ରୋଷେଇ କାମ ସହଜ କରିବ ଏହି ଟିପ୍ସ


ପ୍ରତୀକାତ୍ମକ ଫଟୋ
ମହିଳାମାନେ ରୋଷେଇ କରିବାରେ ପାରଙ୍ଗମ। କିନ୍ତୁ ରୋଷେଇ କରିବା ସମୟରେ ବେଳେବେଳେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଉଦାହରଣ ସ୍ବରୂପ ଗ୍ରେଭୀରେ ଘିଅ ଅଧିକ ହେବା, ପକୁଡ଼ି କ୍ରିସପି ନ ହେବା, ଭାତ ଲାଗିଯିବା ଭଳି ସମସ୍ୟା ଆସିଥାଏ। ଏଠାରେ କେତେକ କୁକିଂ ଟିପ୍ସ ଦିଆଯାଇଛି।

  • ଗ୍ରେଭୀଯୁକ୍ତ ତରକାରୀରେ ତେଲ ଅଧିକ ହୋଇଥିଲେ ଏହାକୁ କିଛି ସମୟ ଫ୍ରିଜରେ ରଖନ୍ତୁ। ଗ୍ରେଭୀରେ ଥିବା ତେଲ ଉପରେ ଭାସିବ। ଛଣା କିମ୍ବା ଚାମଚ ସାହାଯ୍ୟରେ ତେଲ ସହଜରେ ବାହାର କରିପାରିବେ।
  • ପକୁଡ଼ି କ୍ରିସପୀ ହେଉ ନ ଥିଲେ, ବେସନ ବ୍ୟାଟରରେ ୧-୨ ଚାମଚ ଚାଉଳ ଗୁଣ୍ଡ ମିଶାନ୍ତୁ।
  • ସୁଜି ହାଲୁଆରେ ୧ ଚାମଚ ବେସନ ମିଶାନ୍ତୁ। ଏହାଦ୍ବାରା ହାଲୁଆ ପୂର୍ବାପେକ୍ଷା ସ୍ବାଦିଷ୍ଟ ଲାଗିବ।
  • ଘରେ ଛେନା ତିଆରି କରୁଥିଲେ, ଏହାର ପାଣି ଫିଙ୍ଗନ୍ତୁ ନାହିଁ। ଏହି ପାଣିରେ ଅଟା ଚକଟି ପାରିବେ। ଏହି ଅଟାରେ ତିଆରି ରୁଟି ଓ ପରଟା ଅଧିକ ସ୍ବାଦିଷ୍ଟ ଓ ନରମ ହୋଇଥାଏ।
  • ଯେ କୌଣସି ସୁଇଟ ଡିଶ ତିଆରି କରୁଥିଲେ, ଏଥିରେ ଚିମୁଟେ ଲୁଣ ପକାନ୍ତୁ। ଏହା ସୁଇଟ ଡିଶର ସ୍ବାଦ ବଢ଼ାଇବ।
  • ଭାତ ରାନ୍ଧିବାବେଳେ ଏହା ପ୍ୟାନରେ ଲାଗିଯାଏ। ଏଥିରୁ ରକ୍ଷା ପାଇବା ପାଇଁ ପ୍ୟାନରେ ଗୋଟେ ଚାମଚ ଘିଅ ଓ ଲେମ୍ବୁ ରସ ପକାନ୍ତୁ। ଏହାଦ୍ବାରା ଭାତ ଛାଡ଼ି ଛାଡ଼ି ରହିବ।
  • ଗ୍ରେଭୀ ପାଇଁ ମସଲା କଷିବା ସମୟରେ ଏଥିରେ ଅଧ ଛୋଟ ଚାମଚ ଚିନି ମିଶାନ୍ତୁ। ଗ୍ରେଭୀରେ ଚିନି କ୍ୟାରମଲାଜ ହୋଇ ଦୁଇ ଗୁଣା ସ୍ବାଦ ସହିତ ଭଲ କଲର ବି ଆସିବ।
  • ସାଧାରଣତଃ ପୁରୀ ଛାଣିବାବେଳେ ଏହା ଉପରେ ତେଲ ଜମିଯାଏ। ଏଥିରୁ ବର୍ତ୍ତିବା ଲାଗି ପୁରୀ ବେଲି ୧୦ ମିନିଟ ଫ୍ରିଜରେ ରଖନ୍ତୁ। ପରେ ଫ୍ରାଏ କରନ୍ତୁ। ଏପରି କରିବା ଦ୍ବାରା ଏହା ଅଧିକ ତେଲ ଶୋଷିବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।