ନବରାତ୍ରି ସ୍ପେସାଲ ଦହି ଆଳୁ ରେସିପି


ଦହି ଆଳୁ
ଚଳିତ ବର୍ଷ ଚୈତ୍ର ନବରାତ୍ରି ୧୩ ଏପ୍ରିଲରେ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କ ପୂଜା କରିବା ସହିତ ବ୍ରତ ମଧ୍ୟ ରଖିଥାନ୍ତି। ଏପରିସ୍ଥଳେ ଯଦି ଆପଣ ମଧ୍ୟ ବ୍ରତ ରଖୁଛନ୍ତି, ତେବେ ଦହି ଆଳୁ ତିଆରି କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨ ବଡ଼ ଚାମଚ ଘିଅ, ୧ ଛୋଟ ଚାମଚ ଜିରା, ୨ରୁ ୩ଟି ସିଝା ଆଳୁ, ୧ ଛୋଟ ଚାମଚ ଗୋଲମରିଚ ଗୁଣ୍ଡ, ଅଧ ଚାମଚ ରକ ସଲ୍ଟ, ୧ଟା କଞ୍ଚା ଲଙ୍କା, ୧ ଛୋଟ ଚାମଚ କଟା ଅଦା, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ୨ ଛୋଟ ଚାମଚ କଟୁ ଅଟା, ୧ କପ ପାଣି, ୧ କପ ଦହି।

ପ୍ରସ୍ତୁତି ପ୍ରଣାଳୀ
ପ୍ୟାନରେ ଘିଅ ଗରମ କରି ସେଥିରେ ଜିରା ଓ ଗୋଲମରିଚ ଗୁଣ୍ଡ ପକାଇ ଭାଜନ୍ତୁ। ଏବେ ଏଥିରେ ଆଳୁ ଓ ରକ ସଲ୍ଟ ପକାନ୍ତୁ। ଆଳୁକୁ ଫ୍ରାଏ କରନ୍ତୁ। ଅନ୍ୟ ଏକ ପ୍ୟାନରେ ଘିଅ ଗରମ କରି ଜିରା, କଞ୍ଚା ଲଙ୍କା ଓ କଟା ଅଦା ଭାଜନ୍ତୁ। ଏବେ ଏଥିରେ କଟୁ ଅଟା ମିଶାନ୍ତୁ। ଏବେ ଏଥିରେ ଦହି ଓ ପାଣି ମିଶଇ ଗାଢ଼ ଗ୍ରେଭି ତିଆରି କରନ୍ତୁ। ଏବେ ଏଥିରେ ଭଜା ଆଳୁ ପକାଇ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଦହି ଆଳୁ ରେସିପି। ଦହି ଆଳୁକୁ ସର୍ଭିଂ ଡିଶରେ ବାହାର କରି କଟୁ ଅଟାରେ ତିଆରି ପୁରି ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ