୭୦ ବର୍ଷୀୟାଙ୍କ ଗ୍ଲାମରସ ଓ ଫ୍ୟାଶନେବଲ ଫଟୋ ଭାଇରାଲ


ଫ୍ୟାଶନେବଲ ମିସେସ ବର୍ମା
ସାଧାରଣତଃ ଲୋକେ ବଞ୍ଚୁଛନ୍ତି ସତ, ହେଲେ ଜୀବନକୁ ଉପଭୋଗ କରିପାରୁ ନାହାନ୍ତି। ଦୈନନ୍ଦିନ ଜୀବନର ଚିନ୍ତା, କର୍ମଚାପରେ ଲୋକେ ଏତେ ବ୍ୟସ୍ତ ହୋଇପଡ଼ୁଛନ୍ତି ଯେ ବୟସ କେମିତି ବିତି ଯାଉଛି ଜାଣିପାରୁ ନାହାନ୍ତି। କାମ ଓ ଚିନ୍ତାର ବୋଝ ସାଙ୍ଗକୁ ବିରକ୍ତିକର ଜୀବନକୁ ପଛକୁ ଛାଡ଼ି ଖୁସିରେ କିପରି ବଞ୍ଚିବାକୁ ହୁଏ, ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ୭୦ ବର୍ଷୀୟା ଜଣେ ମହିଳା। ସୋସାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ମିସେସ ବର୍ମା ନାମ୍ନୀ ଏହି ମହିଳାଙ୍କ ୱାର୍ଡରୋବ ଚ୍ୟାଲେଞ୍ଜ ଏବେ ଚର୍ଚ୍ଚାରେ ରହିଛି।

ଏହି ମହିଳା ଜଣକ ଅନ୍ୟମାନଙ୍କୁ ଶିଖାଉଛନ୍ତି ଯେ କିପରି ଭାବେ ଖୁସିରେ ସଫଳ ଜୀବନ ବଞ୍ଚିବା ଲାଗି ବୟସ ଓ ଟଙ୍କାର ଆବଶ୍ୟକତା ପଡ଼େ ନାହିଁ। ନିକଟରେ ଏହି ବୟସ୍କା ମହିଳାଙ୍କ ୱାର୍ଡରୋବ ଚ୍ୟାଲେଞ୍ଜ ଖୁବ ଚର୍ଚ୍ଚାରେ ରହିଥିଲା। ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏହି ଭିଡ଼ିଓରେ ମିସେସ ବର୍ମା ଅନେକ ପ୍ରକାରର କାଜୁଆଲ ଚିକ ଆଉଟଫିଟ ପିନ୍ଧି ନଜର ଆସିଥିଲେ। ଏହି ଭିଡ଼ିଓକୁ ୫ ଲକ୍ଷରୁ ଅଧିକ ଭିଉଜ ମିଳିବା ସହିତ ଲୋକେ ଖୁବ ପସନ୍ଦ କରୁଛନ୍ତି।

ମିସେସ ବର୍ମାଙ୍କ ୱାର୍ଡରୋବ ଟ୍ରାଞ୍ଜିସନ ଦେଖି ଲୋକେ ତାଙ୍କର ପ୍ରଶଂସା କରିବାରେ ଥକୁ ନାହାନ୍ତି। ସୋସାଲ ମିଡିଆରେ ତାଙ୍କ ଫ୍ୟାଶନ ଛାଇ ଯାଇଛି। ଏହି ବୟସ୍କ ମହିଳାଙ୍କୁ କେହି ଗର୍ଜିଅସ କହୁଛନ୍ତି ତ ଆଉ କେହି ତାଙ୍କ ଫ୍ୟାଶନ ସେନ୍ସ ବହୁତ ଭଲ ବୋଲି କହୁଛନ୍ତି। ଇନଷ୍ଟାଗ୍ରାମରେ ମିସେସ ବର୍ମା ନାମରେ ଆକାଉଣ୍ଟ ଥିବା ଏହି ମହିଳା କେତେବେଳେ ଶାଢ଼ି ସହିତ ଜ୍ୟାକେଟ, ଆଣ୍ଟିକ ଇଅରରିଙ୍ଗସରେ ତ ଆଉ କେତେବେଳେ ଖୋଲା କେଶ ସହ ଷ୍ଟାଇଲ କରୁଥିବା ନଜର ଆସୁଛନ୍ତି। ନିକଟରେ ମିସେସ ବର୍ମା ଚେୟାର ଉପରେ ସୁନ୍ଦର ଭାବେ ପୋଜ ଦେଇ ତାଙ୍କ ଫଲୋଅର୍ସଙ୍କୁ ଚକିତ କରି ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।