ଭାରତୀୟ ମହିଳା ହକିର ରାଣୀ: ବାଧାବିଘ୍ନ ଏଡ଼ାଇ ଦଳର ମାର୍ଗଦର୍ଶନ କରିବାରେ ପାରଙ୍ଗମ

ପିତା ଚଳାଉଥିଲେ ରିକ୍ସା, ଝିଅ ଭାରତୀୟ ଦଳକୁ ସେମିଫାଇନାଲରେ ପହଞ୍ଚାଇଲେ

ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ
ଭାରତୀୟ ହକିର ସୁବର୍ଣ୍ଣ ଦିନ ଫେରିବାରେ ଲାଗିଛି। ଉଭୟ ପୁରୁଷ ଓ ମହିଳା ହକି ଟିମ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟି କରିଛନ୍ତି। ସୋମବାର ଭାରତୀୟ ମହିଳା ହକି ଟିମ ଇତିହାସ ସୃଷ୍ଟି କରିଛି। ଭାରତୀୟ ମହିଳା ହକି ଟିମ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଟିମକୁ ୧-୦ରେ ହରାଇ ପ୍ରଥମ ଥର ସେମିଫାଇନାଲରେ ସେମିଫାଇନାଲରେ ପହଞ୍ଚିଛି। ଭାରତ ପକ୍ଷରୁ ଗୋଟିଏ ମାତ୍ର ଗୋଲ ଗୁରଜିତ କୌର ଦେଇଥିଲେ। ସେହିପରି କ୍ୟାପଟେନ ରାନୀ ରାମପାଲଙ୍କ ନେତୃତ୍ବରେ ଭାରତୀୟ ଟିମ ଅଲମ୍ପିକରେ ସେମିଫାଇନାଲରେ ପ୍ରବେଶ କରିଛି।

କ୍ୟାପଟେନ ରାନୀ ରାମପାଲଙ୍କ ନେତୃତ୍ବରେ ଭାରତୀୟ ହକି ଟିମ ଇତିହାସ ରଚିଛି। ଏଥିରେ ରାନୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯଦିଓ ସେ ଏହି ମ୍ୟାଚରେ ଗୋଟିଏ ବି ଗୋଲ କରିପାରି ନ ଥିଲେ, ମାତ୍ର ତାଙ୍କ ନେତୃତ୍ବ ଓ ଉପଯୁକ୍ତ ମାର୍ଗଦର୍ଶନ ଟିମକୁ ସେମିଫାଇନାଲରେ ପହଞ୍ଚାଇବାରେ ସଫଳ ହୋଇଛି। ଭାରତୀୟ ହକି ଟିମର ନଜର ମେଡାଲ ଉପରେ ରହିଛି। ଏଠାରେ କ୍ୟାପଟେନ ରାନୀ ରାମପାଲଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆଲୋକପାତ କରାଯାଇଛି।

ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କ ଯାତ୍ରା ବେଶ ସଂଘର୍ଷମୟ। ତାଙ୍କ ଜନ୍ମ ୪ ଡିସେମ୍ବର ୧୯୯୪ରେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାସ୍ଥିତ ମାରକଣ୍ଡା ଗାଁରେ ହୋଇଥିଲା। ବହୁତ ଛୋଟ ବୟସରୁ ସେ ହକି ଖେଳିବା ଆରମ୍ଭ କରିଥିଲେ। ମାତ୍ର ୬ ବର୍ଷ ବୟସରୁ ହକି ଖେଳ ଆରମ୍ଭ କରିଥିବା ରାନୀ ଦେଶର ନାମ ଆଲୋକିତ କରୁଛନ୍ତି।

୧୪ ବର୍ଷ ବୟସରେ ଟିମରେ ସାମିଲ
ହକି ପ୍ରତି ନିଷ୍ଠା ଏତେ ମାତ୍ରାରେ ଥିଲା ଯେ ରାନୀ ଦିନସାରା ହକି ଖେଳୁଥିଲେ। ତାଙ୍କର ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ମାତ୍ର ୧୪ ବର୍ଷ ବୟସରେ ସେ ଭାରତୀୟ ମହିଳା ସିନିୟର ଟିମରେ ସାମିଲ ହୋଇଥିଲେ। ଦେଶର ଟିମରେ ସାମିଲ ହେବା ତାଙ୍କ ପାଇଁ ଏକ ଗର୍ବର କଥା ଥିଲା। ଏବେ ସେ ଭାରତୀୟ ହକି ଟିମର କ୍ୟାପଟେନ ହୋଇ ନେତୃତ୍ବ ନେଉଛନ୍ତି। ଏକ ଛୋଟ ଗାଁରେ ଜନ୍ମ ହୋଇଥିବା ଏହି ଖେଳାଳି ପୂରା ବିଶ୍ବରେ ନିଜକୁ ପରିଚିତ କରାଇପାରିଛନ୍ତି।

ପିତା ଚଳାଉଥିଲେ ରିକ୍ସା
ରାନୀଙ୍କ ପରିବାର ଏକ ସାଧାରଣ ଗରିବ ପରିବାର। ତେଣୁ ଖେଳ ପାଇଁ ଆବଶ୍ୟକ ମୌଳିକ ସୁବିଧା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିଲା। ରାନୀଙ୍କ ପିତା ରିକ୍ସା ଚଳାଇ, ଇଟା ବିକି ପରିବାର ପୋଷଣ କରୁଥିଲେ। ରାନୀଙ୍କ ଘରେ ବର୍ଷାଦିନେ ପାଣି ଜମି ଯାଉଥିଲା। ଏତେ ପ୍ରତିକୂଳ ପରିସ୍ଥିତି ହେବା ସତ୍ତ୍ବେ ସେ ହାର ମାନି ନ ଥିଲେ।

କ୍ୟାରିଅର ଓ ଆଚିଭମେଣ୍ଟ
ରାନୀ ରାମପାଲ ମାତ୍ର ୧୫ ବର୍ଷ ବୟସରେ ୨୦୧୦ ବିଶ୍ବକପରେ ଭାଗ ନେଇଥିବା ଜାତୀୟ ହକି ଟିମର ସବୁଠାରୁ କମ ବୟସର ଖେଳାଳି ପାଲଟିଥିଲେ। ସେ ଟିମର ଫରୱାର୍ଡ ରୂପେ ଖେଳନ୍ତି। ଏପର୍ଯ୍ୟନ୍ତ ସେ ୨୪୧ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୧୮ଟି ଗୋଲ କରିସାରିଛନ୍ତି। ସୂଚନାଯୋଗ୍ୟ ଯେ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ରାନୀ ଅନ୍ୟତମ। ରାନୀଙ୍କୁ ୨୬ ଜାନୁ୍ଆରୀ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୧୬ରେ ଭାରତ ସରକାରଙ୍କ ଦ୍ବାରା ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ମହିଳା ବିଶ୍ବ କପରେ ରାନୀଙ୍କ ନାମ ଏଫଆଇଏଚ ୟଙ୍ଗ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ରୂପେ ନାମିତ କରାଯାଇଥିଲା। ୨୦୧୪ରେ ତାଙ୍କୁ ଫିକ୍କି କମବ୍ୟାକ ଅଫ ଦ ଇଅର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।