ଆଇଏସ୍‌ଆଇକୁ ତଥ୍ୟ ଲିକ୍: ଡିଆର୍‌ଡିଓର ୪ ଠିକା କର୍ମଚାରୀ ଗିରଫ


ଗିରଫ ହୋଇଥିବା ୪ ଅଭିଯୁକ୍ତ
ଭୁବନେଶ୍ବର: ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ (ଆଇଟିଆର୍‌)ରୁ ପୁଣି ତଥ୍ୟ ଲିକ୍‌। ୨୦୧୪ ମସିହାରେ ଘଟିଥିବା ଘଟଣାର ପୁଣି ହୋଇଛି ପୁନରାବୃତ୍ତି। ନିରାପତ୍ତା, ସାର୍ବଭୌମତ୍ବ ପ୍ରତି ପୁଣି ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଛି। ପାକିସ୍ତାନର ଆତଙ୍କବାଦୀ ସଂସ୍ଥା ଆଇଏସ୍‌ଆଇ ଓ କେତେକ ବିଦେଶୀ ସଂସ୍ଥାକୁ ଡିଆରଡିଓରୁ ଗୁପ୍ତ ସୂଚନା ପ୍ରଦାନ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ୍‌ର ସ୍ପେଶାଲ ସ୍କ୍ବାଡ୍। ଗିରଫ ହେବା ନେଇ ପୂର୍ବାଞ୍ଚଳ ଆଇଜି ଏବଂ ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି। ପୂର୍ବରୁ ୨୦୧୪ ମସିହାରେ ସମାନ ଅଭିଯୋଗରେ ଈଶ୍ୱର ବେହେରାକୁ ଗିରଫ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଡିଆରଡିଓରେ ଠିକା ଶ୍ରମିକଭାବେ କାମ କରୁଥିଲେ ବସନ୍ତ  ବେହେରା, ପ୍ରକାଶ ବେହେରା ଏବଂ ଶେଖ୍ ମୁସାକ୍।  ଏମାନେ ସମସ୍ତେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ସୂଚନା ମିଳିଛି। ବିଦେଶୀ ଏଜେଣ୍ଟଙ୍କ ସହ ଆଇଏସ୍‌ଡି ଫୋନ ନମ୍ବର ଜରିଆରେ ନିୟମିତ ଯୋଗସୂତ୍ରରେ ଥାଇ ତଥ୍ୟ ଯୋଗାଇ ଆସୁଥିଲେ ଏମାନେ। ଦେଶର ପ୍ରତିରକ୍ଷା ସମ୍ପର୍କରେ ବିଭିନ୍ନ ଗୋପନ ତଥ୍ୟ ଦେଇ ସେମାନେ ପାଉଥିଲେ ପ୍ରଚୁର ଅର୍ଥ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ବିଦେଶୀ ସଂସ୍ଥା ସହ ତଥ୍ୟ ପ୍ରଘଟ ବାବଦକୁ ଏମାନେ ମୋଟା ଅଙ୍କର ପାଉଣା ପାଉଥିଲେ। ଏ ସମ୍ପର୍କିତ ଠୋସ୍ ପ୍ରମାଣ ପାଇବା ପରେ ଗତ ୩ଦିନ ଧରି ଜାଲ ବିଛାଇଥିଲା ବାଲେଶ୍ୱର ପୋଲିସ୍‌ର ସ୍ପେଶାଲ ସ୍କ୍ୱାର୍ଡ଼। ଏମାନଙ୍କୁ ଧରିବା ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟିମ୍ ଗଠନ ହୋଇଥିଲା। ଟିମ୍‌ରେ ୬ ଜଣ ଆଇଆଇସି ଏବଂ ୬ଜଣ୍ ଡିଏସପି ରହିଥିଲେ। ପ୍ରାୟ ତିନିଦିନ ଧରି ତନାଘନା ଜାରି ରଖିଥିଲା ପୋଲିସ୍‌। ଏହାପରେ ମଙ୍ଗଳବାର ସକାଳେ ଏମାନଙ୍କୁ ଉଠାଇ ଆଣି ପଚାରାଉଚରା କରୁଥିବା ସୂଚନା ଦେଇଥିଲେ ପୋଲିସ୍‌ ମହାନିର୍ଦେଶକ ଅଭୟ।

ପରେ ଆଇଜି ହିମାଂଶୁ ଲାଲଙ୍କ ନିର୍ଦ୍ଦେଶ କ୍ରମେ ୪ ଜଣଙ୍କୁ ଗିରଫ କରାଯାଇଛି। ୪ ଅଭିଯୁକ୍ତଙ୍କ ମଧ୍ୟରୁ ବସନ୍ତ ବେହେରା ହେଉଛି ମାଷ୍ଟର୍‌ମାଇଣ୍ଡ। ଯିଏ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ ଏସି ଅପରେଟର୍ ଥିଲା। ଅନ୍ୟ ୩ ଜଣ ମଧ୍ୟ  ଲଞ୍ଚପ୍ୟାଡ୍‌ରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ବସନ୍ତ ପାଖକୁ ଇଣ୍ଟରନ୍ୟାସନାଲ୍ ଫୋନ୍ କଲ୍ ଆସୁଥିଲା ପାକିସ୍ତାନ-ରାଜସ୍ଥାନ ସୀମାନ୍ତରୁ। ସେହି ଫୋନ୍ କଲ୍ ମାଧ୍ୟମରେ ଏହି ୪ଜଣ ଯୋଗାଯୋଗରେ ଥିଲେ। ଏମାନଙ୍କ ବିରୋଧରେ ଆଇପିସିର ଧାରା ୧୨୦- ବି ଅର୍ଥାତ ଅପରାଧିକ ଷଡ଼ଯନ୍ତ୍ର, ୧୨୧-ଏ ଅର୍ଥାତ ଦେଶଦ୍ରୋହ, ଆଇପିସିର ଧାରା ୩୪ ଅର୍ଥାତ ମିଳିତ ଭାବେ ଅପରାଧ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିବା ଏବଂ ସରକାରୀ ଗୋପନୀୟତାକୁ କ୍ଷୁର୍ଣ୍ଣ କରିବା ବା ଗୁଇନ୍ଦାଗିରି କରିବା ଭଳି ପାଇଁ ଭଳି ମାମଲା ଲଗାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।