ଆଶା କର୍ମୀଙ୍କ ହାତରେ ଲାଠି, କାନ୍ଧରେ ବ୍ୟାଗ: ମାଇଲ ମାଇଲ ଦୂର ଚାଲି ସାହାଯ୍ୟ କରୁଛନ୍ତି


ସୁମନ ଧେବେ
କୋରୋନା ମହାମାରୀରେ ଗୋଟିଏ ପଟେ ଲୋକଙ୍କ ଘର ଉଜୁଡ଼ି ଯାଇଥିବାବେଳେ ଅନ୍ୟପଟେ ମାନବିକତାର ଏକ ନୂଆ ରୂପ ବି ଦେଖିବାକୁ ମିଳୁଛି। ଏମିତି ଜଣେ ମହିଳା ହେଉଛନ୍ତି ସୁମନ ଧେବେ। ଏହି ଆଶା କର୍ମୀ ଜଣକ କୋରୋନା ରୋଗୀଙ୍କ ସେବାରେ ଲାଗିପଡ଼ିଛନ୍ତି। ସେ ସବୁଦିନ ୧୦ ମାଇଲ ଚାଲି ଚାଲି ଗାଁ ଗାଁ ବୁଲି କୋରୋନା ସଂକ୍ରମିତଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ଜୁଲାଇ ମାସ ଆରମ୍ଭରେ ମାନଗାଓଁରେ ଦୁଇ ଜଣ ଲୋକ କୋଭିଡ ସଂକ୍ରମିତ ହୋଇଥିଲେ। ସେବେଠାରୁ ସୁମନ ଆଖପାଖ ଗାଁକୁ ଯାଇ ଟ୍ରେସିଂ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରର ଶିରକୋଲି ଗାଁରେ ଦୁଇଟି କୋଭିଡ ମାମଲା ଆସିବା ପରଠାରୁ ସୁମନ ୩ ଘଣ୍ଟା ବର୍ଷାରେ ଚାଲି ଛୋଟ ବଡ଼ ନଦୀ ନାଳ ପାର କରି ୨୧୦ ଗାଁରେ ସ୍କ୍ରିନିଂ କରିବାକୁ ପହଞ୍ଚିଥିଲେ।

୯ ବର୍ଷ ହେଲା କରୁଛନ୍ତି ଲୋକ ସେବା
ଡାକ୍ତର ବାଇ ଓରଫ ସୁମନ ୯ ବର୍ଷ ହେଲା ପୁନେ ଠାରୁ ୭୦କିମି ଦୂରରେ ଥିବା ଆଦିବାସୀ ଅଧ୍ୟୁଷିତ କୋଲେ ଗାଁ ନିକଟସ୍ଥ ଭେଲହେ ତାଲୁକାର ଲୋକଙ୍କ ଦେଖାଶୁଣା କରୁଛନ୍ତି। ଏହି ସମୟରେ ସେ କେବଳ ଗର୍ଭବତୀ ମହିଳାଙ୍କ ସେବା କରିନାହାନ୍ତି, ବରଂ ସେମାନଙ୍କ ପ୍ରସବ ବି କରାଇଛନ୍ତି। ପିପିଇ କିଟ ପିନ୍ଧି ସେ ପାହାଡ଼ ଚଢ଼ିପାରିବେ ନାହିଁ। ତେଣୁ ଲାଠି ଧରି ପାହାଡ଼ ଚଢ଼ୁଥିବା ସୁମନ କହିଛନ୍ତି।

ଟ୍ରେନିଂ ପ୍ରୋଗ୍ରାମରେ ମିଳିଥିଲା କୋରୋନା ସୂଚନା
ବର୍ଷ ୨୦୨୦ରେ ଏକ ଟ୍ରେନିଂ ପ୍ରୋଗ୍ରାମ ସମୟରେ ସୁମନଙ୍କ ସମେତ ଅନେକ ଆଶା କର୍ମୀଙ୍କୁ କୋରୋନା ମହାମାରୀ ସମ୍ପର୍କରେ ସୂଚନା ମିଳିଥିଲା। ପ୍ରଥମ ଥର ପାଇଁ ଏହି ପ୍ରୋଗ୍ରାମରେ ସେ ସାନିଟାଇଜର ଦେଖିଥିଲେ। ସେମାନଙ୍କୁ ମାସ୍କ ଓ ଗ୍ଲୋବସ ଦେଇଥିଲେ। ଏହାକୁ ପିନ୍ଧି ସେ ସ୍କ୍ରିନିଂ ଆରମ୍ଭ କରିଥିବା ସୁମନ କହିଛନ୍ତି।

ଦ୍ବିତୀୟ ଲହରୀରେ ଅସୁବିଧା ବଢ଼ିଲା
ସୁମନ ସକାଳେ ନିଜ ଘରୁ ବାହାରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରନ୍ତି। ମେ’ ମାସରେ ମାତ୍ର ୩ଟି ଘର ପର୍ଯ୍ୟପ୍ତ ପହଞ୍ଚିବା ଲାଗି ସେ ୪ ଘଣ୍ଟା ପାଦରେ ଚାଲୁଥିଲେ। ଏଥିସହିତ ଜିଲ୍ଲା ପ୍ରଶାସନର ସମସ୍ତ ଦାୟିତ୍ବ ମଧ୍ୟ ସୁମନ ସମ୍ଭାଳୁଛନ୍ତି। ଘରେ ଘରେ ବୁଲି ସାବଧାନତା ଅବଲମ୍ବନ କରିବାକୁ ସୁମନା ସଚେତନ କରାଉଛନ୍ତି।

ସୁମନଙ୍କ ଅଧୀନରେ ଆସୁଥିବା ଗାଁ କୋଭିଡମୁକ୍ତ ରହିଛି
ସୁମନଙ୍କ ପରିଶ୍ରମର ମୂଲ୍ୟ ବି ରହିଛି। କାରଣ ତାଙ୍କୁ ଯେଉଁ ୫ଟି ଗାଁର ଦାୟିତ୍ବ ଦିଆଯାଇଛି, ସେଠାରେ ଗୋଟିଏ ବି କୋଭିଡ ମାମଲା ଆସି ନାହିଁ। ଏହି କାମ ପାଇଁ ତାଙ୍କୁ ପ୍ରତ୍ୟେକ ମାସରେ ଦୁଇ ହଜାର ଟଙ୍କା ଲେଖାଏଁ ଦିଆଯାଉଛି। ଗ୍ରାମ ସବ-ସେଣ୍ଟରକୁ ଫୋନ କରି ସାରାଦିନର ରିପୋର୍ଟ ଦେବା ପରେ ବିଳମ୍ବିତ ରାତିରେ ଘରେ ପହଞ୍ଚନ୍ତି। ନିଜକୁ ପରିଷ୍କାର ପରିଛନ୍ନ କରିବା ପରେ ରୋଷେଇ କରିଥାନ୍ତି। ସୁମନଙ୍କ ଘରେ ବିଜୁଳି ନାହିଁ। ଏପରିକି ତାଙ୍କ ଗାଁକୁ ଭଲ ରାସ୍ତା ବି ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ