ସୁଶୀଲ କୁମାରଙ୍କୁ ଆଗୁଆ ଜାମିନ ପାଇଁ ମନା କଲେ କୋର୍ଟ


ରେସଲର ସୁଶୀଲ କୁମାର (ଫାଇଲ ଫଟୋ)
ଏକ ହତ୍ୟା ମାମଲାରେ ଛନ୍ଦି ହୋଇଥିବା ଅଲିମ୍ପିଆନ ରେସଲର ସୁଶୀଲ କୁମାରଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ଦିଲ୍ଲୀ କୋର୍ଟ ମନା କରି ଦେଇଛନ୍ତି। ସୁଶୀଲଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଅନୁସାରେ ବଳିଷ୍ଠ ପ୍ରମାଣ ମିଳି ସାରିଥିବାରୁ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଆଡିସନାଲ ସେସନ ଜଜ୍ ଜଗଦୀଶ କୁମାର ମାମଲାର ଶୁଣାଣି କରି ସୁଶୀଲଙ୍କୁ ଆଗୁଆ ଜାମିନ ପାଇଁ ଆସିଥିବା ପିଟିସନକୁ ଖାରଜ କରି ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ମେ ୪ ତାରିଖ ରାତିରେ ରେସଲର ସାଗର ରାଣା ଓ ତାଙ୍କର ଦୁଇ ସହଯୋଗୀ ସୋନୁ ଓ ଅମିତ କୁମାରଙ୍କୁ ସୁଶୀଲ ଛତ୍ରଶାଲ ଷ୍ଟାଡିୟମରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସାଗର ରାଣା ପ୍ରାଣ ହରାଇଥିଲା ବେଳେ ସୋନୁ ଓ ଅମିତ ମେଡିକାଲରେ ଚିକିତ୍ସା ପରେ ଛାଡ଼ ପାଇଥିଲେ। ଏହାପରଠୁ ଦିଲ୍ଲୀ ପୋଲିସ ସୁଶୀଲଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବାକୁ ଜାଲ ବିଛାଇ ଥିଲା ବେଳେ ସେ ଆଗୁଆ ଜାମିନ ପାଇଁ ଆବେଦନ କରି ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ। ମାତ୍ର କୋର୍ଟ ତାଙ୍କ ପିଟିସନକୁ ଖାରଜ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ତାଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ବି ଜାରି କରି ସାରିଛି ଦିଲ୍ଲୀ ପୋଲିସ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ