କୋଟିପତି କଣ୍ଠଶିଳ୍ପୀ ମିକାଙ୍କ ପାଖରେ ଏବେ ପ୍ରାଇଭେଟ ଜେଟ


କଣ୍ଠଶିଳ୍ପୀ ମିକା ସିଂ
ମିକା ସିଂ ଏବେ ବଲିଉଡର ଶ୍ରେଷ୍ଠ ୧୦ ମହଙ୍ଗା ପ୍ଲେବ୍ୟାକ ସିଙ୍ଗରଙ୍କ ମଧ୍ୟରେ ଅନ୍ୟତମ। ଗୋଟିଏ ଗୀତରେ ସ୍ବର ଦେବା ଲାଗି ସେ ଲକ୍ଷାଧିକ ଟଙ୍କା ଦାବି କରୁଛନ୍ତି। ୧୦ ଜୁନ ୧୯୭୭ରେ ଜନ୍ମିତ ମିକା ପଞ୍ଜାବୀ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କ ଛୋଟ ଭାଇ। ମିକାଙ୍କ ଅସଲ ନାମ ଅମରିକ ସିଂ। ତାଙ୍କ ମାତା ପିତାଙ୍କ ନାମ ବଲବୀର କୌର ଓ ଅଜମେର ସିଂ। ଉଭୟେ ରାଜ୍ୟ ସ୍ତରୀୟ ପହଲବାନ ଥିଲେ। ମିକା ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ।

ପ୍ରଥମେ ମିକା ୫୦୦ ଟଙ୍କା ପାଇଁ ଗୀତ ଗାଉଥିଲେ। କିନ୍ତୁ ଏବେ ଗୋଟିଏ ଗୀତ କିମ୍ବା ଷ୍ଟେଜ ଶୋ’ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବି କରୁଛନ୍ତି। ପାର୍ଟି, ବାହାଘର, କାର୍ଯ୍ୟକ୍ରମରେ ଷ୍ଟେଜ ପ୍ରୋଗ୍ରାମ ପାଇଁ ମିକା ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଏକ ମିଡିଆ ରିପୋର୍ଟ ମୁତାବକ ମିକା ପାଖାପାଖି ୬ ମିଲିଅନ ଡଲାର ଅର୍ଥାତ ପାଖାପାଖି ୪୫୦ କୋଟି ଟଙ୍କ ସମ୍ପତ୍ତିର ମାଲିକ। ତାଙ୍କ ପାଖରେ ଆଲିଶାନ ଫାର୍ମହାଉସ ବି ରହିଛି।

ହିନ୍ଦୀ ସିନେମାରେ ବହୁତ କମ ସେଲିବ୍ରିଟିଙ୍କ ପାଖରେ ପ୍ରାଇଭେଟ ଜେଟ ରହିଛି। ସେମାନେ ନିଜର ପ୍ରାଇଭେଟ ଜେଟରେ ହିଁ ଯାତ୍ରା କରିଥାନ୍ତି। ଏହି ସେଲିବ୍ରିଟିଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବଲିଉଡର ଟପ ଆକ୍ଟର। କିନ୍ତୁ କଣ୍ଠଶିଳ୍ପୀ ମିକା ସିଂଙ୍କ ପାଖରେ ପ୍ରାଇଭେଟ ଜେଟ ରହିଛି। ଏବେ ତାଙ୍କ ପାଖରେ ଅନେକଗୁଡ଼ିଏ ଲଗଜରୀ କାର ରହିଛି। ମିକାଙ୍କ ପାଖରେ ଲାଟେଷ୍ଟ ସିରିଜର ଅନେକ ଗାଡ଼ି ରହିଛି। ମିକାଙ୍କୁ ବୁଲେଟ ଓ ହମ୍ମରରେ ବୁଲିବାକୁ ଖୁବ ପସନ୍ଦ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ