ଦିଭା ଦିଶା: ଆକାଶରେ ଉଡ଼ାଣ ଭରିବାକୁ ଚାହୁଁଥିଲେ, ବଲିଉଡରେ ଉଡ଼ିଲେ

୫୦୦ ଟଙ୍କା ନେଇ ଆସିଥିଲେ ମୁମ୍ବାଇ, ଏବେ ୫ କୋଟିର ବଙ୍ଗଳାର ମାଲିକାଣୀ

ଦିଶା ପଟାନୀ
ଅଭିନେତ୍ରୀ ଦିଶା ପଟାନୀ ୧୩ ଜୁନରେ ନିଜର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ୨୦୧୫ରେ ଏକ କାଡବରୀ ଡାଏରୀ ମିଲ୍କର ଏକ ବିଜ୍ଞାପନରୁ କ୍ୟାରିଅର ଆରମ୍ଭ କରିଥିବା ଦିଶାଙ୍କ ଜନ୍ମ ୧୩ ଜୁନ ୧୯୯୨ରେ ଉରାଖଣ୍ଡର ପିଥୋରାଗଡ଼ରେ ହୋଇଥଲା। ପରେ ସେ ପରିବାର ସହ ବରେଲିରେ ରହିଥିଲେ। ତାଙ୍କ ପିତା ଜଗଦିଶ ସିଂ ପଟାନୀ ଡିଏସପି ଥିଲେ। ସେହିପରି ଦିଶାଙ୍କ ଭଉଣୀ ଖୁସବୁ ପଟାନୀ ଜଣେ ଆର୍ମି ଅଫିସର। ପିଲାଦିନୁ ଦିଶା ପାଇଲଟ ହେବାକୁ ଚାହୁଥିଲେ। ଦିଶା ଆମିଟି ୟୁନିଭସିର୍ଟି ନୋଏଡ଼ାରୁ ଇଲେକ୍ଟ୍ରୋନିକ୍ସ ଇିନିୟରିଂରେ ଗ୍ରାଜୁଏସନ କରିଥିଲେ। ଏଠାରୁ ସେ ମଡେଲିଂ କରିବା ଆରମ୍ଭ କରିଥିଲେ।

ଦିଶା ଜଣେ ମଡେଲ ଭାବେ କ୍ୟାରିଅର ଆରମ୍ଭ କରି ୨୦୧୩ରେ ପଣ୍ଡସ ଫେମିନା ମିସ ଇଣ୍ଡିଆରେ ପ୍ରଥମ ରନର୍ସ ଅପ ଟାଇଟଲ ହାସଲ କରିଥିଲେ। ପିଲାଦିନୁ ପାଇଲଟ ହେବାକୁ ଇଚ୍ଛା ରଖିଥିବା ଦିଶା ମାତ୍ର ୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ। ଏ ସମ୍ପର୍କରେ ସେ ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି। ସେ ମୁମ୍ବାଇରେ ଏକ ଅଡିସନ ଦେଇଥିଲେ। ଏହାପରେ ଅଡିସନ ଦେବାକୁ ତାଙ୍କୁ ଫୋନ ଆସିବାରେ ଲାଗିଲା। ୨୦୧୫ରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ନିର୍ଦେଶକ ପୁରି ଜଗନ୍ନାଥଙ୍କ ଫିଲ୍ମ ‘ଲୋଫର’ରୁ ସେ ସିନେମା ଜଗତରେ ପାଦ ରଖିଥିଲେ। ଏହି ସିନେମାରେ ସେ ବରୁଣ ତେଜଙ୍କ ସହ ନଜର ଆସିଥିଲେ। ୨୦୧୬ରେ ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘ଏମଏସ ଧୋନି: ଏ ଅନଟୋଲ୍ଡ ଷ୍ଟୋରୀ’ରେ କାମ କରିବାକୁ ସୁଯୋଗ ମିଳିଥିଲା। ଏଥିପାଇଁ ଦିଶାଙ୍କୁ ସ୍କ୍ରିନ ଆୱାର୍ଡରେ ଶ୍ରେଷ୍ଠ ଡେବ୍ୟୁ ଆୱାର୍ଡ ମିଳିଥିଲା।

ସେଲିବ୍ରିଟି ନେଟୱର୍ଥ ମୁତାବକ ଦିଶାଙ୍କ ନେଟୱର୍ଥ ୯୦ କୋଟି ଟଙ୍କା। ତାଙ୍କ ବାର୍ଷିକ ଆୟ ପାଖାପାଖି ୧୭ କୋଟି ଟଙ୍କା। ଦିଶାଙ୍କ ପାଖରେ ମୁମ୍ବାଇର ବାନ୍ଦ୍ରାରେ ଏକ ଘର ରହିଛି। ଏହି ଘରର ନାମ ସେ ଲିଟିଲ ହଟ ରଖିଛନ୍ତି। ଯାହାର ଦାମ ୫ କୋଟି ଟଙ୍କା। ତାଙ୍କ ପାଖରେ ବିଏମଡବ୍ଲ୍ୟୁ ୫ ସିରିଜ କାର ରହିଛି। ଯାହାର ମୂଲ୍ୟ ୫୨ ଲକ୍ଷ ଟଙ୍କା। ତାଙ୍କ ପାଖରେ ଅଡି ଏ୬ ରହିଛି, ଯାହାର ଦାମ ୫୪ ଲକ୍ଷ ଟଙ୍କା। ଏହା ବ୍ୟତୀତ ଦିଶାଙ୍କ ପାଖରେ ମର୍ସିଡିଜ ଇ ୨୨୦, ଜାଗୁଆର ଏଫ ପେସ ରହିଛି। ଏସବୁର ମୂଲ୍ୟ ଯଥାକ୍ରମେ ୫୬ ଲକ୍ଷ ଓ ୬୦ ଲକ୍ଷ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।