ନାରୀ
ମହିଳା ଡାକ୍ତରଙ୍କ ମହାନତା: ଝିଅ ଜନ୍ମ ହେଲେ ନେଉ ନାହାନ୍ତି ପାଉଣା, ବାଣ୍ଟୁଛନ୍ତି ମିଠା

ଡା.ସିପ୍ରା ଧର ଶ୍ରୀବାସ୍ତବ
କହିବା ବାହୁଲ୍ୟ, ମଣିଷ ଏବେ ଏକବିଂଶ ଶତାବ୍ଦୀରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ଗଲାଣି, କିନ୍ତୁ ଏବେ ବି ଆମ ଦେଶରେ ପୁଅ-ଝିଅଙ୍କ ମଧ୍ୟରେ ପ୍ରଭେଦ ରହିଛି। ସବୁବେଳେ କିଛି ନା କିଛି ହୃଦୟ ବିଦାରକ ଖବର ଶୁଣିବାକୁ ମିଳୁଛି। ପୁଅ ପାଇବା ଇଚ୍ଛାରେ ଅନେକ ଗର୍ଭରୁ ହିଁ କନ୍ୟାଭ୍ରୁଣ ହତ୍ୟା ଭଳି ଅନେକ ଖବର ଶୁଣିବାକୁ ମିଳୁଛି। କେତେବେଳେ ନାଳରେ ତ ଆଉ କେତେବେଳେ ଅଳିଆ ଡବାରେ କନ୍ୟା ଭ୍ରୁଣ ପଡ଼ିଥିବା ଦେଖିବାକୁ ମିଳୁଛି। କିନ୍ତୁ ଏସବୁ ଭିତରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ଝିଅଙ୍କୁ ଜୀବନ ଠାରୁ ଅଧିକ ଭଲ ପାଆନ୍ତି। ଝିଅ ଜନ୍ମ ହେବା କୌଣସି ଉପହାର ଠାରୁ କମ ନୁହେଁ। ଏଭଳି ଜଣେ ମହିଳା ଡାକ୍ତର ହେଉଛନ୍ତି ସିପ୍ରା ଧର। ସେ ‘ଝିଅ ବୋଝ ନୁହନ୍ତି, ଏବେ ଚିନ୍ତାଧାରା ବଦଳାନ୍ତୁ’ ଅଭିଯାନ ସହ ଯୋଡ଼ିହୋଇ ଯାଇଛନ୍ତି। ଏହି ଅଭିଯାନରେ ତାଙ୍କ ନର୍ସିଂ ହୋମରେ ଜନ୍ମ ନେଉଥିବା ଝିଅଙ୍କ ପାଇଁ ମିଠା ବାଣ୍ଟୁଛନ୍ତି। ଏପରିକି ଝିଅ ପ୍ରସବ କରାଇଲେ ସେ ପାଉଣା ବି ନେଉ ନାହାନ୍ତି।
କନ୍ୟା ଭ୍ରୁଣ ହତ୍ୟା ବିରୋଧରେ ଅଭିଯାନ
ଡା.ସିପ୍ରା ଧର ଶ୍ରୀବାସ୍ତବ କହନ୍ତି ଲୋକଙ୍କ ମନରେ ଝିଅମାନଙ୍କ ପ୍ରତି ନକାରାତ୍ମକ ଚିନ୍ତାଧାରା ଏବେ ବି ରହିଛି। ଝିଅ ଜନ୍ମ ହେବା ଖବର ଶୁଣିବା ପରେ ପରିଜନଙ୍କ ମୁହଁରୁ ହସ ଲିଭି ଯାଉଛି। ଅନେକ ସମୟରେ ଗରିବୀ କାରଣରୁ ଲୋକେ ଝିଅ ଜନ୍ମ ହେବା ପରେ କାନ୍ଦୁଥିବା ବି ଦେଖିବାକୁ ମିଳୁଛି। ଏହି ଚିନ୍ତାଧାରା ବଦଳାଇବାକୁ ଚେଷ୍ଟା କରୁଥିବା ଡା.ସିପ୍ରା କହିଛନ୍ତି।
ନେଉ ନାହାନ୍ତି ପାଉଣା
ମହିଳା ଡାକ୍ତର ସିପ୍ରା ଝିଅ ଜନ୍ମ ହେଲେ ପାଉଣା କିମ୍ବା ହସ୍ପିଟାଲର ବେଡ ଚାର୍ଜ ନେଉ ନାହାନ୍ତି। ଯଦି ଅପରେସନ କରିବାକୁ ପଡ଼େ, ତେବେ ମାଗଣା ଅପରେସନ କରନ୍ତି। ଡା.ସିପ୍ରାଙ୍କ ନର୍ସିଂ ହୋମରେ ୨୫ ଜୁଲାଇ ୨୦୧୪ରୁ ଏଯାଏ ୪୩୫ ଜଣ ଝିଅ ଜନ୍ମ ହୋଇଛନ୍ତି। ସେ କାହାରି ଠାରୁ ପାଉଣା ନେଇ ନାହାନ୍ତି।
ପିଏମ ମୋଦୀଙ୍କୁ ଏହି ଅଭିଯାନ କରିଛି ପ୍ରଭାବିତ
ଡା.ସିପ୍ରାଙ୍କ ହସ୍ପିଟାଲର ଏହି ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଣିବା ପରେ ବେଶ ପ୍ରଭାବିତ ହୋଇଥିଲେ। ମେ’ ମାସରେ ପିଏମ ମୋଦୀ ବାରାଣସୀ ଆସିଥିବା ବେଳେ ସେ ଡା.ସିପ୍ରାଙ୍କୁ ଭେଟିଥିଲେ। ଏହାପରେ ସେ ମଞ୍ଚରେ ଦେଶକୁ ସମ୍ବୋଧନ କରିବାବେଳେ ପ୍ରତ୍ୟେକ ମାସ ୯ ତାରିଖରେ ଜନ୍ମ ହେଉଥିବା କନ୍ୟାଙ୍କ ପାଇଁ ପାଉଣା ନ ନେବା ପାଇଁ ସେ ଦେଶର ସମସ୍ତ ଡାକ୍ତରଙ୍କୁ ଆହ୍ବାନ କରିଥିଲେ। ଏହାଦ୍ବାରା ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନକୁ ଆହୁରି ଶକ୍ତି ମିଳିବ ବୋଲି ମୋଦୀ କହିଥିଲେ।
ଗରିବ ଝିଅଙ୍କୁ ପାଠ ପଢ଼ାଉଛନ୍ତି
ଡା.ସିପ୍ରା ଗରିବ ଝିଅମାନଙ୍କ ଶିକ୍ଷାର ବୋଝ ମଧ୍ୟ ଉଠାଉଛନ୍ତି। ସେ ତାଙ୍କ ନର୍ସିଂ ହୋମରେ ଝିଅମାନଙ୍କୁ ପାଠ ପଢ଼ାଉଛନ୍ତି। ଏଥିସହିତ ସେ ଗରିବ ପରିବାରର ଝିଅଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ ଉଠାଇବାରେ ସାହାଯ୍ୟ କରୁଛନ୍ତି। ଡା.ସିପ୍ରାଙ୍କ ପତି ଡା.ମନୋଜ କୁମାର ଶ୍ରୀବାସ୍ତବ ମଧ୍ୟ ଜଣେ ଡାକ୍ତର। ଏହି ମହାନ କାମ ପାଇଁ ସେ ତାଙ୍କ ପତ୍ନୀଙ୍କୁ ପୂରା ସମର୍ଥନ କରନ୍ତି।
ସଭ୍ୟ ସମାଜ ପାଇଁ ଅଭିଶାପ ଭ୍ରୁଣ ହତ୍ୟା
ଡା.ସିପ୍ରାଙ୍କ କହିବାନୁସାରେ ପୁରାତନ କାଳରେ ଝିଅମାନଙ୍କୁ ଲକ୍ଷ୍ମୀର ଆସନ ଦିଆଯାଉଥିଲା। ଦେଶ ଏବେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ରାସ୍ତାରେ ଆଗକୁ ବଢ଼ୁଛି। ଏହାପରେ ବି କନ୍ୟା ଭ୍ରୁଣ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟ ସଭ୍ୟ ସମାଜ ପାଇଁ ଅଭିଶାପ ବୋଲି ଡା.ସିପ୍ରା କହନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ