ହେଟାବାଘଙ୍କ ସହ ମିତ୍ରତା! ଯୁବକ ବଦଳାଇ ଦେଇଛନ୍ତି ମଣିଷ-ହେଟା ସମ୍ପର୍କ


ହେଟାବାଘ ସହ ହିବସ
କୁକୁର କି ବିଲେଇ ନୁହଁ, ଏହି ଯୁବକ ହେଟାବାଘଙ୍କ ଗହଣରେ ସମୟ ବିତାନ୍ତି। ସେମାନଙ୍କ ସହ କୌତୁକ କରନ୍ତି। ସେମାନଙ୍କୁ ଭଲପାଆନ୍ତି ଓ ଦୈନିକ ବଜାରରୁ ସେମାନଙ୍କ ପାଇଁ ମାଂସ ଆଣି ଖାଇବାକୁ ଦିଅନ୍ତି। ହେଟା ଗୁଡିକ ସନ୍ଧ୍ୟା ହେବା ମାତ୍ରେ ତାଙ୍କ ମଣିଷ ବନ୍ଧୁଙ୍କ ପାଇଁ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ଏକାଠି ହୋଇଯାଆନ୍ତି। ଭୟଙ୍କର ହେଟାବାଘ ମାନଙ୍କ ସହ ସମୟ ବିତାଉଥିବା ଏହି ଯୁବକ ଜଣକ ହେଉଛନ୍ତି ଇଥିଓପିଆର ହିବସ। ପୂର୍ବ ଇଥିଓପିଆର ହାରର ସହର ଅନ୍ତର୍ଗତ ଏକ ଗାଁରେ ତାଙ୍କ ଘର।

ହେଟାବାଘଙ୍କୁ ଏଭଳି ଭଲ ପାଇବା ପଛରେ ରହିଛି ଏକ ସୁନ୍ଦର କାହାଣୀ। ହିବସ ଯେତେବେଳେ ୧୫ ବର୍ଷର ହୋଇଥିଲେ, ସେତେବେଳେ ହାରରରେ ହେଟାବାଘଙ୍କ ଜମାନା ଥିଲା। ଦଳ ବାନ୍ଧି ସେମାନେ ଗାଁ ଭିତରେ ପ୍ରବେଶ କରୁଥିଲେ ଓ ମଣିଷ ମାନଙ୍କୁ ଆକ୍ରମଣ କରିବା ସହିତ ଗୃହପାଳିତ ପଶୁମାନଙ୍କୁ ମାରି ଖାଇ ଯାଉଥିଲେ। ଗ୍ରାମବାସୀ ହେଟାବାଘ ମାନଙ୍କୁ ହଟାଇବା ପାଇଁ ଅସ୍ତ୍ର ଶସ୍ତ୍ର ବ୍ୟବହାର କରି ସଫଳ ହେଉ ନ ଥିଲେ। ଏଭଳି ସମୟରେ ହିବସଙ୍କ ପିତା ହେଟା ମାନଙ୍କ ପାଇଁ ମାଂସ ଯୋଗାଡ଼ କରି ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ଦେଲେ। ବାପାଙ୍କ ସହ ନିୟମିତ ହେଟାଙ୍କୁ ଖାଦ୍ୟ ଦେବାକୁ ହିବସ ଯାଉଥିଲେ। କ୍ରମଶଃ ହିବସ ହେଟାଙ୍କୁ ଭଲ ପାଇ ବସିଲେ ଓ ହେଟା ବି ହିବସଙ୍କୁ।

ଏବେ ହିବସଙ୍କ ଗାଁରେ ସୃଷ୍ଟି ହୋଇଛି ହେଟା-ମଣିଷଙ୍କ ଭିତରେ ବନ୍ଧୁତା ଓ ଭଲପାଇବା। ଗାଁ ଚାରିପଟେ ଘୂରି ବୁଲୁଥିବା ଏହି ହିଂସ୍ରଜନ୍ତୁ ଗୁଡିକଙ୍କ ହୃଦୟରେ ମଣିଷ ମାନଙ୍କ ପ୍ରତି ଭଲପାଇବାକୁ ଦେଖିବା ଲାଗି ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ଜନ ଆଉ ଜନ୍ତୁ ସମ୍ପର୍କର ଏକ ବିରଳ ଅଧ୍ୟାୟ ଯୋଡ଼ିଛି ଏହି ଆଫ୍ରିକୀୟ ଗାଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ