କୋଭିଡ୍‌ ପରିଚାଳନାରେ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ୍‌

ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଟିକାକରଣ

ପ୍ରତୀକାତ୍ମକ ଫଟୋ
ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍‌ ଲାଗୁନି। ତେବେ ଏହାର ମୁକାବିଲା ଓ ପରିଚାଳନା କରିବାକୁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଆଜିଠାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସହ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯାଉଛି। ୪୫ ବର୍ଷରୁ ଉର୍ଦ୍ଧ୍ବ ବର୍ଗର ଲୋକଙ୍କୁ ସମସ୍ତ ଜିଲ୍ଲାରେ ଟିକାକରଣ କରାଯାଉଥିବାବେଳେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କେବଳ ଭୁବନେଶ୍ୱରେ ଆରମ୍ଭ ହୋଇଛି ଟିକାକରଣ। ଭାରତ ବାୟୋଟେକ୍‌ ଠାରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଭୁବନେଶ୍ୱରରେ ଏହି ଅଭିଯାନ ଚାଲିଛି।

ଅନ୍ୟପକ୍ଷରେ କୋରୋନା ମୁକାବିଲା ଓ କୋଭିଡ୍ ପରିଚାଳନାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୬ ଜଣ ଇଣ୍ଟର୍ନଙ୍କୁ ୧୦୪ କଲ୍‌ ସେଣ୍ଟର୍‌ରେ ନିୟୋଜିତ କରାଯାଇଛି। ସେମାନେ ଭୁବନେଶ୍ୱରସ୍ଥିତ ଇଡ୍‌କୋ ଟାଓ୍ବାରରେ ଖୋଲା ଯାଇଥିବା ଏହି ୧୦୪ କଲ୍‌ ସେଣ୍ଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଏମାନେ ହେଲେ ଡା.ଅରୁନ୍ଧତୀ ଆଚାର୍ଯ୍ୟ, ଦିବ୍ୟ ପ୍ରକାଶ ଆଚାର୍ଯ୍ୟ, ସୌରଭ ଆଚାର୍ଯ୍ୟ, ସୁମନ ସ୍ମିଥ ଅଧିକାରୀ, ପବନ ଅଗ୍ରଓ୍ବାଲ ଓ ଅନମୋଲ ଅଗ୍ରଓ୍ବାଲ୍‌।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ