାର କ୍ଷମତାକୁ ପ୍ରଭାବିତ କରିଥାଏ। ଡିସପ୍ରାକସିଆ ଫାଉଣ୍ଡେସନର ୱେବସାଇଟରେ ଏହା କୁହାଯାଇଛି। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ମହିଳାଙ୍କ ତୁଳନାରେ ପୁରୁଷମାନେ ଏହାର ଶିକାର ଅଧିକ ହେଉଛନ୍ତି। ବେଳେବେଳେ ସମୟ ପୂର୍ବରୁ ଜନ୍ମ ହେଉଥିବା ପିଲା ବି ଏଥିରେ ପୀଡ଼ିତ ହୋଇପାରନ୍ତି।

ଲକ୍ଷଣ
କୋର୍ଡିନେସନ, ସନ୍ତୁଳନ ଓ ଗତି କରିବାରେ, କୌଣସି ନୂଆ ଜିନିଷ ଶିଖିବାରେ, ସୂଚନା ମନେରଖିବାରେ, କପଡ଼ା ପିନ୍ଧିବା କିମ୍ବା ରୋଷେଇ କରିବାରେ ସସସ୍ୟା ଭଳି ଦୈନନ୍ଦିନ କାର୍ଯ୍ୟରେ ଆସୁଥିବା ଆହ୍ବାନ ଯଥା ଲେଖିବା, କିବୋର୍ଡ ବ୍ୟବହାର କରିବା, ଛୋଟ ଜିନିଷ ଟାଣିବା କିମ୍ବା ଧରିବାରେ ଅସୁବିଧା, ଆତ୍ମବିଶ୍ବାସର ଅଭାବ, ଖରାପ ଟାଇମ ମ୍ୟାନେଜମେଣ୍ଟ, ଯୋଜନା ଓ ବ୍ୟକ୍ତିଗତ ବ୍ୟବସ୍ଥିତ ଦକ୍ଷତାରେ ଅଭାବ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଏହା ସ୍ମରଣ ଶକ୍ତି ଉପରେ ବି ପ୍ରଭାବ ପକାଇପାରେ।

ଚିକିତ୍ସା
ଡିସପ୍ରାକସିଆର କୌଣସି ଉପଚାର ନାହିଁ। କିନ୍ତୁ ସାଧାରଣତଃ ଲୋକେ ଦୈନନ୍ଦିନ କାମରେ ଆସୁଥିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଥେରାପି ନେଇଥାନ୍ତି। ଅକ୍ୟୁପେସନାଲ ଥେରାପିର ଉପଯୋଗ ବ୍ୟକ୍ତି ସ୍ବତନ୍ତ୍ର ରହିବାର ଉପାୟ ଖୋଜିବାକୁ କରାଯାଏ। ସେହିପରି କଗନିଟିଭ ବିହେବିୟରାଲ ନାମକ ଟକିଂ ଥେରାପିର ଉପଯୋଗ ମାଧ୍ୟମରେ ରୋଗୀ ଚିନ୍ତା କରିବା ଓ ବ୍ୟବହାର କରିବାର ଉପାୟକୁ ବଦଳାଇ ସମସ୍ୟାରେ ସୁଧାର ଆଣିବାକୁ କରାଯାଏ। ଏଥିସହିତ ରୋଗୀ ଫିଟ ଓ ସୁସ୍ଥ ରହିବା ସହିତ  ନିୟମିତ ବ୍ୟାୟାମ କଲେ ବି କୋର୍ଡିନେସନରେ ସାହାଯ୍ୟ ମିଳିପାରେ। ଯଦି ଲେଖିବା କଷ୍ଟ ହେଉଛି ତେବେ ଲ୍ୟାପଟପ କିମ୍ବା କମ୍ପ୍ୟୁଟର ବ୍ୟବହାର କରନ୍ତୁ। ଜିନିଷକୁ ବ୍ୟବସ୍ଥିତ କରିବା ଲାଗି କ୍ୟାଲେଣ୍ଡର, ଡାଏରୀ ଓ ଆପର ବ୍ୟବହାର କରିବା ଆବଶ୍ୟକ। ଆହ୍ବାନ ସମ୍ପର୍କରେ ସକାରାତ୍ମକ କଥା ହେବା ଶିଖିବା, ବୁଝିବା, ଏଥିରୁ କିପରି ବାହାରିବା ଆଦି ଶିଖିବା ଆଦି ସାମିଲ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।