ପିଲାଙ୍କୁ ସଶକ୍ତ କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏସବୁ


ପ୍ରତୀକାତ୍ମକ ଫଟୋ
ସାଧାରଣତଃ ଖାଦ୍ୟପେୟ ମାମଲାରେ ପିଲାମାନେ ଅଧିକ ଦାୟିତ୍ବହୀନ ହୋଇଥାନ୍ତି। ପିଲାଙ୍କ ଏହି ଦାୟିତ୍ବହୀନତା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଏ। ତେଣୁ ପିଲାଙ୍କ ଖାଦ୍ୟପେୟ ଉପରେ ବିଶେଷ ଯତ୍ନ ନେବା ମା’ ବାପାଙ୍କ ଦାୟିତ୍ବ। ପିଲାଙ୍କୁ ସୁସ୍ଥ ଓ ସଶକ୍ତ କରିବା ପାଇଁ ଏସବୁ ଖାଦ୍ୟ ସେମାନଙ୍କ ଡାଏଟରେ ସାମିଲ କରିପାରିବେ। ଡାଏଟିସିଆନ ଡା.ରଞ୍ଜନା ସିଂଙ୍କ କହିବାନୁସାରେ ପିଲାଙ୍କୁ ସବୁଦିନ ଭିଟାମିନ, ମିନେରାଲ, ଫ୍ୟାଟ ଓ ପ୍ରୋଟିନ ସନ୍ତୁଳିତ ମାତ୍ରାରେ ଦେବା ଉଚିତ। ଏହା ସେମାନଙ୍କ ଶାରୀରିକ ବିକାଶ ପାଇଁ ଜରୁରୀ। ପିଲା ଦୁର୍ବଳ ଥିଲେ ସେମାନଙ୍କ ଡାଏଟରେ ଘିଅ, ଲହୁଣୀ, ଡାଲି, କ୍ଷୀର, କଦଳୀ, କନ୍ଦମୂଳ ସହିତ ସବୁଜ ପନିପରିବା ସାମିଲ କରନ୍ତୁ।

ସବୁଜ ପନିପରିବା
ସବୁଜ ପନିପରିବା ପୋଷକତତ୍ତ୍ବରେ ଭରପୂର। ଏହା ପାଚନତନ୍ତ୍ରକୁ ମଜବୁତ ରଖିବାର କ୍ଷମତା ରଖେ। ପିଲାଙ୍କୁ ବ୍ରୋକୋଲି, ଆଳୁ, ମଟର, ପାଳଙ୍ଗ ଓ ବନ୍ଧାକୋବି ନିୟମିତ ସେବନ କରାନ୍ତୁ। ଏହା ପିଲାଙ୍କୁ ସ୍ବାଦ ସହିତ ପୋଷତତତ୍ତ୍ବ ବି ଯୋଗାଇବ।

ଘିଅ କିମ୍ବା ଲହୁଣୀ
ଘିଅ ଓ ଲହୁଣୀ ଫ୍ୟାଟଯୁକ୍ତ ଖାଦ୍ୟ। ଏହା ମଧ୍ୟ ପିଲାମାନେ ନିୟମିତ ସେବନ କରିବା ଉଚିତ। ଡାଲି କିମ୍ବା ରୁଟିରେ ଘିଅ କିମ୍ବା ଲହୁଣୀ ଲଗାଇ ପିଲାଙ୍କୁ ଖୁଆନ୍ତୁ।

ଡାଲି
ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି। ଡାଲି ପାଣିରେ ବି ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ ରହିଛି। ପିଲା ଦୁର୍ବଳ ହୋଇଥିଲେ ଓ ତାଙ୍କ ଓଜନ ବଢ଼ାଇବା ଲାଗି ନିୟମିତ ଡାଲି ପାଣି ପିଇବାକୁ ଦିଅନ୍ତୁ।

ମଲାଇଯୁକ୍ତ କ୍ଷୀର
ମଲାଇଯୁକ୍ତ କ୍ଷୀରରେ ପର୍ଯ୍ୟାପ୍ତ ମାତ୍ରାରେ ଚର୍ବି ରହିଛି। ଏହା ପିଲାଙ୍କ ଓଜନ ବଢ଼ାଇବାରେ ସାହଯ୍ୟ କରେ। ଯଦି ପିଲା କ୍ଷୀର ପିଇବାକୁ ମନାକରନ୍ତି, ତେବେ ସେକ କିମ୍ବା ଚକୋଲଟ ପାଉଡର ମିଶାଇ ପିଆଇବାକୁ ଚେଷ୍ଟା କରନ୍ତୁ।

ଅଣ୍ଡା ଓ ଆଳୁ
ଦୁର୍ବଳ ପିଲାଙ୍କ ପାଇଁ ଅଣ୍ଡା ଓ ଆଳୁ ବହୁତ ଲାଭଦାୟକ ହୋଇପାରେ। କାରଣ ଆଳୁରେ କାର୍ବୋହାଇଡ୍ରେଟ ଓ ଅଣ୍ଡାରେ ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଛି। ଦୁର୍ବଳ ପିଲାଙ୍କ ଓଜନ ବଢ଼ାଇବା ଲାଗି ଏହାର ସେବନ ଜରୁରୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ