୨୬ରୁ ସ୍କୁଲ୍‌ ସମେତ ଖୋଲିବ ହଷ୍ଟେଲ୍‌


ପ୍ରତୀକାତ୍ମକ ଫଟୋ
ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି ମହାମାରୀ କୋରୋନା। ଏହାକୁ ଦୃଷ୍ଟିରେ ରଖି କଟକଣା ମଧ୍ୟ କୋହଳ କରାଯାଇଛି। ତେଣୁ ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ଲାଗୁ ସ୍କୁଲ୍‌ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆଜି ହଷ୍ଟେଲ୍‌ ଖୋଲିବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ର ହଷ୍ଟେଲ୍‌ ଖୋଲିବାକୁ ନିର୍ଦେଶ ଦେବା ସହ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ମଧ୍ୟ ଜାରି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତିଙ୍କୁ ଚିଠି ଲେଖିଛନ୍ତି।

ଜାରି ହୋଇଥିବା ଏସ୍‌ଓପି ଅନୁଯାୟୀ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସାମଜିକ ସୁରକ୍ଷା, ସଶକ୍ତିକରଣ ଏବଂ ଭିନ୍ନକ୍ଷମ ବିଭାଗ ଏବଂ ଅନ୍ୟ ଘରୋଇ ଓ ସରକାରୀ ସ୍କୁଲ୍‌ ଦ୍ୱାର ପରିଚାଳିତ ସମସ୍ତ ହଷ୍ଟେଲ୍‌ ଖୋଲିବ। ହଷ୍ଟଲରେ ସାମାଜିକ ଦୂରତା ରଖିବାକୁ ଗୁରୁତ୍ୱ ଦିଆଯାଇଛି। ଦୈନିକ ମେସ୍ ଏବଂ ଶୌଚାଳୟ ସାନିଟାଇଜ କରାଯିବ। ହଷ୍ଟେଲ୍‌ରେ ସ୍ୱାସ୍ଥ୍ୟ ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହିପାରିବେ। ହଷ୍ଟେଲ୍‌ ମୁଖ୍ୟ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମ୍ପର୍କରେ ରହିବେ। ଏହାସହ ସବୁ ହଷ୍ଟେଲ୍‌ରେ ଆଇସୋଲେସନ୍‌ ରୁମ୍‌ର ବ୍ୟବସ୍ଥା ରଖିବାକୁ ଏସ୍ଓପିରେ କୁହାଯାଇଛି। ହଷ୍ଟେଲ୍‌ ପରିସରରେ ଗହଳିକୁ ବାରଣ କରାଯାଇଛି। ଏଥିପାଇଁ ହଷ୍ଟେଲ୍‌ କର୍ତ୍ତୃପକ୍ଷଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ତେବେ ପୂର୍ବରୁ କଟକଣା ଆଉ ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍ ବୋଲି କୁହାଯାଇଥିଲା। ସାମାଜିକ ଦୂରତା ରଖି କ୍ଲାସ୍‌ରେ ବସିବେ ୨୦ ରୁ ୨୫ ପିଲା। ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ ମାସ୍କ। ନିୟମିତ ଭାବେ ପୁରା ସ୍କୁଲ୍‌କୁ ବିଶୋଧନ କରାଯିବ। ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ। ତା’ ସହିତ ସ୍କୁଲ୍‌ରେ ଆଇସୋଲେସନ୍‌ ରୁମ୍‌ ବି ରହିବ। ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। କିଛି ଦିନ ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏବେ ହେଟେଲ ଖୋଲିବ ବୋଲି ସରକାର ଅନୁମତି ଦେଇଛନ୍ତି। ମାଟ୍ରିକ୍‌ ଅଫ୍‌ଲାଇନ୍ ପରୀକ୍ଷା ଓ ସ୍କୁଲ୍‌ ଖୋଲିବା ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସୂଚନା ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ