ପିଲାଙ୍କ ଉଚ୍ଚତା ବଢ଼ାଇବା ଲାଗି ଖାଦ୍ୟରେ ସାମିଲ କରନ୍ତୁ ଏସବୁ


ପ୍ରତୀକାତ୍ମକ ଫଟୋ
ପିଲାମାନଙ୍କ ଉଚ୍ଚତା ବଢ଼ିବାକୁ ନେଇ ଅଧିକାଂଶ ମା’ ବାପା ଗୁରୁତ୍ବ ଦେଇ ନ ଥାନ୍ତି। ସେମାନେ ଭାବନ୍ତି ପିଲାଙ୍କ ଉଚ୍ଚତା ଆପେ ବଢ଼ିବ। କିନ୍ତୁ ସେମାନେ ଭୁଲି ଯାଆନ୍ତି ଉତ୍ତମ ଡାଏଟ ଓ ଜୀବନଶୈଳୀ ଅବଲମ୍ବନ ପିଲାଙ୍କ ଉଚ୍ଚତା ବଢ଼ିବାରେ ସାହାଯ୍ୟ କରେ। ଆମେରିକାନ ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ପିଲାଙ୍କ ଡାଏଟ ଓ ଉଚ୍ଚତା ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। କେବଳ ସେତିକି ନୁହେଁ, ହେଲଥ ନ୍ୟୁଟ୍ରିସନରେ ପ୍ରକାଶିତ ଅନ୍ୟ ଏକ ରିପୋର୍ଟ ଅନୁସାରେ କ୍ଷୀର, ଚିକେନ ଭଳି ଖାଦ୍ୟ ପିଲାଙ୍କ ଉଚ୍ଚତା ବଢ଼ାଇବାରେ ସାହାଯ୍ୟ କରେ। ପିଲାଙ୍କୁ ଏଥିପାଇଁ ସନ୍ତୁଳିତ ଭୋଜନ ନିୟମିତ ବ୍ୟବଧାନରେ ଦେବା ଉଚିତ। କାରଣ ବୟସ୍କଙ୍କ ତୁଳନାରେ ପିଲାମାନେ ଅଧିକ ସକ୍ରିୟ ରହିଥାନ୍ତି। ପ୍ରୋଟିନ କାର୍ବୋହାଇଡ୍ରେଟ, ମିନେରାଲ୍ସ, ଭିଟାମିନଯୁକ୍ତ ଖାଦ୍ୟ ଉଚ୍ଚତା ବଢ଼ାଇବାରେ ପ୍ରମୁଖ ପୋଷକତତ୍ତ୍ବ ଅଟେ।

କ୍ଷୀର
ପିଲାମାନେ ଠିକ ଢଙ୍ଗରେ ବଢ଼ିବା ଲାଗି କ୍ଷୀର ଏକ ଉପଯୁକ୍ତ ଆହାର। ଏଥିରେ ଥିବା ପୋଷକତତ୍ତ୍ବ ପିଲାଙ୍କ ଉଚ୍ଚତା ବଢ଼ାଇବାରେ ସାହାଯ୍ୟ କରାଏ। ଏହା ପିଲାଙ୍କ ହାଡ଼ ବିକଶିତ କରିବା ସହିତ ମାଂସପେଶୀ ମଜବୁତ ରଖିଥାଏ।

ଅଣ୍ଡା
ପିଲାଙ୍କ ପାଇଁ ବି ଅଣ୍ଡା ଲାଭଦାୟକ। ଅଣ୍ଡାରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ବି ୧୨ ଭରପୂର ମାତ୍ରାରେ ରହିଛି। ଏଥିରେ ଥିବା କେତେକ ପୋଷକତତ୍ତ୍ବ ଅନ୍ୟ ଖାଦ୍ୟରେ ପାଇବା ମୁସ୍କିଲ ହୋଇଥାଏ। ଏହା ଏକ ବହୁମୁଖୀ ଖାଦ୍ୟ ପଦାର୍ଥ।

ସୋୟା
ପ୍ରୋଟିନ, ଫାଇବର ଓ ଭିଟାମିନର ଏକ ଉତ୍ତମ ଉତ୍ସ ହେଉଛି ସୋୟା। ଶାକାହାରୀଙ୍କ ପାଇଁ ଅଣ୍ଡାର ଏହା ଏକ ଉତ୍ତମ ବିକଳ୍ପ।

କଦଳୀ
କଦଳୀର ଉପକାରିତା ହୁଏତ ସବୁବେଳେ ଅଣଦେଖା କରାଯାଇଥାଏ। କିନ୍ତୁ ଏହା ପିଲାଙ୍କ ପାଇଁ ବହୁତ ଦରକାରୀ। ଯଦି ପିଲାମାନେ କଦଳୀ ଖାଇବାକୁ ପସନ୍ଦ କରୁ ନାହାନ୍ତି, ତେବେ ବାନାନା ସେକ କରି ଦେଇପାରିବେ।

ଡ୍ରାଏ ଫ୍ରୁଟସ
ବିକଶିତ ହେଉଥିବା ପିଲାଙ୍କ ପାଇଁ ଶକ୍ତି ଓ ପୋଷଣ ଉଭୟର ଆବଶ୍ୟକତା ରହିଛି। ସେମାନଙ୍କ ପାଇଁ ଡ୍ରାଏ ଫ୍ରୁଟସଠାରୁ ଅଧିକ ଉତ୍ତମ ବିକଳ୍ପ ଆଉ କିଛି ଥାଇ ନ ପାରେ। ପିଲାଙ୍କୁ ବିକଶିତ କରିବାରେ ଏହା ଜରୁରୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ