ପୁଣି କୋରୋନା ମୃତ୍ୟୁକୁ ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ସରକାରଙ୍କ ରିପୋର୍ଟକୁ ଗ୍ରହଣ କରୁନାହାନ୍ତି ହାଇକୋର୍ଟ: କଂଗ୍ରେସ

କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ମୃତ୍ୟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣିଥରେ ବର୍ଷିଛି କଂଗ୍ରେସ। ରାଜ୍ୟ ସରକାର ଜାଣିଶୁଣି ରାଜ୍ୟରେ କୋଭିଡ୍‌ ମୃତ୍ୟୁର ସତ୍ୟକୁ ଚାପିଦେବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠକୁ ନେଇ ଉଚ୍ଚନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି କହିଛି କଂଗ୍ରେସ। ମଙ୍ଗଳବାର ପ୍ରଦେଶ କଂଗ୍ରେସ ପକ୍ଷରୁ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କୋଭିଡ୍‌ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ନୀତି ଓ ନିଷ୍ପତ୍ତିକୁ ପ୍ରଶ୍ନ କରିଛନ୍ତି।

ମିଶ୍ର କହିଛନ୍ତି, ବର୍ତ୍ତମାନ ସମୟରେ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରତ୍ୟେକ ଦିନ ମୃତ୍ୟୁହାର ବଢ଼ିବଢ଼ି ଚାଲିଛି। ରାଜ୍ୟ ସରକାର କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ପ୍ରକୃତ ତଥ୍ୟ ପ୍ରଦାନ କରିବାରେ ଆରମ୍ଭରୁ ଅନିୟମିତତାକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଜାଣିଶୁଣି କୋଭିଡ୍‌ ମୃତ୍ୟୁର ସତ୍ୟକୁ ଚାପିଦେବା ପାଇଁ ଅପଚେଷ୍ଟା କରୁଛନ୍ତି।  ପୂର୍ବରୁ ରାଜ୍ୟ ସରକାରଙ୍କ ଅଫିସିଆଲ୍‌ ପୋର୍ଟାଲ ଏବଂ ନୟାଗଡ଼ ସିଡିଏମ୍‌ଓଙ୍କ ତଥ୍ୟ ଆଧାରରେ ମିଛି କୋଭିଡ୍‌ ମୃତ୍ୟୁର ଖୁଲାସା କରିଥିଲା କଂଗ୍ରେସ। ଆଶ୍ଚର୍ୟ୍ୟର କଥା ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ କୋଭିଡ୍‌ ମୃତ୍ୟୁର ତଥ୍ୟକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ରଖାଯାଇଥିବା କଥା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠକୁ ନେଇ ମାନ୍ୟବର ଉଚ୍ଚନ୍ୟାୟଳ ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାଜ୍ୟ ସରକାର ଗତ ଜୁଲାଇ ୫ ତାରିଖରେ ରିପୋର୍ଟ ଦାଖଲ କରିବା ପାଇଁ ସମୟ ନେଇଥିଲେ ଏବଂ ଜୁଲାଇ ୨୦ ତାରିଖରେ ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିଥିଲେ। ଜୁଲାଇ ୨୮ ତାରିଖରେ ମାନ୍ୟବର ହାଇକୋର୍ଟ ରିପୋର୍ଟକୁ ତର୍ଜମା କଲାପରେ ଏହା ସମ୍ପୂର୍ଣ୍ଣ ନୁହେଁ ବୋଲି କହିବା ସହିତ ଜିଲ୍ଲା ସ୍ତରରେ କୋଭିଡ୍‌ ମୃତ୍ୟୁର ସରକାର ଯେଉଁ ଅଡିଟ୍‌ କରୁଛନ୍ତି ତାହାର ପ୍ରକାରଭିତ୍ତି (ମୋଡାଲିଟି) ସମ୍ପର୍କରେ କାହିଁକି ନୀରବ, ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଗତ ଦୁଇମାସ ଭିତରେ ଗୋଟିଏ ଜିଲ୍ଲା ନୟାଗଡ଼ରେ ୧୧୭ କୋଭିଡ୍‌ ମୃତ୍ୟୁ ସମ୍ପର୍କରେ ରାଜ୍ୟ ସରକାର ହାଇକୋର୍ଟଙ୍କ ପାଖରେ ଦାଖଲ କରିଥିବା ରିପୋର୍ଟରେ କିଛିବି ତଥ୍ୟ ଉପସ୍ଥାପନ କରିନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏଥିରୁ ସ୍ପଷ୍ଟ ପ୍ରତିୟମାନ ହେଉଛି ଯେ ରାଜ୍ୟ ସରକାର କୋଭିଡ୍‌ ମୃତ୍ୟୁର ସଂଖ୍ୟାକୁ ନେଇ ରାଜ୍ୟବାସୀଙ୍କୁ ମିଛ ତଥ୍ୟ ପ୍ରଦାନ କରିବା ପରେ ବର୍ତ୍ତମାନ ହାଇକୋର୍ଟଙ୍କୁ ମଧ୍ୟ ଭୁଲ୍‌ ତଥ୍ୟ ପ୍ରଦାନ କରି ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମିଶ୍ର କହିଛନ୍ତି।

କୋଭିଡ୍‌ ମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ପରିବାର ବର୍ଗଙ୍କୁ ସରକାରଙ୍କ ତରଫରୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ଏହା ଦ୍ୱାରା ପ୍ରଭାବିତ ହେବ ଏବଂ କ୍ଷତିପୂରଣ ରାଶି ପାଇବା ପାଇଁ ହକ୍‌ଦାର ଥିବା ଆଇନଗତ ଉତ୍ତରାଧିକାରୀମାନଙ୍କ ପ୍ରତି ଏହା ନବୀନ ବାବୁଙ୍କ ଚରମ ଉପହାସ ବୋଲି କଂଗ୍ରେସ କହିଛି। ସମଗ୍ର ଓଡ଼ିଶାବାସୀ ମୋ ପରିବାରର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଏହାଦ୍ୱାରା ତାଙ୍କ ନିଜ ପରିବାର ସଦସ୍ୟଙ୍କ ପ୍ରତି ଅନ୍ୟାୟ କରୁନାହାନ୍ତି କି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।