ବର୍ଷା ଦିନେ ଖାଆନ୍ତୁ କର୍ଣ୍ଣ ଚାଟ


କର୍ଣ୍ଣ ଚାଟ
ବର୍ଷା ଦିନେ ଗରମ ଗରମ ମକା ସିଝା କିମ୍ବା ପୋଡ଼ା ବହୁତ ଖାଇଥିବେ। ତେବେ ଏଠାରେ ସ୍ବିଟ କର୍ଣ୍ଣ ଚାଟ ରେସିପି ଦିଆଯାଇଛି। ଏହାକୁ ନିଜ ମନ ପସନ୍ଦର ଜିନିଷ ସହିତ ତିଆରି କରିପାରିବେ। ସ୍ବିଟ କର୍ଣ୍ଣରେ ଭରପୂର ମାତ୍ରାରେ ପୋଷକତତ୍ତ୍ବ ରହିଛି। ଏହାକୁ ସେବନ କରିବା ଦ୍ବାରା ସ୍ବାସ୍ଥ୍ୟ ବି ଠିକ ରହିବ। ଚାଲନ୍ତୁ ଜାଣିବା କେମିତି ତିଆରି କରିବେ କର୍ଣ୍ଣ ଚାଟ।

କ’ଣ ଦରକାର
୯୦୦ ଗ୍ରାମ ଫ୍ରୋଜନ କର୍ଣ୍ଣ, ଅଧ ଚାମଚ ଲଙ୍କା ଗୁଣ୍ଡ, ୨ ଛୋଟ ଚାମଚ ଭଜା ଜିରା ଗୁଣ୍ଡ, ସ୍ବାଦାନୁସାରେ ଲୁଣ, କଟା କ୍ୟାପସିକମ, ୨ ବଡ଼ ଚାମଚ ଲେମ୍ବୁ ରସ, ୨ ବଡ଼ ଚାମଚ କଟା ଧନିଆ ପତ୍ର, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ଛୋଟ ଚାମଚ ବ୍ଲାକ ସଲ୍ଟ, ୧ କପ କଟା ଟମାଟୋ, ୧ଟି କଟା ପିଆଜ, ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ସବୁ ମସଲା ମିଶାନ୍ତୁ। ସବୁ ପରିବା କାଟି ମିଶାନ୍ତୁ। ପ୍ୟାନରେ ତେଲ ଗରମ କରି ମଧ୍ୟମ ଆଞ୍ଚରେ କର୍ଣ୍ଣ ଫ୍ରାଏ କରନ୍ତୁ। ଏବେ କର୍ଣ୍ଣକୁ ପରିବାରେ ମିଶାନ୍ତୁ। ଏଥିରେ ମସଲା ଓ ଲେମ୍ବୁ ରସ ମିଶାନ୍ତୁ। ଚାଟକୁ ସର୍ଭିଂ ପ୍ଲେଟରେ ବାହାର କରି ଧନିଆ ପତ୍ର ସଜାଇ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ