ରାଜଧାନୀରେ ମହିଳାଙ୍କ ବେକ କାଟି ଲୁଟ୍‌ ଉଦ୍ୟମ


ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ମହିଳା
ଲକ୍‌ଡାଉନ୍‌ରେ ମାତିଛନ୍ତି ଲୁଟେରା। ଏକୁଟିଆ ଦେଖି ଲୋକମାନଙ୍କ ଠାରୁ କରୁଛନ୍ତି ଲୁଟ୍‌ପାଟ। ପୋଲିସ୍‌ ମଧ୍ୟ ଲୁଟେରାମାନଙ୍କ ଟେର୍‌ ପାଇବାରେ ସକ୍ଷମ ହେଉନାହିଁ। ରାଜଧାନୀରେ ଏଭଳି ଏକ ଲୁଟ୍‌ର ଶିକାର ହୋଇଛନ୍ତି ମହିଳା। ମହିଳାଙ୍କ ବେକ କାଟି ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ମହିଳା ଜଣକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ବର ନୟାପଲ୍ଲୀ ଭିଆଇପି ରୋଡ୍‌ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଯାହାର ସମ୍ପୂର୍ଣ୍ଣ ଚିତ୍ର କଏଦ ହୋଇଛି ସିସିଟିଭିରେ।

ସୂଚନାଯୋଗ୍ୟ, ସକାଳୁ ମହିଳା ଜଣକ ପରିବା ଆଣିବା ପାଇଁ ଯାଉଥିବା ସମୟରେ ତାଙ୍କୁ ଏକୁଟିଆ ପାଇ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଦୁର୍ବୃତ୍ତ ତାଙ୍କ ପାଖକୁ ଆସି ହଠାତ୍‌ ତାଙ୍କ ପାଖକୁ ଆସି ଏକ ଧାରୁଆ ଛୁରୀରେ ତାଙ୍କ ବେକକୁ ଆକ୍ରମଣ କରିଥିଲା। ମହିଳା ଜଣଙ୍କ ଜୋର୍‌ରେ ଚିତ୍କାର କରିବାରୁ ଦୁର୍ବୃତ୍ତ ସେଠାରୁ ଦୌଡ଼ି ପଳାଇଥିଲା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ନୟାପଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାଖରେ ଥିବା ଏକ ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଥିବା ବେଳେ ପୋଲିସ୍‌ ଉକ୍ତ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ