ମଇଦା, ସୁଜି ଓ ବେସନରେ ପୋକ ନ ଲାଗିବାକୁ କରନ୍ତୁ ଏସବୁ ଉପାୟ


ପ୍ରତୀକାତ୍ମକ ଫଟୋ
ଘରେ ସୁଜି, ମଇଦା, ବେସନର ବହୁତ ଉପଯୋଗ କରାଯାଏ। କିନ୍ତୁ ଏହାକୁ ଠିକ ଭାବେ ସଂରକ୍ଷିତ ନ ରଖିବା ଫଳରେ ସାଧାରଣତଃ ଏଥିରେ ପୋକ ଲାଗିଯାଏ। ଯଦି ଆପଣ ମଧ୍ୟ ବେସନ, ସୁଜି ଓ ମଇଦାରେ ଶୀଘ୍ର ପୋକ ଲାଗିବା ନେଇ ଚିନ୍ତିତ ଅଛନ୍ତି, ତେବେ ଏହି ଟିପ୍ସ ଆପଣଙ୍କ ସମସ୍ୟା ଦୂର କରିପାରିବ।

ତେଜ ପତ୍ର କିମ୍ବା ନିମ୍ବ ପତ୍ର
ତେଜ ପତ୍ର କିମ୍ବା ନିମ୍ବ ପତ୍ରକୁ ସୁଜି, ମଇଦା ଓ ବେସନ କଣ୍ଟେନରରେ ରଖନ୍ତୁ। ଏପରି କରିବା ଦ୍ବାରା ଏଥିରେ ଶୀଘ୍ର ପୋକ ଲାଗି ନ ଥାଏ। ଏଥିସହିତ ମଏଶ୍ଚର ବି ହୋଇ ନ ଥାଏ।

ଏୟାର ଟାଇଟ କଣ୍ଟେନର
ଅଟା କିମ୍ବା ଶସ୍ୟରେ ପୋକ ନ ଲାଗିବାକୁ ସବୁଠାରୁ ସହଜ ଉପାୟ ହେଉଛି, ଏହାକୁ କାଚ, ମେଟାଲ କିମ୍ବା କେଣସି ମୋଟା ପ୍ଲାଷ୍ଟିକ ଏୟାର ଟାଇଟ କଣ୍ଟେନରରେ ଭଲ ଭାବେ ବନ୍ଦ କରି ରଖନ୍ତୁ।

ରେଫ୍ରିଜରେଟର
ଯଦି ଆପଣ ସୁଜି, ମଇଦା, ବେସନକୁ ଦୀର୍ଘ ସମୟ ଯାଏ ଷ୍ଟୋର କରିବାକୁ ଚାହୁଛନ୍ତି, ତେବେ ଆପଣ ଏହାକୁ ଫ୍ରିଜରେ ରଖିପାରିବେ। ଏହି ସବୁ ଜିନିଷ ଫ୍ରିଜରେ ରଖିବା ଫଳରେ ବହୁତ ଦିନ ଯାଏ ତାଜ ରହିବା ସହିତ ପୋକ ଲାଗି ନ ଥାଏ।

ପୁଦିନା ପତ୍ର
ସୁଜି ଓ ବେସନକୁ ପୋକ ଲାଗିବାରୁ ରକ୍ଷା କରିବା ପାଇଁ ଏଥିରେ ଶୁଖିଲ ପୁଦିନା ପତ୍ର୍ର ରଖିପାରିବେ। ପୁଦିନା ବାସ୍ନାରେ ଏହି ସାମଗ୍ରୀରେ ପୋକ ଲାଗିବାକୁ ଦିଏ ନାହିଁ।

ଭାଜନ୍ତୁ
ସୁଜି ଓ ବେସନରେ ପୋକ ନ ଲାଗିବାକୁ ଏହାକୁ କଡ଼େଇରେ ହାଲୁକା ଭାବେ ଭାଜି ଡବାରେ ବନ୍ଦ କରି ରଖନ୍ତୁ। ଏହାଦ୍ବାରା ଜିନିଷ ଖରାପ ହେବା କିମ୍ବା ପୋକ ଲାଗିବା ସମ୍ଭାବନା ବହୁତ କମ ହୋଇଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ