ହାଡ଼ ମଜବୁତ କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏସବୁ


ପ୍ରତୀକାତ୍ମକ ଫଟୋ
ହାଡ଼ ମଜବୁତ ରଖିବା ଏକ ଚ୍ୟାଲେଞ୍ଜିଂ କାମ। ହାଡ଼ର ଆକାର ଓ ଢାଞ୍ଚା ଶରୀରକୁ ସନ୍ତୁଳିତ କରିବାରେ ଯୋଗଦାନ ଦେଇଥାଏ। ଅଷ୍ଟିଓପୋରୋସିସ, ବୋନ କ୍ୟାନ୍ସର, କ୍ଷୟ ରୋଗ, ହାଡ଼ ସଂକ୍ରମଣ ଭଳି ହାଡ଼ ସହିତ ଜଡ଼ିତ ରୋଗ ରହିଛି। ତେଣୁ ଅନେକ ଉପାୟରେ ହାଡ଼ ସୁସ୍ଥ ରଖାଯାଇପାରେ। ଏଥିପାଇଁ ଡାଏଟ, ଜୀବନଶୈଳୀରେ ପରିବର୍ତ୍ତନ, ଶାରୀରିକ ଭାବେ ସକ୍ରିୟ ରହିବା ଓ ସପ୍ଳିମେଣ୍ଟସ ନେବା ଆଦି ସାମିଲ ରହିଛି। ଆପଣ ନିଜ ଡାଏଟରେ ପରିବର୍ତ୍ତନ କରି ହାଡ଼କୁ ପ୍ରାକୃତିକ ଭାବେ ମଜବୁତ କରିପାରିବେ।

କ୍ଷୀର
ହାଡ଼କୁ ସୁସ୍ଥ ରଖିବା ଲାଗି ଡାଏଟରେ କ୍ୟାଲସିୟମ ସାମିଲ କରିବା ଦରକାର। କ୍ଷୀରରେ ସବୁଠାରୁ ଅଧିକ କ୍ୟାଲସିୟମର ପ୍ରାକୃତିକ ଉତ୍ସ ରହିଛି। ବ୍ରେକଫାଷ୍ଟରେ କ୍ଷୀର ସାମିଲ କରିପାରିବେ। କ୍ଷୀରରେ ତିଆରି ଓଟ ମିଲ୍କ, ସ୍ମୁଦି ତିଆରି କରି ସେବନ କରିପାରିବେ।

ଅଣ୍ଡା
ପ୍ରୋଟିନର ଅଭାବ ହେଲେ ହାଡ଼ର ବିକାଶରେ ବାଧା ହୋଇପାରେ। ତେଣୁ ନିର୍ଦ୍ଧାରିତ ମାତ୍ରାରେ ପ୍ରୋଟିନ ଡାଏଟରେ ସାମିଲ କରିବା ଉଚିତ। ଏହି ମାମଲାରେ ଅଣ୍ଡାକୁ ସୁପରଫୁଡ କୁହାଯାଏ। ଏଥିରେ ପ୍ରୋଟିନର ଉତ୍ତମ ସ୍ରୋତ ରହିଛି। ଏହାକୁ ନିୟମିତ ଡାଏଟରେ ସାମିଲ କରିପାରିବେ।

ପାଳଙ୍ଗ
ହାଡ଼କୁ ସୁସ୍ଥ ରଖିବା ଲାଗି ନିୟମିତ ଡାଏଟରେ ଭିଟାମିନ କେ’ ସାମିଲ କରିବା ଗୁରୁତ୍ବପୂର୍ଣ୍ଣ। ସବୁଜ ପନିପରିବା, ପାଳଙ୍ଗ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରିପାରେ। ଏଥିରେ ସଜନା ଶାଗ ବି ସାମିଲ କରିପାରିବେ।

ସାଲମନ

ଫ୍ୟାଟି ମାଛ ହେଲଦି ଫ୍ୟାଟସ ଓ ଓମେଗା-୩ ଫ୍ୟାଟି ଏସିଡରେ ଭରପୂର ଉତ୍ସ। ଏହା ଭିଟାମିନ ଡି’ ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରେ। ଭିଟାମିନ ଡି ଓ ଓମେଗା ୩ ଫ୍ୟାଟି ଏସିଡ ମିଶି ହାଡ଼କୁ ବିକାଶ ଓ ବୃଦ୍ଧି କରିବାରେ ଯୋଗଦାନ ଦେଇଥାନ୍ତି। ତେଣୁ ଏହାକୁ ଡାଏଟରେ ସାମିଲ କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।