ୟୁରିନାରୀ ବ୍ଲାଡର କ୍ୟାନସରରେ ପୀଡ଼ିତ ମହେଶ, ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର


ମହେଶ ମଞ୍ଜରେକର
ବଲିଉଡ ଅଭିନେତା ତଥା ନିର୍ଦେଶକ ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନସରରେ ପୀଡ଼ିତ ହେବା ସହିତ ନିକଟରେ ତାଙ୍କର ସର୍ଜରୀ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସର୍ଜରୀ ପରେ ସେ ଏବେ ଧିରେ ଧିରେ ସୁସ୍ଥ ହେଉଥିବା ଜଣାପଡ଼ିଛି। ତେବେ ଚାଲନ୍ତୁ ଜାଣିବା ଏହି ୟୁରିନାରୀ ବ୍ଲାଡର କ୍ୟାନସର କ’ଣ।

ୟୁରିନାରୀ ବ୍ଲାଡର କ୍ୟାନସର କ’ଣ
ୟୁରିନାରୀ ବ୍ଲାଡର କ୍ୟାନସରକୁ ମୁତ୍ରାଶୟ କ୍ୟାନସର ବୋଲି ମଧ୍ୟ କୁହାଯାଏ। ମୁତ୍ରାଶୟ କୋଷିକାଗୁଡ଼ିକରେ ଅସାମାନ୍ୟ ବିକାଶ ହେଲେ ଏହାକୁ ମୁତ୍ରାଶୟ କ୍ୟାନସର କୁହାଯାଏ। ଏହି କ୍ୟାନସର ହେବା ଫଳରେ ପ୍ରାରମ୍ଭିକ ଅବସ୍ଥାରେ ପେଟରେ ଯନ୍ତ୍ରଣା ହୋଇଥାଏ। କିନ୍ତୁ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି। ମୁତ୍ରାଶୟ କ୍ୟାନସର ହେବା ଫଳରେ ରୋଗୀଙ୍କୁ ଭୀଷଣ ଯନ୍ତ୍ରଣା ହୋଇଥାଏ। ଭାରତରେ ପ୍ରତ୍ୟେକ ବର୍ଷ ୨ ପ୍ରତିଶତ ମାମଲାରେ ମୁତ୍ରାଶୟ କ୍ୟାନସରରେ ପୀଡ଼ିତ ବ୍ୟକ୍ତି ସାମ୍ନାକୁ ଆସିଥାନ୍ତି। ମୁତ୍ରାଶୟ କ୍ୟାନସରର ଲକ୍ଷଣ ଓ ସଙ୍କେତ ନଜର ଆସିବା ମାତ୍ରେ ନିଦାନ ଓ ଉପଚାର କରିବା ଉଚିତ।

ବ୍ଲାଡର କ୍ୟାନସରର କାରଣ
ଯେଉଁ ଲୋକ ମାତ୍ରାଧିକ ଧୂମପାନ କରନ୍ତି, ସେମାନଙ୍କ ଠାରେ ମୁତ୍ରାଶୟ କ୍ୟାନସର ଆଶଙ୍କା ଅଧିକ ରହିଛି। ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ଏହି କ୍ୟାନସର ହେବା ଆଶଙ୍କା ଅଧିକ ରହିଛି। ଅଧିକ ତମାଖୁ ସେବନ କରୁଥିବା ଲୋକଙ୍କ ଠାରେ ମଧ୍ୟ ମୁତ୍ରାଶୟ କ୍ୟାନସର ବିପଦ ରହିଛି। ଆନୁବଂଶିକ କାରଣରୁ ବି ଏହି କ୍ୟାନସର ହୋଇପାରେ।

ଲକ୍ଷଣ
ବ୍ଲାଡର କ୍ୟାନସରର ଲକ୍ଷଣ ଓ ସଙ୍କେତ ସମସ୍ତଙ୍କ ଠାରେ ଅଲଗା ଅଲଗା ହୋଇପାରେ। ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ କରିବା, ପରିସ୍ରାରେ ରକ୍ତ ପଡ଼ିବା, ବାରମ୍ବାର ପରିସ୍ରା ଲାଗିବା, ପିଠିରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ।

ଉପଚାର
ଉପରୋକ୍ତ ଲକ୍ଷଣକୁ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆବଶ୍ୟକ ସ୍ଥଳେ ଡାକ୍ତର ଅସ୍ତ୍ରୋପଚାର ବି କରିପାରନ୍ତି। ଶୀଘ୍ର ପରାମର୍ଶ ନେଲେ ଏହା ଠିକ ହେବାର ସମ୍ଭାବନା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।