ସ୍ବର୍ଣ୍ଣ ଜିତିବା ଅବିଶ୍ବସନୀୟ ଥିଲା: ନୀରଜ


ଟୋକିଓ ଅଲିମ୍ପିକ୍ସ ପୋଡିଅମରେ ଅନ୍ୟ ଦୁଇ ଜାଭେଲିନ ପଦକ ବିଜେତାଙ୍କ ସହ ନୀରଜ ଚୋପ୍ରା
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା କହିଛନ୍ତି, ମିଳିଥିବା ସଫଳତା ଅବିଶ୍ବସନୀୟ ଥିଲା। ସେ ପୋଡିୟମ ଚଢ଼ି ସ୍ବର୍ଣ୍ଣ ଜିତିବେ ବୋଲି ଭାବି ପାରି ନ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଫାଇନାଲକୁ ଉନ୍ନୀତ ହୋଇଥିବା ବିଶ୍ବ ରେକର୍ଡର ଅଧିକାରୀ ଜର୍ମାନୀର ଜୋହାନେସ ଭେଟରଙ୍କ ପ୍ରଦର୍ଶନ ନିକଟ ଅତୀତରେ ତାଙ୍କ ଠାରୁ ବହୁ ଆଗରେ ରହିଥିଲା। କାରଣ ଗତ ଏପ୍ରିଲରୁ ଜୁନ ଭିତରେ ଭେଟର ୭ ଥର ୯୦ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଥିବାରୁ ସ୍ବର୍ଣ୍ଣ ପଦକ ପାଇଁ ପ୍ରବଳ ଦାବିଦାର ଥିଲେ। ସେ ଯୋଗ୍ୟତା ପର୍ଯ୍ୟାୟରେ ନୀରଜଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ ବି ପଦକ ମୁକାବିଲାରେ ସେ ସ୍ବର୍ଣ୍ଣ ଜିତିବା ନେଇ ସବୁଠୁ ଆଗରେ ରହିଥିଲେ।

ମାତ୍ର ନିଜର ପ୍ରଦର୍ଶନ ଉପରେ ଆତ୍ମବିଶ୍ବାସ ରଖିଥିବା ନୀରଜଙ୍କ ପ୍ରଥମ ଥ୍ରୋ ୮୭.୦୩ ମିଟର ଛୁଇଁବା ପରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀ ଚାପକୁ ଚାଲି ଆସିଥିଲେ। ପ୍ରଥମ ଚେଷ୍ଟାରେ ଆଉ କେହି ୮୭ ମିଟର ଛୁଇଁବାରେ ବିଫଳ ହେବା ନୀରଜଙ୍କ ଆତ୍ମବିଶ୍ବାସକୁ ଆହୁରି ବଢ଼ାଇ ଦେଇଥିଲା। ଆଉ ଦ୍ବିତୀୟ ଚେଷ୍ଟାରେ ନୀରଜ ଆହୁରି ଉନ୍ନ ପ୍ରଦର୍ଶନ କରି ୮୭.୫୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଏପ୍ରକାର ପଦକ ଜିତିବା ନିଶ୍ଚିତ କରିଥିଲେ। ମାତ୍ର ଆହୁରି ୪ଟି ଥ୍ରୋ ବାକି ଥିବାରୁ ସ୍ବର୍ଣ୍ଣ ଜିତିବା ନେଇ ସସପେନ୍ସ ରହିଥିଲା। ୩ୟ ଚେଷ୍ଟାରେ ନୀରଜ ୭୬.୭୯ ମିଟର ଜାଭେଲିନ ଫିଙ୍ଗିବା ପରେ ପରବର୍ତ୍ତୀ ଦୁଇଟି ଥ୍ରୋରେ ଫାଉଲର ଶିକାର ହୋଇଥିଲେ। ଅନ୍ତିମ ତଥା ଶେଷ ଥ୍ରୋରେ ନୀରଜ ୮୪.୨୪ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଆଉ ପ୍ରଦର୍ଶନରେ ଉନ୍ନତି ଆଣି ପାରି ନ ଥିଲେ। ମାତ୍ର ଅନ୍ୟ କୌଣସି ପ୍ରତିଯୋଗୀ ୮୭ ମିଟର ଛୁଇଁବାରେ ବିଫଳ ହେବାରୁ ନୀରଜ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ବିଶ୍ବ ରେକର୍ଡର ଅଧିକାରୀ ଭେଟର ପ୍ରଥମ ୩ଟି ଚେଷ୍ଟାରେ ୮୨.୫୨ ମିଟର ଟପି ନ ପାରିବାରୁ ପଦକ ଦୌଡ଼ ଆରମ୍ଭରୁ ବିଦା ହୋଇଥିଲେ। ଫାଇନାଲକୁ ଉନ୍ନୀତ ପାକିସ୍ତାନୀ ଜାଭେଲିନ ଥ୍ରୋୟର ଅର୍ସାଦ ନଦୀମଙ୍କୁ ପଞ୍ଚମ ସ୍ଥାନ ମିଳିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।