ରାତାରାତି ପାଲଟିଲେ ଇଣ୍ଟରନେଟ ସେନସେସନ

ସାଧାରଣ ଲୋକଙ୍କୁ ଷ୍ଟାର କରାଇଲା ପ୍ରତିଭା

ଇଣ୍ଟରନେଟର ରାତା ରାତି ଷ୍ଟାର ପାଲଟିଥିବା ଢିଞ୍ଚକ ପୂଜା, ସହଦେବ ଦିରଦୋ, ଡବୁ ଅଙ୍କଲ, ସାକ୍ଷୀ ମଲ୍ଲିକ, ସୋନୁ ଓ ରାନୁ ମଣ୍ଡଳ
ଇଣ୍ଟରନେଟ ଏବେ ଏପରି ଏକ ପ୍ଲାଟଫର୍ମ ପାଲଟିଛି, ଯାହା ଅନେକ ଲୋକଙ୍କ ଭାଗ୍ୟ ଚମକାଇ ଦେଇଛି। ବିନା ପରିଶ୍ରମରେ ଟଙ୍କା ଖର୍ଚ୍ଚ ନ କରି ଲୋକେ ଚର୍ଚ୍ଚିତ ହୋଇଯାଉଥିବା ଦେଖିବାକୁ ମିଳୁଛି। ଇଣ୍ଟରନେଟ ଅନେକ ଲୋକଙ୍କୁ ଷ୍ଟାରରେ ପରିଣତ କରିଛି। ନିଜସ୍ବ ପ୍ରତିଭା ବଳରେ ଏମାନେ ରାତାରାତି ଇଣ୍ଟରନେଟ ସେନସେସନ ପାଲଟିଯାଇଛି ଓ ଲୋକଙ୍କ ହୃଦୟ ଛୁଇଁବାରେ ସଫଳ ହୋଇଛନ୍ତି। ସହଦେବ ଦିରଦୋ ହୁଅନ୍ତୁ ବା ରାନୁ ମଣ୍ଡଳ, ଢିଞ୍ଚକ ପୂଜା, ଡବୁ ଅଙ୍କଲ ଏଭଳି ଅନେକ ସାଧାରଣ ଲୋକ ଇଣ୍ଟରନେଟ ସେନସେସନ ପାଲଟି ତହଲକା ମଚାଇଛନ୍ତି। ଏମିତି କିଛି ସାଧାରଣ ଲୋକଙ୍କ ବିଷୟରେ ଚାଲନ୍ତୁ ଜାଣିବା, ଯିଏ ରାତାରାତି ଚର୍ଚ୍ଚିତ ହୋଇଯାଇଛନ୍ତି।

ଢିଞ୍ଚକ ପୂଜା
ଏମିତି ବହୁତ କମ ଲୋକ ଥିବେ ଢିଞ୍ଚକ ପୂଜାଙ୍କ ଗୀତ ଶୁଣି ଯାହାଙ୍କ ଚେହେରାରେ ସ୍ମାଇଲ ଆସି ନ ଥିବ। ଢିଞ୍ଚକଙ୍କ ଅଜବ ଆୱାଜ ଓ ଅସଜଡ଼ା ଲିରିକ୍ସ ତାଙ୍କୁ ଇଣ୍ଟରନେଟ ସେନସେସନ କରି ଦେଇଥିଲା। ଏପରିକି ସେ ବିଗବସ ପର୍ଯ୍ୟନ୍ତ ବି ପହଞ୍ଚି ଯାଇଥିଲେ।

ସହଦେବ ଦିରଦୋ
ସୋସାଲ ମିଡିଆ ଜରିଆରେ ରାତାରାତି ଚର୍ଚ୍ଚିତ ହୋଇଥିବା ଲୋକଙ୍କ ମଧ୍ୟରେ ନିକଟରେ ସାମିଲ ହୋଇଛି ସହଦେବ ଦିରଦୋଙ୍କ ନାମ। ‘ବଚପନ କା ପ୍ୟାର ମେରା ଭୁଲ ନହୀଁ ଜାନା ରେ’ ଗୀତ ଗାଇ ସହଦେବ ରାତାରାତି ଲୋକପ୍ରିୟ ହୋଇଯାଇଛନ୍ତି। ସହଦେବଙ୍କ ଗୀତ ଶୁଣିବା ପରେ ରାପର ବାଦଶାହ ଭିଡିଓ କଲ କରି ତାଙ୍କୁ ଚଣ୍ଡିଗଡ଼ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ଏବେ ଉଭୟେ ଏକାଠି ଏକ ଗୀତ ରେକର୍ଡ କରୁଛନ୍ତି। ସହଦେବଙ୍କ ଗୀତ ଶୁଣିବା ପରେ ଏବେ ସମସ୍ତେ ଏହି ଗୀତ ଗୁଣୁଗୁଣାଉ ଥିବା ଦେଖିବାକୁ ମିଳୁଛି।

ଡବୁ ଅଙ୍କଲ
ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବ ଓରଫ ଡବୁ ଅଙ୍କଲଙ୍କୁ ଇଣ୍ଟରନେଟ ରାତାରାତି ଷ୍ଟାର କରି ଦେଇଥିଲା। ବର୍ଷ ୨୦୧୮ରେ ଏକ ବିବାହ ଅବସରରେ ନିଜ ଡ୍ୟାନ୍ସ ମାଧ୍ୟମରେ ଲୋକପ୍ରିୟ ହୋଇଯାଇଥିବା ଡବୁ ଅଙ୍କଲଙ୍କ ଭିଡିଓ ଇଣ୍ଟରନେଟରେ ଜୋରଦାର ଭାଇରାଲ ହେବାରେ ଲାଗିଥିଲା। ତାଙ୍କର ଏହି ଭିଡିଓ ଇଣ୍ଟରନେଟରେ ବହୁତ ଦେଖାଯାଇଥିଲା। ଡବୁ ଅଙ୍କଲଙ୍କୁ ଏହି ଭିଡ଼ିଓ ଏକ ନୂଆ ପରିଚୟ ଦେଇଥିଲା। ଏପରିକି ଅନେକ ଡ୍ୟାନ୍ସ ଟିଭି ଶୋ’ରେ ଡବୁଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଉଥିବା ଦେଖିବାକୁ ମିଳୁଛି।

ସାକ୍ଷୀ ମଲ୍ଲିକ
‘ସୋନୁ କୀ ଟିଟୁ କୀ ସ୍ବୀଟି’ ଫିଲ୍ମର ଗୀତ ‘ବମ ଡିଗି ଡିଗି ବମ ବମ’ ଗାର୍ଲ ସାକ୍ଷୀ ମଲ୍ଲିକ ଏହି ଗୀତରେ କ୍ୟାମିଓ କରିବା ପରେ ସୋସାଲ ମିଡିଆରେ ତାଙ୍କର ଭିନ୍ନ ଏକ ଜଲୱା ଦେଖିବାକୁ ମିଳିଥିଲା। କିଛି ଦିନ ଭିତରେ ତାଙ୍କର ଫଲୋଅର୍ସ ୧ ମିଲିଅନରୁ ଅଧିକ ହୋଇଯାଇଥିଲେ।

ସୋନୁ
ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋର ଜଣେ ରାଇଡର ସୋନୁ ବି ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥିଲେ। ତାଙ୍କର ଅନେକଗୁଡ଼ିଏ ଭିଡ଼ିଓ ସୋସାଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଥିଲା। ୟୁଜର୍ସଙ୍କୁ ସୋନୁଙ୍କ ସ୍ମାଇଲ ଓ କଥା ହେବା ଅନ୍ଦାଜ ବହୁତ ପସନ୍ଦ ଆସିଥିଲା। ଦେଖୁ ଦେଖୁ ସୋନୁ ଇଣ୍ଟରନେଟ ସେନସେସନ ପାଲଟିଯାଇଥିଲେ। ଜୋମାଟୋ ଇଣ୍ଡିଆ ନିଜ ଟ୍ବିଟର ହ୍ୟାଣ୍ଡଲର ଡିସପ୍ଲେ ପିକଚରରେ ବି ସୋନୁଙ୍କ ଫଟୋ ରଖିଥିଲା।

ରାନୁ ମଣ୍ଡଳ
ରେଳ ଷ୍ଟେସନରେ ଗୀତ ଗାଉଥିବା ସମୟରେ ରାନୁ ମଣ୍ଡଳଙ୍କ ଗୀତ ଭାଇରାଲ ହୋଇଥିଲା। ଏହାପରେ ତାଙ୍କୁ ସ୍ବରସାମ୍ରାଜ୍ଞୀ କୋକିଳକଣ୍ଠୀ ଲତା ମଙ୍ଗେଶକରଙ୍କ ସହ ତୁଳନା କରାଯିବାରେ ଲାଗିଲା। ରାନୁ ରାତାରାତି ଷ୍ଟାର ପାଲଟିଯାଇଥିଲେ। ହିମେଶ ରେଶମିୟାଙ୍କ ସହ ରାନୁ ଗୀତ ବି ରେକର୍ଡ କରିଥିଲେ। ଏହି ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ। କିନ୍ତୁ ରାନୁଙ୍କ ଭାଗ୍ୟ ଯେଉଁଭଳି ଭାବେ ରାତାରାତି ଚମକି ଉଠିଥିଲା, ରାନୁଙ୍କ ସ୍ମୃତି ସେତେ ଶୀଘ୍ର ଲୋକଙ୍କ ହୃଦୟରୁ ଲିଭି ଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।