ସାବାସ ସୁନୀତା: କୋରୋନା ରୋଗୀଙ୍କ ସେବାରେ କର୍ଣ୍ଣାଟକର ଏକମାତ୍ର ମହିଳା ସ୍ବେଚ୍ଛାସେବୀ ଅଟୋଚାଳକ


ସ୍ବେଚ୍ଛାସେବୀ ଅଟୋ ଡ୍ରାଇଭର ସୁନୀତା
କୋରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତା କରିବା ଲାଗି ଲକ୍ଷ ଲକ୍ଷ ଲୋକ ହାତ ବଢ଼ାଉଛନ୍ତି। ଛୋଟରୁ ଆରମ୍ଭ କରି ବଡ଼ ବ୍ୟକ୍ତିବିଶେଷ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରୁଛନ୍ତି। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସୁନୀତା। ଯିଏ ଆପଣଙ୍କ ମୁଣ୍ଡ ମଧ୍ୟ ଗର୍ବରେ ଉଚ୍ଚା କରିଦେବ। କର୍ଣ୍ଣାଟକରେ ଅଟୋରିକ୍ସା ଆମ୍ବୁଲାନ୍ସ ପାଇଁ ୧୮ ଜଣ ସ୍ବେଚ୍ଛାସେବୀ ଡ୍ରାଇଭର ଚୟନ କରାଯାଇଛି। ଏଥିରେ ସୁନୀତା ଏକମାତ୍ର ମହିଳାଙ୍କ ଚୟନ ଅଟୋରିକ୍ସା ଆମ୍ବୁଲାନ୍ସ ପାଇଁ ହୋଇଛି।

କୋରୋନା ରୋଗୀଙ୍କ ପାଇଁ ଡ୍ରାଇଭର ହେବାକୁ ସ୍ଥିର କଲେ
ସୁନୀତାଙ୍କ କହିବାନୁସାରେ ମହାମାରୀ ସମୟରେ ଅନେକ ଲୋକ ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ସାହାଯ୍ୟ କରୁଛନ୍ତି। ତେଣୁ ସେ କୋରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅଟୋରିକ୍ସା ଆମ୍ବୁଲାନ୍ସ ଡ୍ରାଇଭର ହେବାକୁ ସ୍ଥିର କରିଛନ୍ତି। ଏହି ଆମ୍ବୁଲାନ୍ସରେ ମେଡିକାଲ କେୟାର ସହ ଜଡ଼ିତ ସମସ୍ତ ଉପକରଣ ଓ ଅକ୍ସିଜେନ ସୁବିଧା ରହିଛି।

୯ ବର୍ଷ ହେଲା ଅଟୋ ଚଲାଉଛନ୍ତି
ସ୍କୁଲ ପାଠପଢ଼ା ସାରି ପେଣ୍ଟିଂରେ କ୍ୟାରିଅର କରିବାକୁ ସୁନୀତା ଚାହୁଥିଲେ। କିନ୍ତୁ ୨୦୦୫ରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା। ଏହା ପରେ ସେ ଅଟୋରିକ୍ସା ଡ୍ରାଇଭିଂ ଆରମ୍ଭ କରିଥିଲେ। ୨୦୧୨ରେ ସେ ତାଙ୍କର ପ୍ରଥମ ଅଟୋରିକ୍ସା କିଣିଥିଲେ। ଗତ ୯ ବର୍ଷ ହେଲାଣି ସେ ଅଟୋ ଚଳାଉଛନ୍ତି।

କୋରୋନା ରୋଗୀଙ୍କୁ ନେବା ଆଣିବା ପାଇଁ ତାଲିମ
ସୁନୀତାଙ୍କ ସମେତ ୧୮ ଜଣ ସ୍ବେଚ୍ଛାସେବୀ ଡ୍ରାଇଭରଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ତାଲିମ ଦିଆଯାଇଛି। ପିପିଇ କିଟ ପିନ୍ଧିବାର ଉପାୟ ସହିତ କୋରୋନା ରୋଗୀଙ୍କୁ କିପରି ହ୍ୟାଣ୍ଡଲ କରିବେ ତାହା ମଧ୍ୟ କୁହାଯାଇଛି। ସୁନୀତା କହିଛନ୍ତି ଯେ ଅନ୍ୟ ପୁରୁଷ ଡ୍ରାଇଭରଙ୍କ ଭିତରେ ଏକମାତ୍ର ମହିଳା ଡ୍ରାଇଭର ହୋଇଥିଲେ ମଧ୍ୟ ତାଙ୍କୁ କେବେ କୌଣସି ସମସ୍ୟା ହୋଇ ନାହିଁ। ଏହା ତାଙ୍କ ପାଇଁ ସବୁଠାରୁ ଖୁସିର ବିଷୟ। ସମସ୍ତ ଡ୍ରାଇଭର ତାଙ୍କୁ ସମ୍ମାନ ଦେଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ