୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ ଅଲବିଦା, ପ୍ୟାରିସରେ ଭେଟ

ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବରେ ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।

କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ପ୍ରତିଯୋଗୀ ଓ ସପୋର୍ଟ ଷ୍ଟାଫ୍ ତଥା ଅଲିମ୍ପିକ୍ସ ସହ ଜଡ଼ିତ ପ୍ରତିଟି ବ୍ୟକ୍ତିବିଶେଷଙ୍କ ସ୍ବାସ୍ଥ୍ୟଗତ ନିରାପତ୍ତା ବିପନ୍ନ ହେବାର ଆଶଙ୍କା ଥିଲେ ମଧ୍ୟ ଅଂଶୀଦାର ଦଳଗୁଡ଼ିକଙ୍କ ସହଯୋଗରେ ଟୋକିଓ ଅଲିମ୍ପିକ୍ସକୁ ବେଶ୍ ସୁଚାରୁ ରୂପେ ଆୟୋଜକ ଶେଷ କରିପାରିଛନ୍ତି। ଟୋକିଓ ଅଲିମ୍ପିକ୍ସର ବିଧିବଦ୍ଧ ଉଦଯାପନୀ ଘୋଷଣା କରିବା ସହ ଆଇଓସି ସଭାପତି ଥୋମାସ୍ ବାକ୍ କହିଥିଲେ ଯେ ଆଥଲେଟମାନେ କ୍ରୀଡ଼ାଗ୍ରାମରେ ଦୃଢ଼ ସଂକଳ୍ପବଦ୍ଧ ଥିବାରୁ ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ପାରିଛନ୍ତି। ଆଥଲେଟମାନଙ୍କ ସହଯୋଗ ଯୋଗୁଁ ହିଁ ଆଜି କୋରୋନା ମହାମାରୀ ହାରିଛି ଓ କ୍ରୀଡ଼ାର ବିଜୟ ହୋଇଛି। କୋରୋନା ଆସିବା ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସମଗ୍ର ବିଶ୍ବ ଏକାଠି ହୋଇଛି। ବିଶ୍ବବାସୀଙ୍କ ଭାବନା ଏକ ହୋଇଛି ଓ ସମସ୍ତେ ମନଭରି କ୍ରୀଡ଼ାକୁ ଉପଭୋଗ କରିବା ସହ ପ୍ରେରଣା ଯୋଗାଇ ଦେଇଛନ୍ତି। ଏହା ଆମକୁ ଆଶା ଦେଇଛି ଓ ଆଗାମୀ ଦିନର କୌଣସି ଇଭେଣ୍ଟ ପାଇଁ ଆତ୍ମବିଶ୍ବାସ ଯୋଗାଇଛି ବୋଲି ବାକ୍ କହିଥିଲେ। ଶେଷରେ ଜାପାନବାସୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଧନୟବାଦ ଦେବା ସହ ଜାପାନ ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଜାପାନର ପାରମ୍ପରିକ ନୃତ୍ୟ, ସଙ୍ଗୀତ ସମେତ ନାନା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀମାନେ ମଧ୍ୟ ଷ୍ଟାଡିୟମର ମଧ୍ୟଭାଗରେ ସେଲଫି ନେବା ସହ ମୁହୂର୍ତ୍ତଟିକୁ ବେଶ୍ ସ୍ମରଣୀୟ କରିବାକୁ ଉଦ୍ୟମ କରିଥିବା ଦେଖାଯାଇଥିଲା। ସେହିପରି ପ୍ରଥମ ଥର ପାଇଁ କୌଣସି ଅଲିମ୍ପିକ୍ସର ଉଦଯାପନୀ ଉତ୍ସବର ସିଧା ପ୍ରସାରଣ ପରବର୍ତ୍ତୀ ସଂସ୍କରଣର ଆୟୋଜକ ଫ୍ରାନ୍ସରେ ଉପଲବ୍ଧ ହୋଇଥିଲା। ଶେଷରେ ଟୋକିଓ ଗଭର୍ଣ୍ଣର ୟୁରିକୋ କୋଇକେ ଅଲିମ୍ପିକ୍ ପତାକା ବାକଙ୍କୁ ଦେଇଥିଲେ ଓ ଏହାପରେ ବାକ୍ ଏହି ପତାକାଟିକୁ ପ୍ୟାରିସ୍ ମେୟର ଆନେ ହିଡାଲଗୋଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ସମସ୍ତ ଆଥଲେଟ, ଆୟୋଜନ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ ଓ ସର୍ବୋପରି ଜାପାନବାସୀଙ୍କୁ ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ସଭାପତି ସେଇକୋ ହାଶିମୋତୋ ଧନୟବାଦ ଦେଇଥିଲେ।

Post Comment

Captcha
Cannot Read? Click Here to generate a new one.

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ