ଫିଟ ଓ ହିଟ: ଚୀନରେ ବିଶ୍ବର ସର୍ବକନିଷ୍ଠ ଯୋଗ ଗୁରୁ

୧୧ ବର୍ଷ ବୟସରେ କରୁଛନ୍ତି ମୋଟା ଆୟ, ୧୦୦ରୁ ଊର୍ଦ୍ଧ୍ବଙ୍କୁ ଦେଇଛନ୍ତି ତାଲିମ

ସୁନ ଚୁୟାଙ୍ଗଙ୍କ ଯୋଗ ପ୍ରଦର୍ଶନ
୧୧ ବର୍ଷର ଜଣେ ପିଲା ଏବେ ଚୀନର ସବୁଠାରୁ କମ ବୟସର ଯୋଗ ପ୍ରଶିକ୍ଷକ। ଏହା ମାଧ୍ୟମରେ ସେ ମାସିକ ୧୬,୦୦୦ ଡଲାର (୧୦.୯୦ ଲକ୍ଷ ଟଙ୍କା) ଆୟ କରୁଛନ୍ତି। ନିଜେ ଯୋଗ ଶିକ୍ଷା କରି ଯୋଗ ଗୁରୁ ପାଲଟିଥିବା ଏହି ପିଲା ଜଣକ ଏବେ ଚୀନର ନିଜ ବୟସର ପିଲାଙ୍କ ମଧ୍ୟରେ ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି।

ଚୀନ ମିଡିଆରେ କିଛି ଦିନ ପୂର୍ବରୁ ଏ ସମ୍ପର୍କରେ ଏକ ଖବର ପ୍ରକାଶିତ ହୋଇଥିଲା। ସେ ଲୋକଙ୍କୁ ପ୍ରାଚୀନ ଭାରତୀୟ ଯୋଗ ତାଲିମ ଦେଉଛନ୍ତି। ଏହି ଯୋଗ ଗୁରୁଙ୍କ ନାମ ହେଉଛି ସୁନ ଚୁୟାଙ୍ଗ ଓ ଇଂରାଜୀରେ ତାଙ୍କ ନାମ ମାଇକ। ଚୀନରେ ସେ ବହୁତ ଲୋକପ୍ରିୟ। ସୁନ ଚୀନର ପୂର୍ବରେ ଥିବା ଝୋଜିୟାଙ୍ଗର ବାସିନ୍ଦା। ସେ କେବଳ ଚୀନର ନୁହନ୍ତି, ବରଂ ପୂରା ବିଶ୍ବରେ ସବୁଠାରୁ କମ ବୟସର ସାର୍ଟିଫାଏଡ ଯୋଗ ଗୁରୁ।

ଦୁଇ ବର୍ଷରୁ ଯୋଗ ଶିଖିଥିଲେ
ସୁନଙ୍କ ମା’ଙ୍କ କହିବାନୁସାରେ ତାଙ୍କ ପୁଅ ହାଲୁକା ଭାବେ ଅଟିଜିମର ରୋଗର ଶିକାର ଜଣାପଡ଼ିବା ପରେ ମାତ୍ର ଦୁଇ ବର୍ଷ ବୟସରୁ ଯୋଗ ଶିଖିବା ଆରମ୍ଭ କରିଥିଲେ। ଦୁଇ ବର୍ଷର ହେଲାପରେ ତାଙ୍କୁ ଡେ’ କେୟାର ସେଣ୍ଟରକୁ ନେବା ପରେ ସୁନ ଏହି ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହି ରୋଗରୁ ମୁକ୍ତି ପାଇବା ଲାଗି ତାଙ୍କୁ ତାଙ୍କ ମା’ ଯୋଗ ସେଣ୍ଟର ନେଇ ଯାଇଥିଲେ। ମାତ୍ର ଗୋଟିଏ ବର୍ଷ ବର୍ଷ ଭିତରେ ସୁନ ବହୁତ ଭଲ ଭାବେ ଯୋଗ କରିବା ଆରମ୍ଭ କରିଥିଲେ। ଯୋଗ ତାଙ୍କର ପ୍ରାକୃତିକ ଦକ୍ଷତା ଭାବେ ଦେଖାଦେଇଥିଲା। ଦୁଇ ବର୍ଷ ଭିତରେ ସେ ଅଟିଜିମ ରୋଗକୁ ମଧ୍ୟ ହରାଇ ଦେଇଥିଲେ।

ଯୋଗ ବଳରେ ଅଟିଜିମରୁ ମୁକ୍ତି
ଗବେଷକଙ୍କ କହିବାନୁସାରେ ନିର୍ଦ୍ଦିଷ୍ଟ ଯୋଗାସନ ମାଧ୍ୟମରେ ପିଲାଙ୍କୁ ଅଟିଜିମକୁ ମୁକ୍ତ କରାଯାଇପାରିବ। ଯୋଗ ମାଧ୍ୟମରେ ସେମାନଙ୍କ ମାନସିକ ଓ ଶାରୀରିକ ଭାବେ ଉତ୍ତମ ବିକାଶ ହେବାରେ ଲାଗିଥାଏ। ଚୀନ ମିଡିଆରେ ଗତ କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ସୁନଙ୍କ ଜୀବନକୁ ଟ୍ରାକକୁ ଆଣିବା ଲାଗି ତାଙ୍କ ମା’ ମଧ୍ୟ ପ୍ୟାରେଣ୍ଟାଲ ଯୋଗ ଟ୍ରେନିଂ କୋର୍ସ ନେଇଥିଲେ। ଭଗବାନ ତାଙ୍କ ପୁଅକୁ ଉପହାର ସ୍ବରୂପ ଯୋଗ ଦେଇଛନ୍ତି। ଯଦିଓ ସୁନ ବେଶୀ କଥା କହନ୍ତି ନାହିଁ, କିନ୍ତୁ ଯୋଗ କୋର୍ସର ସମସ୍ତ କଥା ଓ ମୁଭ ତାଙ୍କର ଭଲ ଭାବେ ମନେରହିଛି।

୬ ବର୍ଷ ବୟସରୁ ହୋଇଥିଲେ ଲୋକପ୍ରିୟ
ନିଜର ସ୍ବତନ୍ତ୍ର ଦକ୍ଷତା ପାଇଁ ସୁନ ମାତ୍ର ୬ ବର୍ଷ ବୟସରୁ ଧିରେ ଧିରେ ଲୋକପ୍ରିୟ ହେବାରେ ଲାଗିଥିଲେ। ସ୍ଥାନୀୟ ଯୋଗ ସେଣ୍ଟର ତାଙ୍କୁ ନିଯୁକ୍ତ କରିବାକୁ ଚାହୁଥିଲେ। ୧୦୦ରୁ ଅଧିକ ଲୋକଙ୍କୁ ସେ ଯୋଗ ତାଲିମ ଦେଇ ସାରିଛନ୍ତି।

ଚୀନରେ ଲୋକପ୍ରିୟ ହେବାରେ ଲାଗିଛି ଯୋଗ
ଚୀନରେ ଯୋଗ ଲଗାତର ଲୋକପ୍ରିୟ ହେବାରେ ଲାଗିଛି। ଚୀନର ଲୋକେ ଫିଟନେସକୁ ଦୃଷ୍ଟିରେ ରଖି ଏହାକୁ ବେଶ ପସନ୍ଦ କରୁଛନ୍ତି। ସରକାରଙ୍କ ଦ୍ବାରା ଗତ ବର୍ଷ ଜାରି କରାଯାଇଥିବା ଏକ ଗବେଷଣା ପେପର ଯୋଗ ବ୍ଲୁ ବୁକ: ଚାଇନା ଯୋଗ ଇଣ୍ଡଷ୍ଟ୍ରୀ ଡେଭଲପମେଣ୍ଟ ଅନୁସାରେ ଚୀନରେ ଏବେ ୧୦,୮୦୦ ଯୋଗ କେନ୍ଦ୍ର ରହିଛି। ଏଠାରେ ଲକ୍ଷ ଲକ୍ଷ ଲୋକ ଯୋଗ ତାଲିମ ନେଉଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ମାନ୍ୟତା ଦେବା ପାଇଁ ମିଳିତ ଜାତିସଂଘରେ ଚୀନ ଭାରତକୁ ସମର୍ଥନ କରିଥିଲା। ଚଳିତ ବର୍ଷ ପୂରା ଚୀନରେ ହଜାର ହଜାର ଲୋକ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ପ୍ରଦର୍ଶନ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।