୫ ଦିନ ପରେ ୨ ହଜାର ତଳକୁ ଖସିଲା କୋରୋନା ସଂକ୍ରମିତ ସଂଖ୍ୟା


କୋଭିଡ୍ ଟେଷ୍ଟ୍ ପାଇଁ ନମୁନା ସଂଗ୍ରହ କରାଯାଉଛି (ଫାଇଲ୍ ଫଟୋ)
୫ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଆୗୀଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୪୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ଏହାଛଡ଼ା ଅବଶିଷ୍ଟ ୬୯୩ ଜଣ ଲୋକାଲ୍ କେସ୍‌ ବୋଲି ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନାନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୫୮ ଜଣଙ୍କର ପ୍ରାଣହାନି ଘଟିଛି। ଏଥିସହ ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ  ୫ ହଜାର ୧୧୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨୩୦ ଜଣ, ଯାଜପୁରରୁ ୧୧୩ ଜଣ, ଜଗତସିଂହପୁରରୁ ୧୧୨ ଜଣ, ଅନୁଗୁଳରୁ ୮୯ ଜଣ, ବାଲେଶ୍ୱରରୁ ୮୩ ଜଣ, ଭଦ୍ରକରୁ ଓ ମୟୂରଭଞ୍ଜରୁ ୭୭ ଜଣ ଲେଖାଏଁ, ନୟାଗଡ଼ରୁ ୭୩ ଜଣ ଓ ପୁରୀ ଜିଲ୍ଲାରୁ ୬୭ ଜଣ ରହିଛନ୍ତି। ସେହିପରି ରାଜ୍ୟରେ ଅଦ୍ୟାବଧି ୧ କୋଟି ୪୦ ଲକ୍ଷ ୫୪ ହଜାର ୨୧୪ ଜଣଙ୍କ ନମୁନା ପରୀକ୍ଷା ହୋଇାରିଛି।

୧ ହଜାର ୬୪୮ଟି ନୂଆ କେସ୍ ସହ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩୦ ହଜାର ୪୧୮ ଜଣ ସୁସ୍ଥତା ଲାଭକରିଥିବା ବେଳେ୨୦ ହଜାର ୩୮୭ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ତା’ଛଡ଼ା ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିବା ୫୮ ଜଣଙ୍କ ମଧ୍ୟରେ ସର୍ବାଧିକ ୧୯ ଜଣ ଖୋର୍ଦ୍ଧା ଜିଲ୍ଲାରୁ ରହିଥିବା ବେ.େଳେ ବରଗଡ଼ ଜିଲ୍ଲାରୁ ୭ ଜଣ, ଗଞ୍ଜାମରୁ ୫ ଜଣ, ବଲାଙ୍ଗିରରୁ ୪ ଜଣ, ବାଲେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ଅନୁଗୁ0ଳ, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଖୋର୍ଦ୍ଧା ଜିଲ୍ଲାରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୬କୁ ବୃଦ୍ଧି ପାଇଛି। ସେହିପରି ଅନୁଗୁଳରେ ୨୦୦ ଜଣ, ବାଲେଶ୍ୱରରେ ୧୫୯ ଜଣ, ବରଗଡ଼ରେ ୨୪୮ଜଣ, ଭଦ୍ରକରେ ୬୦ ଜଣ, ବଲାଙ୍ଗିରରେ ୯୨ ଜଣ, ବୌଦ୍ଧରେ ୯୭ ଜଣ, କଟକରେ ୩୧୪ ଜଣ, ଢେଙ୍କାନାଳରେ ୧୦୨ ଜଣ, ଗଞ୍ଜାମରେ ୪୨୧ ଜଣ, ଯାଜପୁରରେ ୫୯ ଜଣ, ଝାରସୁଗୁଡ଼ାରେ ୧୩୭ ଜଣ, କେନ୍ଦ୍ରାପଡ଼ାରେ ୧୧୧ ଜଣ, ମୟୂରଭଞ୍ଜରେ ୧୮୫ ଜଣ, ପୁରୀରେ ୩୦୭ ଜଣ ଓ ସମ୍ବଲପୁରରେ ୧୫୩ ଜଣ ସଂକ୍ରମିତ କୋଭିଡ୍ ସଂକ୍ରମଣ କାରଣରୁ  ପ୍ରାଣ ହରାଇସାରିଛନ୍ତି। ସୂଚନାଯୋଗ୍ୟ ଯେ ଜୁଲାଇ ୧୭ରେ ରାଜ୍ୟରୁ ୨ ହଜାର ୨୧୫ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୧୬ ତତାରିଖରେ ୨ ହଜାର ୧୮୨, ୧୫ ତାରିଖରେ ୨ ହାର ୦୭୦, ଜଣ ୧୪ରେ ୨ ହଜାର ୧୧୦ ଓ ୧୩ରେ ୨ ହଜାର ୭୪ ଜଣ ନୂଆ ସଂକ୍ରମିତଚିହ୍ନଟ ହୋଇଥିଲେ। ତା’ପୂର୍ବରୁ ଦୁଇ ଦିନ ଧରି ଏହି ସଂଖ୍ୟା ୨ ହଜାରରୁ କମ୍ ରହିଥିଲା। ଜୁଲାଇ ୧୨ରେ ୧୯୩୦ ଜଣ ଓ ଜୁଲାଇ ୧୧ରେ ୧୯୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଉ ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁଲାଇ ୧୮ରେ ରାଜ୍ୟରେ ଏହି ସଂଖ୍ୟା ପୁଣି ୨ ହଜାର ତଳେ ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।