ଅନଲାଇନରେ ପାହାଡ଼ ବିକ୍ରି!


ସ୍ୟାଣ୍ଡଷ୍ଟୋନ ହାଇଲ୍ୟାଣ୍ଡସର ପେଣ୍ଟିଂ
ଇଣ୍ଟରନେଟର ଏହି ଦୁନିଆରେ ଲୋକଙ୍କ କିଣାକିଣି କରିବାର ପଦ୍ଧତି ପୂରା ବଦଳି ଗଲାଣି। ଆଜିକାଲି ଘରେ ବସି ଯେ କୌଣସି ଜିନିଷ ଫଟାଫଟ ଅନଲାଇନରେ ଶପିଂ ୱେବସାଇଟରେ ଅର୍ଡର କରାଯାଇପାରୁଛି। କିନ୍ତୁ ଜାଣିଛନ୍ତି କି ଏବେ ଘରେ ବସି ପାହାଡ଼ ବି କିଣି ପାରିବେ। ଏହା ଶୁଣିବାକୁ ଅବାସ୍ତବ ଲାଗୁଥିଲେ ବି କଥାଟି ସତ। ବିଶ୍ବର ସବୁଠାରୁ ଲୋକପ୍ରିୟ ଇ-ଶପିଂ ୱେବସାଇଟ ଇ-ବେ ନିଜ ପ୍ଲାଟଫର୍ମରେ ଏକ ପାହାଡ଼ ବିକ୍ରି କରୁଛି। ଏହି ପାହାଡ଼କୁ ଆପଣ ୧.୨ ମିଲିଅନ ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୯ କୋଟି ଟଙ୍କା ଖର୍ଚ୍ଚ କରି କିଣିପାରିବେ। ଏହି ୱେବସାଇଟରେ ଦିଆଯାଇଥିବା ସୂଚନା ମୂତାବକ ଟେବଲଟପ ପର୍ବତ ଦ୍ବାରା ଅନୁପ୍ରାଣିତ ହୋଇ ୧୯ଶ ଶତାବ୍ଦୀର ଜଣେ କଳାକାର ପାହାଡ଼ର ପେଣ୍ଟିଂ ତିଆରି କରିଥିଲେ। ଏହାକୁ ଏବେ ଇ-ବେ ଶପିଂ ୱେବସାଇଟରେ ବିକ୍ରି ପାଇଁ ଲିଷ୍ଟ କରାଯାଇଛି।

ସ୍ବିଜରଲ୍ୟାଣ୍ଡର ସବୁଠାରୁ ଛୋଟ ଟେବଲ ହିଲକୁ ୧୫ ଜୁଲାଇରେ ଅନଲାଇନ ପ୍ଲାଟଫର୍ମରେ ବିକ୍ରି ପାଇଁ ଲିଷ୍ଟ କରାଯାଇଥିଲା। ଏହାକୁ ଏଲବେ ସ୍ୟାଣ୍ଡଷ୍ଟୋନ ହାଇଲ୍ୟାଣ୍ଡସ ବୋଲି ମଧ୍ୟ କୁହାଯାଏ। ଏହାର ଶିଖର ଏକ ବାଡିର କୋନ ବା ଉଡେନ କୋନ ଭଳି ଦେଖାଯାଇଥାଏ। ଏହି ପାହାଡ଼ର ପେଣ୍ଟିଂକୁ ସବୁଠାରୁ ବଡ଼ କଳାକୃତି ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ। ଏହା ଏବେ ଜର୍ମାନୀର ହାମବର୍ଗସ୍ଥିତ ସଂଗ୍ରହଳାଳୟରେ ରହିଛି। ଏହି ପାହାଡ଼ର ପେଣ୍ଟିଂ ବିକ୍ରି କରିବା ଲାଗି ଇ-ବେ ପକ୍ଷରୁ କ୍ୟାପସନରେ ଲେଖାଯାଇଛି ଯେ ସାକ୍ସନ ସ୍ବିଜରଲ୍ୟାଣ୍ଡ ଆପଣଙ୍କ ନିଜର ଅଦ୍ଭୁତ ପାହାଡ଼। ସାକ୍ସନ ସ୍ବିଜରଲ୍ୟାଣ୍ଡ ଜର୍ମାନୀର ଡ୍ରେସଡେନର ଦକ୍ଷିଣପୂର୍ବ ଏଲବେ ଘାଟିର ଚତୁଃପାଶ୍ବରେ ଏକ କ୍ଷେତ୍ର ଓ ରାଷ୍ଟ୍ରୀୟ ଉଦ୍ୟାନ ଅଟେ। ସ୍ବିଜରଲ୍ୟାଣ୍ଡ ସହ ବୋହେମିୟନ ମିଶି ଏହି ଏଲବେ ସ୍ୟାଣ୍ଡଷ୍ଟୋନ ପାହାଡ଼ ତିଆରି କରିଛି। ଏହି ପାହାଡ଼ର ପାଖାପାଖି ତିନି ଚତୁର୍ଥାଂଶ ଜର୍ମାନୀ ସୀମାରେ ରହିଛି। ତେବେ ଅନଲାଇନରେ ପାହାଡ଼ ବିକ୍ରି ଖବର ଶୁଣି ଅନେକ ଲୋକ ଚକିତ ହୋଇଯାଇଥିଲେ। ତେଣୁ ଏହି ଖବର ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।