ସମୁଦ୍ର ମଝିରେ ୬୦୦ ବର୍ଷର ପୁରୁଣା ମନ୍ଦିର, ଜଗିଛନ୍ତି ବିଷଧର ସର୍ପ


ତନାହ ଲୋତ ମନ୍ଦିର (ଫାଇଲ ଫଟୋ)
ସାରା ବିଶ୍ବରେ ଅନେକ ମନ୍ଦିର ରହିଛି। କେତେକ ମନ୍ଦିର ବିଶେଷତ୍ବ କାରଣରୁ ସାରା ବିଶ୍ବରେ ଜଣାଶୁଣା। କୌଣସି ମନ୍ଦିର ନିଜର ନିର୍ମାଣଶୈଳୀ ତ ଆଉ କେତେକ ନିଜର ରହସ୍ୟ ପାଇଁ ଜଣାଶୁଣା। ଆମ ଦେଶରେ ଥିବା କେତେକ ପ୍ରାଚୀନ ମନ୍ଦିର ଏବେ ବି ଅଖଣ୍ଡ ରହିଛି। ଏଠାରେ ସମୁଦ୍ର ମଝିରେ ଅବସ୍ଥିତ ଏଭଳି ଏକ ମନ୍ଦିର ସମ୍ପର୍କରେ ସୂଚନା ଦିଆଯାଇଛି। ୬୦୦ ବର୍ଷର ପୁରୁଣା ଏହି ମନ୍ଦିର ସମ୍ପର୍କରେ କୁହାଯାଉଛି ଯେ ଏହାକୁ ବିଷଧର ସାପମାନେ ଘେରି ରହି ସୁରକ୍ଷା ଦେଉଛନ୍ତି। ଏହି ମନ୍ଦିର ଇଣ୍ଡୋନେସିଆ ସମୁଦ୍ର ମଝିରେ ଅବସ୍ଥିତ ଏକ ଉଚ୍ଚା ଚଟାଣରେ ନିର୍ମିତ ହୋଇଛି। ଏହା ‘ତନାହ ଲୋତ ମନ୍ଦିର’ ନାମରେ ଜଣାଶୁଣା। ସ୍ଥାନୀୟ ଭାଷାରେ ତନାହ ଲୋତର ଅର୍ଥ ସମୁଦ୍ର  ଭୂମିରେ ନିର୍ମିତ।

୧୫ଶ ଶତାବ୍ଦୀରେ କରାଯାଇଥିଲା ଏହି ମନ୍ଦିରର ନିର୍ମାଣ
ଏହି ମନ୍ଦିର ନିର୍ମାଣରେ ବ୍ୟବହ୍‌ତ ହୋଇଥିବା ଶିଳା ୧୯୮୦ ମସିହାରେ ଦୁର୍ବଳ ହୋଇ ଭାଙ୍ଗିବାରେ ଲାଗିଥିଲା। ପରେ ପରେ ମନ୍ଦିର ଓ ଏହାର ଆଖାପାଖ ଅଞ୍ଚଳକୁ ବିପଦପୂର୍ଣ୍ଣ ଘୋଷଣା କରାଯାଇଥିଲା। ଜାପାନ ସରକାର ଏହାକୁ ରକ୍ଷା କରିବା ଲାଗି ଇଣ୍ଡୋନେସିଆ ସରକାରକୁ ସାହାଯ୍ୟ କରିଥିଲେ। ପରେ ଏହି ଚଟାଣର ପାଖାପାଖି ଏକ ତୃତୀୟାଂଶ ଅଂଶକୁ କୃତ୍ରିମ ଚଟାଣରେ ଘୋଡ଼ାଇ ଦିଆଯାଇଥିଲା। ୧୫ଶ ଶତାବ୍ଦୀରେ ତନାହ ଲୋତ ମନ୍ଦିରର ନିର୍ମାଣ ନିରର୍ଥ ନାମକ ଜଣେ ପୂଜାରୀ କରିଥିଲେ। ସମୁଦ୍ର କୂଳରେ ଚାଲି ଚାଲି ସେ ଏହି ସ୍ଥାନରେ ପହଞ୍ଚି ଥିଲେ। ଏହି ସ୍ଥାନର ସୌନ୍ଦର୍ଯ୍ୟ ତାଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେ ସେଠାରେ ରାତି କଟାଇଥିଲେ। ସେ ଆଖପାଖରେ ଥିବା ଧୀବରଙ୍କୁ ଏହି ସ୍ଥାନରେ ସମୁଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ଏହି ମନ୍ଦିରରେ ପୁଜାରୀ ନିରର୍ଥଙ୍କୁ ମଧ୍ୟ ପୂଜା କରାଯାଇଥାଏ।

ଇଣ୍ଡୋନେସିଆ ବୁଲି ଆସିଲେ ପର୍ଯ୍ୟଟକମାନେ ଏହି ମନ୍ଦିର ବୁଲିବାକୁ ଭୁଲନ୍ତି ନାହିଁ। କାରଣ ଏହି ମନ୍ଦିରର ସୌନ୍ଦର୍ଯ୍ୟ ବାସ୍ତବରେ ବହୁତ ମନୋରମ। ଏହି ମନ୍ଦିରର ସୌନ୍ଦର୍ଯ୍ୟ ଦେଖିବାକୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ଦୁଷ୍ଟ ଆତ୍ମା ଓ ଖଳ ଲୋକ ଦାଉରୁ ଏହି ମନ୍ଦିରର ସୁରକ୍ଷା ଦାୟିତ୍ବ ଶିଳା ତଳେ ରହୁଥିବା ବିଷଧର ସର୍ପମାନେ ନେଇଛନ୍ତି ବୋଲି କୁହାଯାଉଛି। କୁହାଯାଏ, ପୁଜାରୀ ନିରର୍ଥ ନିଜ ଶକ୍ତି ବଳରେ ଏକ ବିଶାଳ ସାମୁଦ୍ରିକ ସାପ ସୃଷ୍ଟି କରିଥିଲେ, ଯାହାଙ୍କ ପରିବାର ଏବେ ବି ଏହି ମନ୍ଦିରର ସୁରକ୍ଷାରେ ନିୟୋଜିତ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।