ଦିନଦ୍ବିପ୍ରହରେ ଏଚଡିଏଫସି ବ୍ୟାଙ୍କରୁ ୧.୧୯ କୋଟି ଲୁଟ୍, ପୋଲିସର ତନାଘନା


ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ୍
ପାଟନା: ଦିନଦ୍ବିପ୍ରହରେ ଏଚଡିଏଫସି ବ୍ୟାଙ୍କରୁ କେତେକ ସଶସ୍ତ୍ର ଲୁଟେଣା ୧.୧୯ କୋଟି ଟଙ୍କା ଲୁଟି ନେଇଛନ୍ତି। ଏହି ଘରୋଇ ବ୍ୟାଙ୍କ୍ ଶାଖାଟି ବିହାରର ହାଜିପୁର ଅନ୍ତର୍ଗତ ଜାଡୁହାଠାରେ ରହିଥିବା ବେଳେ ସକାଳୁ ବ୍ୟାଙ୍କ୍ ଖୋଲା ହେବାର ମାତ୍ର କେଇ ମିନିଟ୍ ପରେ ଲୁଟେରାମାନେ ଏପରି ଅଘଟଣ ଘଟାଇଛନ୍ତି। ଏହି ଶାଖାଟି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ବାସଭବନ ନିକଟରେ ରହିଛି। ବ୍ୟାଙ୍କ୍ ଗୁରୁବାର ସକାଳୁ ଖୋଲିବାର କେଇ ମିନିଟ୍ ପରେ ୫ ଜଣ ଯୁବକ ଅସ୍ତ୍ରଶସ୍ତ୍ର ସହ ବ୍ୟାଙ୍କ୍ ଶାଖା ଭିତରେ ପ୍ରବେଶ କରିବା ସହ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କୁ କ୍ୟାଶ୍ ରୁମରୁ ଟଙ୍କା ଆଣି ସେମାନଙ୍କୁ ଧରାଇଦେବାକୁ ଧମକାଇଥିଲେ। ଏହାପରେ ସେମାନେ ୧ କୋଟି ୧୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ତୁରନ୍ତ ସେଠାରୁ ପଳାୟନ କରିଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ପୋଲିସ୍ ବ୍ୟାଙ୍କ୍ ଶାଖାରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାମାନଙ୍କ ଫଟୋ ବ୍ୟାଙ୍କ୍ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ପୋଲିସ୍ ସୂଚନା ଦେଇଛି। ଲୁଟେରାମାନେ ଟଙ୍କା ଗୋଟିଏ ବଡ଼ ବ୍ୟାଗ୍‌ରେ ଭର୍ତ୍ତି କରି ଶାଖାରୁ ବାହାରକୁ ବାହାରୁଥିବା ସମୟର ଦୃଶ୍ୟ ଭିଡିଓରେ କଏଦ ହୋଇଛି।

ଏହି ସିସିଟିଭି ଫୁଟେଜରୁ ଲୁଟେରାମାନଙ୍କୁ ଚିହ୍ନଟ କରିବା ସକାଶେ ପୋଲିସ୍ ଉଦ୍ୟମ କରୁଥିବା ସୂଚନା ଦେଇଛି। ଏଥିସହ ବ୍ୟାଙ୍କକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସହ ସୀମାରେଖାଗୁଡ଼ିକୁ ମଧ୍ୟ ସିଲ୍ କରାଯାଇଛି` ଏହାଛଡ଼ା ଲୁଟେରାମାନଙ୍କୁ ଠାବ କରିବା ସକାଶେ ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ଚଢ଼ାଉ ଜାରି ରହିଛି ବୋଲି ବୈଶାଲୀ ସୁପରିଣ୍ଟେଣ୍ଡେଣ୍ଟ୍ ମନୀଷ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ମୁଜାଫରନଗରସ୍ଥିତ ଏକ ବ୍ୟାଙ୍କରୁ ଲୁଟେରାମାନେ ବନ୍ଧୁକ ମୂନରେ ୬୫ ହଜାର ଟଙ୍କା ଲୁଟିନେଇଥିଲେ। ଖଟୋଲି ଟାଉନସ୍ଥିତ ରେଲୱେ ରୋଡ୍ ନିକଟସ୍ଥ ଉକ୍ତ ବ୍ୟାଙ୍କ୍ ବ୍ରାଞ୍ଚ କ୍ୟାଶିଅରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟିନେଇଥିବା ପୋଲିସ୍ ସୂଚନା ଦେଇଥିଲା। ସର୍କଲ୍ ଅଫିସର ଆରକେ ସିଂଙ୍କ କହିବାନୁସାରେ, ଦୁଇ ଲୁଟେରା ଏକ ବାଇକ୍ ଯୋଗେ ଆସି ବ୍ୟାଙ୍କରୁ ଟଙ୍କା ଲୁଟିନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ