ଋତୁ ପରିବର୍ତ୍ତନ ସହ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ


ପ୍ରତୀକାତ୍ମକ ଫଟୋ
ଋତୁ ବଦଳିବା ସହିତ ଅନେକ ପ୍ରକାରର ରୋଗ ମାଡ଼ି ଆସିଥାଏ। ଏବେ ତାପମାତ୍ରା ଅଧିକ ରହୁଥିବାରୁ ଗରମର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ତେବେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରାରେ ବହୁତ ପ୍ରଭେଦ ରହୁଥିବାରୁ ଅଧିକାଂଶ ଲୋକେ ଏବେ ରୋଗରେ ପଡ଼ୁଛନ୍ତି। ତେବେ କିଛି ମାତ୍ରାରେ ସାବଧାନତା ଅବଲମ୍ବନ କରି ସିଜନ୍‌ ପରିବର୍ତ୍ତନରେ ହେଉଥିବା ରୋଗକୁ ଏଡ଼ା ଯାଇପାରିବେ।

ବଢ଼ୁଛି ଭାଇରାଲ ଜ୍ବର
ଋତୁ ପରିବର୍ତ୍ତନ କାରଣରୁ ଭାଇରାଲ ଇନ୍‌ଫେକ୍ସନ୍‌ ସମସ୍ୟାବଢ଼ିବାରେ ଲାଗିଛି। ଡା. ଓମ୍‌ ଶ୍ରୀବାସ୍ତବଙ୍କ କହିବାନୁସାରେ ତାପମାତ୍ରାରେ ଲଗାତର ବୃଦ୍ଧି ଏବଂ ହ୍ରାସ ଜୀବାଣୁଙ୍କୁ ସୁହାଉଛି। ଯାହାଫଳରେ ଥଣ୍ଡା, କାଶ. ଜ୍ବର ଭଳି ସମସ୍ୟା ବଢ଼ିବାରେ ଲାଗିଛି।

ଶ୍ବାସ ରୋଗୀ ସତର୍କ ରହନ୍ତୁ
କୌଣସି ପ୍ରକାରର ଅସୁସ୍ଥତା ଅନୁଭବ କଲେ ସମୟ ନଷ୍ଟ ନ କରି ଡାକ୍ତରଙ୍କ ପାଖରେ ପରୀକ୍ଷା କରିବା ବୁଦ୍ଧିମାନର କାମ। ଋତୁ ପରିବର୍ତ୍ତନ ହେବା ସହ ସବୁଠାରୁ ଅଧିକ ସମସ୍ୟା ନିଶ୍ବାସ ପ୍ରଶ୍ବାସ ନେବା ଆଣିବାରେ ହୋଇଥାଏ। ଏଭଳି ରୋଗୀଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ। ତାପମାତ୍ରା ବୃଦ୍ଧି ସହିତ ଶରୀରରେ ପାଣି ସ୍ତର ମଧ୍ୟ କମିବାରେ ଲାଗିଥାଏ।

ପିଲାଙ୍କ ଯତ୍ନ ନିଅନ୍ତୁ
ଋତୁ ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ପିଲା ଏବଂ ବୟସ୍କଙ୍କ ଉପରେ ପଡ଼ିଥାଏ। କାରଣ ଏମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ରୋଗରେ ପଡ଼ିବାର ଆଶଙ୍କା ବଢ଼ିଯାଏ। ଏହି ସମୟରେ ଅଧିକାଂଶ ପିଲା ଥଣ୍ଡା, କାଶ, ନିମୋନିଆ ଭଳି ରୋଗରେ ପଡ଼ିଥାନ୍ତି। ହଠାତ୍‌ ଋତୁ ପରିବର୍ତ୍ତନ ଫଳରେ ମଧ୍ୟ ପିଲାଙ୍କୁ ଡାଏରିଆ ଭଳି ସମସ୍ୟା ଦେଖାଦିଏ। ଏପରିସ୍ଥଳେ ସେମାନଙ୍କୁ ନିୟମିତ ଭାବେ ତରଳ ଖାଦ୍ୟ ଦିଅନ୍ତୁ। ରୋଗରୁ ଦୂରେଇ ରଖିବା ଲାଗି ପିଲାଙ୍କୁ ଠିକ୍‌ ସମୟରେ ଟୀକାକରଣ କରାନ୍ତୁ।

କ’ଣ ଖାଇବେ, କ’ଣ ନ ଖାଇବେ
ଋତୁ ପରିବର୍ତ୍ତନରେ ହେଉଥିବା ରୋଗରୁ ରକ୍ଷା ପାଇବା ଲାଗି ଖାଦ୍ୟପେୟରେ ଧ୍ୟାନ ଦେବା ଉଚିତ। ମସଲାଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରହନ୍ତୁ। ସବୁଜ ପନିପରିବା ଏବଂ ଫଳ ଖାଇବା ଦରକାର। ରୋଗରେ ପଡ଼ିଲେ ନିଜେ ନିଜେ ଏଣୁ ତେଣୁ ଔଷଧ ନ ଖାଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ