ହୃତସ୍ପନ୍ଦନ ବଢ଼ାଉଛି ଜାହ୍ନବୀଙ୍କ ବିକିନି ଫଟୋଶୁଟ


ଜାହ୍ନବୀଙ୍କ ହଟ ଅବତାର
ଶ୍ରୀଦେବୀ ତନୟା ତଥା ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ତାଙ୍କ କାମରୁ ଫୁରସତ ବାହାର କରି କ୍ବାଲିଟି ଟାଇମ ବିତାଇବା ଲାଗି ମାଳଦ୍ବୀପ ଯାଇ ଫେରିଥିଲେ। ଏବେ ତାଙ୍କର ଏହି ଟ୍ରିପର ପଛର ଅସଲ କାରଣ ଜଣାପଡ଼ିଛି। ଜାହ୍ନବୀ ମାଳଦ୍ବୀପରେ ଛୁଟି କଟାଇବାକୁ ନୁହେଁ ବରଂ ଏକ ଟ୍ରାଭେଲ ମାଗାଜିନ ପାଇଁ କଭର ଫଟୋଶୁଟ ପାଇଁ ଯାଇଥିଲେ। ଜାହ୍ନବୀଙ୍କ କେତେକ ବିକିନି ଫଟୋ ଏବେ ସୋସାଲ ମିଡିଆରେ ତହଲକା ମଚାଉଛି।

ଜାହ୍ନବୀ ଏହି ଫଟୋରେ ସିଲଭର ରଙ୍ଗର ଶାଇନିଂ ବିକିନି ସହିତ ଅଣ୍ଟାରେ ଏକ ଷ୍ଟଲ ଗୁଡ଼ାଇଥିବା ନଜର ଆସୁଛନ୍ତି। ଜାହ୍ନବୀଙ୍କ ଏହି ବୋଲ୍ଡ ଅନ୍ଦାଜ ଇଣ୍ଟରନେଟରେ ଛାଇଯାଇଛି। ସେହିପରି ଅନ୍ୟ ଏକ ଫଟୋରେ ଜାହ୍ନବୀ ବ୍ଲୁ ବିକିନି ଓ ସମାନ ରଙ୍ଗର ଜ୍ୟାକେଟରେ ବେଶ ହଟ ଅନ୍ଦାଜରେ ପୋଜ ଦେଇଛନ୍ତି। ଆଉ କେତେକ ଫଟୋରେ ଜାହ୍ନବୀ ଗ୍ରୀନ ରଙ୍ଗର ମୋନୋକନିରେ ବହୁତ ବୋଲ୍ଡ ନଜର ଆସୁଛନ୍ତି। ଗ୍ରୀନ ମୋନୋକନି ସହିତ ସେ ମ୍ୟାଚିଂ ଶ୍ରଗ ପିନ୍ଧିଛନ୍ତି। ଏହା ତାଙ୍କ ଲୁକକୁ ପରଫେକ୍ଟ ଲୁକ ଦେଉଥିଲା। ତାଙ୍କର ଏହି ବ୍ୟାକଲେସ ମୋନୋକନି ତାଙ୍କ ପ୍ରଶଂସକଙ୍କ ହୃତସ୍ପନ୍ଦନ ବଢ଼ାଇ ଦେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ