ହକିର ଗୌରବମୟ ଉତ୍ତରାଧିକାରୀ ଭାବେ ଭାରତର ଅଭ୍ୟୁଦୟ: ହାତେଇଲା ଅଲିମ୍ପିକ୍ସ କାଂସ୍ୟ ପଦକ

୪୧ ବର୍ଷର ବ୍ୟବଧାନ ପରେ ଚଢ଼ିଲା ଅଲିମ୍ପିକ୍ସ ପୋଡିଅମ

ବ୍ରୋଞ୍ଜ ପଦକ ମ୍ୟାଚ ଜିତିବା ପରେ ଭାରତୀୟ ହକି ଖେଳାଳିଙ୍କ ବିଜୟୋଲ୍ଲାସ
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ଜର୍ମାନୀ ସହିତ କଡ଼ା ମୁକାବିଲା କରି ବିଜୟ ଲାଭ କରିଛି। ଉଭୟ ଦଳ କାଂସ୍ୟ ପାଇଁ ମଇଦାନକୁ ଓହ୍ଲାଇଥିବା ବେଳେ ଭାରତୀୟ ହକି ଦଳ ଇତିହାସ ରଚିଛି। ଜର୍ମାନୀକୁ ୫-୪ରେ ହରାଇବା ପରେ ସାରା ଦେଶରେ ଖେଳପ୍ରେମୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଛନ୍ତି ଅଭିନନ୍ଦନ।

୪୧ ବର୍ଷ ପରେ ପଡ଼ିଆରେ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ହକି ଦଳ। ଭାରତ ଅଲିମ୍ପିକ୍ସ ହକିରେ ଶେଷଥର ପାଇଁ ୧୯୮୦ ମସିହାରେ ମସ୍କୋରେ ସ୍ବର୍ଣ୍ଣପଦକ ହାସଲ କରିଥିଲା। ସେଦିନ ଠାରୁ ଅଲିମ୍ପିକ୍ସ ପଦକ ପାଇଁ ଲମ୍ବା ପ୍ରତୀକ୍ଷା ଭାରତ କରିଥିବା ବେଳେ ବର୍ତ୍ତମାନର ଦଳ ଏହା ସମ୍ଭବ କରାଇ ଦେଇଛି। ମ୍ୟାଚର ଆରମ୍ଭରୁ ପଛରେ ରହିବା ପରେ ଭାରତ ପୂରା ମ୍ୟାଚକୁ ନିଜ କବଜାକୁ ନେଇଆସିଥିଲା। ଉଭୟ ଦଳ ମଧ୍ୟରେ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚର ଶେଷ ପର୍ଯ୍ୟନ୍ତ ଭାରତ ଅପେକ୍ଷାକୃତ ଉନ୍ନତ ଦଳ ଭାବେ ସୁରକ୍ଷିତ ରହିବା ସହ ବିଜୟ ହାସଲ କରିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମକୁ ଅଭିନନ୍ଦନ ଜଣାଇ ଟ୍ବିଟ କରିଛନ୍ତି। ସେ ଲେଖିଛନ୍ତି ଯେ ଏହା ଐତିହାସିକ ଏବଂ ଏକ ଏଭଳି ଦିନ ଯାହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଏହି ବିଜୟ ଦେଶର ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ସୃ୍ଷ୍ଟି କରିବାରେ ସକ୍ଷମ ହେବ।

ବେଲଜିଅମ ବିପକ୍ଷରେ ଭାରତ ଖେଳିଥିବା ସେମିଫାଇନାଲ ମ୍ୟାଚର ତ୍ରୁଟି ପ୍ରତି ସଜାଗ ରହି ପଡ଼ିଆକୁ ଓହ୍ଲାଇଥିଲା। ଭାରତ ଗୋଟିଏ ମ୍ୟାଚ ହାରି କାଂସ୍ୟ ପାଇଁ ପ୍ରତିଯୋଗିତାକୁ ଆସିଥିବା ବେଳେ ଜର୍ମାନୀ ପୂର୍ବରୁ ଦୁଇଟି ମ୍ୟାଚରେ ପରାଜୟ ପରେ କାଂସ୍ୟ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲା। ଜର୍ମାନୀ ଟିମକୁ ବିଶ୍ବ ଚାମ୍ପିଅନ ବେଲଜିଅମ ଏବଂ ଦକ୍ଷିଣ ଆଫ୍ରିକା ଠାରୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା ଏବଂ ଶେଷରେ ଭାରତ ଠାରୁ ହାରିବା ପରେ ମଉଳି ଥିଲା ଶେଷ ଆଶା।

ଭାରତ ବେଲଜିଅମ ବିପକ୍ଷରେ ଖେଳୁଥିବା ସେମିଫାଇନାଲରେ ପ୍ରଥମ ଦୁଇ କ୍ବାର୍ଟରରେ ଜୋରଦାର ପ୍ରଦର୍ଶନ କରି ଆଶା ସଞ୍ଚାର କରାଇଥିଲା। କିନ୍ତୁ ଶେଷ ଦୁଇ କ୍ବାର୍ଟରରେ ଡିଫେନ୍ସରେ ଦୁର୍ବଳ କାରଣରୁ ମ୍ୟାଚ ହାରିଥିଲା। ଏବେ ଭାରତ ଜର୍ମାନୀ ସହିତ ଖେଳୁଥିବା ବେଳେ ଡିଫେନ୍ସ ପ୍ରତି ସତର୍କ ରହିଥିଲା। ଫଳରେ ସଫଳତା ହାସଲ କରାଯାଇ ପାରିଲା। ଏହି ବିଜୟର ହିରୋ ଭାବେ ସିମରନଜିତ ସିଂହଙ୍କୁ ଶ୍ରେୟ ଦିଆଯାଇଛି। ଯିଏକି ସବୁଠୁ ଅଧିକ ଫିଲ୍ଡ ଗୋଲ କରିଛନ୍ତି। ଜର୍ମାନୀ ବିପକ୍ଷରେ ସିମରନଜିତ ୧୭ତମ ଏବଂ ୩୪ତମ ମିନିଟରେ, ହାର୍ଦ୍ଦିକ ସିଂହ ୨୭ତମ, ହରମନପ୍ରୀତ ସିଂହ ୨୯ତମ ଏବଂ ରୁପିନ୍ଦର ପାଲ ସିଂହ ୩୧ତମ ମିନିଟରେ ଗୋଲ ସ୍କୋର କରିଥିଲେ। ଅପରପକ୍ଷରେ ଜର୍ମାନୀ ପକ୍ଷରୁ ତିମୁର ଏରୁଜ ୨ୟ, ନିକୋଲାସ ବେଲେନ ୨୪ତମ, ବେନାଡିକ୍ଟ ଫର୍କ ୨୫ ଏବଂ ଲୁକାସ ଡିଣ୍ଡ ଫେଡର ୪ତମ ମିନିଟରେ ଗୋଲ ଦେଇଥିଲେ।

ଭାରତ ବିଜୟୀ ହେବା ପଛରେ ଗୋଲକିପର ଶ୍ରୀଜେଶଙ୍କର ମଧ୍ୟ ପ୍ରମୁଖ ଭୂମିକା ଥିଲା। ଯିଏକି ବିପକ୍ଷ ଦଳର ଚମକଦାର ୯ଟି ଗୋଲକୁ ଅକାମୀ କରିଦେବ ସହ ନିଜ ଦଳକୁ ସୁରକ୍ଷିତ କରିପାରିଥିଲେ। ଚାରି ଦଶନ୍ଧି ପରେ ଟିମ ଇଣ୍ଡିଆର ଏଭଳି ପ୍ରଦର୍ଶନକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି। ୧୯୮୦ ମସ୍କୋ ଅଲିମ୍ପିକ୍ସରେ ବାସୁଦେବନ ଭାସ୍କରନଙ୍କ ନେତୃତ୍ବରେ ଭାରତୀୟ ହକି ଯେଉଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲା, ତାହା ଦେଶର ଗରିମାମୟ ହକି ଖେଳକୁ ବିଶ୍ବବ୍ୟାପୀ ନୂଆ ଉଚ୍ଚତାରେ ପହଞ୍ଚାଇଥିଲା। ଏହା ପରଠାରୁ ପ୍ରତିଟି ମ୍ୟାଚରେ ଝୁଣ୍ଟୁଥିଲା ଦଳ। ୧୯୮୪ ଲସଏଞ୍ଜେଲସ ଅଲିମ୍ପିକ୍ସରେ ପଞ୍ଚମ ସ୍ଥାନରେ ରହିବା ବ୍ୟତୀତ ଆଉ କିଛି କରିପାରି ନ ଥିଲା।

ଟୋକିଓ ଖେଳରେ ଭାରତର ଏହା ଚତୁର୍ଥ ପଦକ। ଏହା ପୂର୍ବରୁ ଭାରୋତ୍ତୋଳନରେ ମୀରାବାଇ ଚାନୁ ରୌପ୍ୟ, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଚ, ବକ୍ସିଂରେ ଲଭଲିନା ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଗୁରୁବାର ମଲ୍ଲଯୋଦ୍ଧା ରବି ଦହିୟା ଭାରତ ପାଇଁ ଆଉ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ କ୍ବାର୍ଟରରେ ଜର୍ମାନୀ ସମ୍ପୂର୍ଣ୍ଣ ଭାବେ ଦବଦବା ଦେଖାଇଥିଲା। ଖେଳର ଦ୍ବିତୀୟ ମିନିଟରେ ଜର୍ମାନୀର ତିମୁର ଏରୁଜ ଜର୍ମାନୀକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଖେଳର ପଞ୍ଚମ ମିନିଟରେ ଭାରତକୁ ପେନାଲଟି କର୍ଣ୍ଣର ମିଳିଥିଲା। କିନ୍ତୁ ରୁପିନ୍ଦର ପାଲ ସିଂହ ଗୋଲ କରିପାରି ନ ଥିଲେ। ପୁଣି ଏହି କ୍ବାର୍ଟରର ଶେଷ ଆଡ଼କୁ ଜର୍ମାନୀ ଟିମକୁ ଲାଗତର ଚାରୋଟି ପେନାଲଟି କର୍ଣ୍ଣର ମିଳିଥିଲା। ଯାହାକୁ ଭାରତୀୟ ଗୋଲକିପର ଏବଂ ଡିଫେଣ୍ଡର ଅସଫଳ କରାଇ ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଗୋଲର ବର୍ଷା ଦେଖିବାକୁ ମିଳିଥିଲା। କ୍ବାର୍ଟରର ଦ୍ବିତୀୟ ମିନିଟ ଖେଳରେ ସିମରନଜିତ ସିଂହ ଚମକପ୍ରଦ ଫିଲ୍ଡ ଗୋଲ କରି ଭାରତକୁ ୧-୧ରେ ସମାନ ସ୍ଥିତିକୁ ନେଇ ଆସିଲେ। ଖେଳର ୨୪ତମ ମିନିଟରେ ନିଲକାନ୍ତ ଶର୍ମାଙ୍କ ତ୍ରୁଟିର ଫାଇଦା ଉଠାଇ ଜର୍ମାନୀର ନିକୋଲାସ ବେନେଟ ଆଉ ଏକ ଗୋଲ ଦେବାରେ ସଫଳ ହୋଇଥିଲେ। ଖେଳର ୨୭ତମ ମିନିଟ ପରଠାରୁ ବଦଳିଥିଲା ଭାରତର ଭାଗ୍ୟ। ତୃତୀୟ କ୍ବାର୍ଟର ଭାରତୀୟଙ୍କ ନାଁ ରଖିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।