କୋରୋନାରେ ପ୍ରାଣ ହରାଇଲେ ସିଆର୍‌ପିଏଫ୍‌ ଡିଆଇଜି


ସିଆର୍‌ପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥ (ଫାଇଲ୍‌ ଫଟୋ)
କୋରୋନାରେ ପ୍ରାଣ ହରାଇଛନ୍ତି ଆଉ ଜଣେ କୋରୋନା ଯୋଦ୍ଧା। ଭୁବନେଶ୍ୱର ସିଆର୍‌ପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ ହୋଇଛି। କୋରୋନା ସଂକ୍ରମିତ ହେବା ପରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଡିଆଇଜିଙ୍କ ପରଲୋକ ନେଇ ଭୁବନେଶ୍ୱର ସିଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ସିଆର୍‌ପିଏଫ୍‌ ଗ୍ରୁପ ସେଣ୍ଟର୍‌ର ଡିଆଇଜି ଥିବା ସୁନୀଲ କୁମାର ପାର୍ଥ ଏପ୍ରିଲ୍‌ ୨୬ରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେବେଠାରୁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ସେଠାରେ କ୍ରମଶଃ ସୁସ୍ଥ ହୋଇ ଆସୁଥିଲେ ମଧ୍ୟ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଶେଷରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପରିବାର ଲୋକ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ ବୋଲି ଜଣାଯାଇଛି। କୋଭିଡ ଗାଇଡଲାଇନ୍‌ ଅନୁଯାୟୀ, ସତ୍ୟନଗର ଶ୍ମଶାନରେ ସମ୍ପୂର୍ଣ୍ଣ ରୀତିନୀତିରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ। କୋରୋନା କାଳରେ ତାଙ୍କ କାର୍ଯ୍ୟଶୈଳୀକୁ ବେଶ ପ୍ରଶଂସା କରାଯାଇଛି। ପ୍ରଥମ ଲହରୀ କୋରୋନା ସଂକ୍ରମଣ ବେଳେ ସିଆରପିଏଫ୍ କ୍ୟାମ୍ପସରେ ଜଣଙ୍କର ବି ମୃତ୍ୟୁ ହୋଇ ନ ଥିଲା। ଏହା ପ୍ରଥମ ଘଟଣା। ସୁନୀଲଙ୍କ ମୃତ୍ୟୁରେ କ୍ୟାମ୍ପସ୍‌ରେ ଶୋକର ଛାୟା ଖେଳିଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ