ଭାରତର ୯୭ ପ୍ରତିଶତ ପରିବାରକୁ କୋରୋନା ଚଡ଼କ


କୋରୋନା କାଳରେ ମିଳୁନି ନିଯୁକ୍ତି, ଚାଲିଛି ଛଟେଇ
କୋରୋନା ଉଜାଡ଼ିଛି ପରିବାର। ବିପର୍ଯ୍ୟସ୍ତ ହୋଇପଡ଼ିଛି ଜୀବିକା। ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ରାସ୍ତାକଡ଼ ଦୋକାନୀଙ୍କ ଯାଏ ବିଭିନ୍ନ ବର୍ଗ ପ୍ରଭାବିତ ହୋଇଛନ୍ତି। କୋଭିଡ-୧୯ ଦ୍ବିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ଚାକିରି ହରାଇଛନ୍ତି। ମହାମାରୀ ଆରମ୍ଭରୁ ଏ ଯାଏ ଦେଶର ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି। ଏଥିରୁ ସ୍ପଷ୍ଟ ଯେ କୋରୋନା ୯୭ ପ୍ରତିଶତ ପରିବାର ଉପରେ ସିଧାସଳଖ ପ୍ରଭାବ ପକାଇଛି।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ ବ୍ୟାସ ସୂଚନା ଦେଇ କହିଛନ୍ତି ଯେ ସହରାଞ୍ଚଳରେ କୋରୋନା ୧୭.୮୮ ପ୍ରତିଶତଙ୍କୁ ବେରୋଜଗାର କରାଇଥିବା ବେଳେ ଗ୍ରାମୀଣ ଭାରତରେ ୯.୫୮ ପ୍ରତିଶତ ଅଧିବାସୀ ନିଜ ଜୀବିକାରୁ ତଡ଼ା ଖାଇଛନ୍ତି ବା ଜୀବିକା ନିର୍ବାହର ଉତ୍ସ ହରାଇଛନ୍ତି। ଗତ ୨୦୨୦ ଏପ୍ରିଲ ମାସରୁ ଚଳିତ ଜୁନ ପ୍ରଥମ ସପ୍ତାହ ଯାଏ ପର୍ଯ୍ୟାୟକ୍ରମେ ଦେଶବାସୀଙ୍କୁ ଲକଡାଉନ ଓ ଶଟଡାଉନର ସାମ୍ନା କରିବାକୁ ପଡ଼ିଥିବା ବେଳେ ସେମାନଙ୍କ ବ୍‌ତ୍ତି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଛି। ଗତ ଏପ୍ରିଲ ମାସରେ ଦେଶରେ ବେରୋଜଗାର ହାର ୮ ପ୍ରତିଶତ ଥିବା ବେଳେ ମେ ଶେଷ ସୁଦ୍ଧା ଏହା ୧୨ ପ୍ରତିଶତ ଟପିଛି। କୋରୋନାର ଦ୍ବିତୀୟ ଲହର ନିଯୁକ୍ତି ହରାଇବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଚଳିତ ବର୍ଷ ଜାନୁଆରୀ ମାସରୁ ମାର୍ଚ୍ଚ ମାସ ଯାଏ ଦେଶର ଅର୍ଥନୀତି କିଛିଟା ସୁଧୁରିଥିଲା। ତେବେ ଏହାକୁ ସନ୍ତୋଷଜନକ କୁହାଯାଇ ପାରିବ ନାହିଁ। ଆଗକୁ ଅର୍ଥନୀତିରେ ସୁଧାର ଆସିଲେ କିଛିଟା ପରିବର୍ତ୍ତନ ହୁଏତ ଘଟିପାରେ।

କ୍ଷତି ସହିଛନ୍ତି ଅଣସଂଗଠିତ କ୍ଷେତ୍ର
ଯେଉଁମାନେ ଚାକିରି ହରାଇଛନ୍ତି ସେମାନଙ୍କୁ ସହଜେ ନିଯୁକ୍ତି ମିଳୁ ନାହିଁ। ମୁଦ୍ରଣ ଶିଳ୍ପ ଓ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଅନେକ ସାମ୍ବାଦିକ ଓ ଅଣସାମ୍ବାଦିକଙ୍କୁ ବର୍ଷେ କାଳ ୪୦-୫୦ ପ୍ରତିଶତ କମ ଦରମାରେ କାମ କରିବାକୁ ପଡ଼ୁଥିବା ବେଳେ ଅନେକ ସଂସ୍ଥା ଏକାଧିକ ସଂସ୍କରଣ ବନ୍ଦ କରି ସାରିଲେଣି। ଆତିଥେୟତା ଓ ମନୋରଞ୍ଜନ ଶିଳ୍ପର କର୍ମଚାରୀମାନେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ହୋଟେଲ ଗୁଡ଼ିକ ବର୍ଷେ ହେଲା ବନ୍ଦ। ଫିଲ୍ମ ଶୁଟିଂ ହୋଇ ନ ପାରିବାରୁ ସ୍ପଟବୟ, ଲାଇଟ ବୟ, କ୍ୟାମେରାମ୍ୟାନ ଠାରୁ ପ୍ରଡ୍ୟୁସର ଓ ଡାଇରେକ୍ଟର ଯାଏ ସମସ୍ତେ ହାତ ବାନ୍ଧି ବସିଛନ୍ତି। ସିନେମା ହଲ ବନ୍ଦ। କର୍ମଚାରୀମାନେ ଛଟେଇ ହେବା ପରେ ନିଜ ନିଜ ଘରେ ବସିରହିଛନ୍ତି। ଅଳଙ୍କାର ନିର୍ମାତା, ଗାର୍ମେଣ୍ଟସ ଶିଳ୍ପ, ଜେମ୍ସ ଆଣ୍ଡ ଜୁଏଲାରୀ, ପାର୍ଲର, ଗ୍ୟାରେଜ, ଟ୍ରାନ୍ସପୋର୍ଟ, ଟୁର ଆଣ୍ଡ ଟ୍ରାଭେଲ୍ସ, ସେଲୁନ, ଚମଡ଼ା ଉଦ୍ୟୋଗ, ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥାର କର୍ମଚାରୀମାନଙ୍କୁ ମାଲିକମାନେ ଘରକୁ ଫେରାଇ ଦେଇଛନ୍ତି। ମାଡ଼ି ଚାଲିଛି ମହାମାରୀ, ନିୟନ୍ତ୍ରଣ ନ ହେଲା ଯାଏ ଖୋଲିବନି ସଂସ୍ଥା ବୋଲି ସରକାର ଏକ ପ୍ରକାର ଫତୁଆ ଜାରି କରିଛନ୍ତି।

ଅଣସଂଗଠିତ କ୍ଷେତ୍ରରେ ଅଧିକାଂଶ ନିଯୁକ୍ତି ଶାରୀରିକ ଶ୍ରମ ଆଧାରିତ ହୋଇଥିବା ବେଳେ ଓ ଖୁବ କମ କ୍ଷେତ୍ରରେ ବୁଦ୍ଧି ପ୍ରୟୋଗର ଆବଶ୍ୟକତା ଥିବା ବେଳେ ସଂଗଠିତ କ୍ଷେତ୍ରରେ ବୁଦ୍ଧି ଓ କାର୍ଯ୍ୟଦକ୍ଷତାକୁ ପ୍ରାଧାନ୍ୟ ଦିଆଯାଇଥାଏ। ତେଣୁ ଏହି କ୍ଷେତ୍ରର ଜଣେ କର୍ମଚାରୀଙ୍କ ନିଯୁକ୍ତି ଗଲେ ତାହା ପୁଣି ଫେରି ପାଇବା କଷ୍ଟକର। କାରଣ ତାଙ୍କର ଏକାଧିକ ପ୍ରତିଦ୍ବନ୍ଦ୍ବୀ ସ୍‌ଷ୍ଟି ହୋଇଥାନ୍ତି। ସମଗ୍ର ଦେଶରେ ତାଲାବନ୍ଦ ଯୋଗୁ ଗତବର୍ଷ କୋରୋନାରେ ୨୩.୦୬ ପ୍ରତିଶତ ରେକର୍ଡ ସ୍ତରରେ ପହଞ୍ଚିଥିଲା। ପ୍ରଥମ ପର୍ଯ୍ୟାୟରେ ଜୀବନ ସଜଡ଼ା ନ ହେଉଣୁ ଦ୍ବିତୀୟ ଲହର ପ୍ରବେଶ କରିଥିଲା। ଦେଶବାସୀ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ଫଳରେ ସବୁ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଆମ ଦେଶରେ ବେରୋଜଗାର ହାର ୩ରୁ ୪ ପ୍ରତିଶତ ରହିଲେ ତାହାକୁ ସାମାନ୍ୟ ବୋଲି ମନେକରାଯାଏ। ଏବେ ଏହା ଶୀର୍ଷ ସ୍ତରରେ ପହଞ୍ଚିଛି। କେବେ ଦେଶର ଅର୍ଥନୀତି ସୁଧୁରିବ ଓ ବେରୋଜଗାର ବ୍ୟକ୍ତି ପୁନଃ ନିଯୁକ୍ତି ପାଇବେ ସେ ସଂକ୍ରାନ୍ତରେ ଏବେଠୁ ଆକଳନ କରାଯାଇ ପାରୁ ନାହିଁ। ଆଇଟି/ସଫ୍ଟୱେର କମ୍ପାନୀମାନଙ୍କୁ ଛାଡ଼ିଦେଲେ ଅନ୍ୟ ସଂସ୍ଥା ଗୁଡ଼ିକ ନୂଆ ନିଯୁକ୍ତି ପ୍ରକ୍ରିୟାରୁ ଓହରି ଯାଇଥିବା ଭଳି ମନେହେଉଛି। ଚାକିରି ହରାଇଥିବା ଲୋକଙ୍କ ଭଳି ବିଦ୍ୟାର୍ଥୀମାନେ ମଧ୍ୟ ନିଜର ଭବିଷ୍ୟତକୁ ନେଇ ସବୁଠୁ ବଶ ଶଙ୍କାରେ ଅଛନ୍ତି। ପ୍ରାଥମିକ ସରକାରୀ ଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ ଅନେକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏବେ ବର୍ଷେ ହେଲା ପାଠପଢ଼ା ନାହିଁ କି କ୍ୟାମ୍ପସ ଆସୁନି। ଜୀବିକା କ୍ଷତିଗ୍ରସ୍ତ ହେବା ସହିତ ଖର୍ଚ୍ଚ ବିଶେଷକରି ସ୍ବାସ୍ଥ୍ୟ ବ୍ୟୟ ବ୍‌ଦ୍ଧି ନିମ୍ନ ଆୟକାରୀ ପରିବାର ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦ୍‌ଶ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ