ଜୀବଜନ୍ତୁଙ୍କୁ ଖୁଆନ୍ତୁ, ରହିବନି ଅଭାବ


ପ୍ରତୀକାତ୍ମକ ଫଟୋ
ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରରେ ଗଛପତ୍ର ଓ ଜୀବଜନ୍ତୁଙ୍କ ବିଶେଷ ମହତ୍ତ୍ବ ରହିଛି। ଏଥିସହିତ ଜୀବଜନ୍ତୁଙ୍କ ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ବାହାରି ପାରିଥାଏ। ଏଭଳି କିଛି ଜୀବଜନ୍ତୁଙ୍କୁ ଭୋଜନ କରାଇଲେ ଆର୍ଥିକ ସସସ୍ୟା ଦୂର ହୋଇଥାଏ। ଜାତକରୁ ଗ୍ରହଦୋଷ ଦୂର ହେବାରେ ମଧ୍ୟ ସାହାଯ୍ୟ ମିଳିଥାଏ ବୋଲି କୁହାଯାଇଛି।

ଗାଈକୁ ରୁଟି
ହିନ୍ଦୁଧର୍ମରେ ଗାଈକୁ ମା’ର ପ୍ରତୀକ ବୋଲି କୁହାଯାଏ। ଏପରିସ୍ଥଳେ ଗାଈକୁ ପୂଜନୀୟ ଓ ପବିତ୍ର ମାନିବା ସହ ପୂଜା କରାଯାଏ। ଏଥିସହିତ ଗାଈକୁ ନିୟମିତ ରୁଟି ଖୁଆଇବା ଦ୍ବାରା କୁଣ୍ଡଳୀରୁ ଗ୍ରହଦୋଷ ଦୂର ହୋଇଥାଏ।

କୁକୁରକୁ ରୁଟି
ବାସ୍ତୁ ଅନୁସାରେ କଳା କୁକୁରକୁ ରୁଟି ଖୁଆଇବା ଶୁଭ ହୋଇଥାଏ। ଏହାଦ୍ବାରା ଶତ୍ରୁଙ୍କଠାରୁ ମୁକ୍ତି ମିଳିଥାଏ। ଘରେ ଚାଲିଥିବା ଜମିବାଡ଼ି ଓ ସମ୍ପତ୍ତି ସମ୍ବନ୍ଧିତ ବାଦବିବାଦ ଦୂର ହେବାରେ ସାହାଯ୍ୟ ମିଳିଥାଏ। ଜାତକରୁ ରାହୁ-କେତୁ ଓ ଶନିଦୋଷରୁ ମୁକ୍ତି ମିଳିଥାଏ।

ମାଛକୁ ଦାନା
ମାଛ ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ। ତେଣୁ ଅଟାର ଗୁଳା ତିଆରି କରି ମାଛକୁ ଖୁଆଇବା ଶୁଭ ବୋଲି କୁହାଯାଏ। କୌଣସି ବ୍ୟକ୍ତିଙ୍କ ମୂଲ୍ୟବାନ ବସ୍ତୁ ହଜି ଯାଇଥିଲେ କିମ୍ବା ପୈତୃକ ସମ୍ପତି ହାତରୁ ଚାଲି ଯାଇଥିଲେ, ମାଛକୁ ଅଟାଗୁଳା ଖୁଆଇବା ଉଚିତ। ଏହାଦ୍ବାରା ହଜିଯାଇଥିବା ଜିନିଷ ଓ ସମ୍ପତି ଫେରିବା ଯୋଗ ସୃଷ୍ଟି ହୋଇଥାଏ। ଏଥିସହିତ ଜାତକରୁ ଗ୍ରହଦୋଷ ଦୂର ହୋଇଥାଏ।

ପିମ୍ପୁଡ଼ିକୁ ଚିନି
ଋଣରେ ଚିନ୍ତିତ ଥିବା ଲୋକେ ପିମ୍ପୁଡ଼ିକୁ ନିୟମିତ ଚିନି ଖୁଆନ୍ତୁ। ଏହାଦ୍ବାରା ଋଣରୁ ମୁକ୍ତି ମିଳିବା ସହିତ ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଏଥିସହିତ ଘରର ଉନ୍ନତି ମଧ୍ୟ ହେବ।

ପକ୍ଷୀଙ୍କୁ ଦାନା
ସାଧାରଣତଃ ଘରର ଛାତ ଉପରେ ପକ୍ଷୀ ବସିଥାନ୍ତି। ଏପରିସ୍ଥଳେ ସେମାନଙ୍କୁ ଘଉଡ଼ାଇବା ବଦଳରେ ଚାଉଳ, ଗହମ, ଡାଲି ଭଳି ଶସ୍ୟ ପକାନ୍ତୁ। ଘର ଛାତ ଉପରେ ସେମାନଙ୍କ ପାଇଁ ପାଣି ଓ ଦାନା ରଖିବା ବ୍ୟବସ୍ଥା କରନ୍ତୁ। ଏହାଦ୍ବାରା ଆର୍ଥିକ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ବ୍ୟବସାୟ ବୃଦ୍ଧି ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ