କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ମୋଦୀ


ଦ୍ବିତୀୟ ଡୋଜ୍ ଟିକା ନେଉଛନ୍ତି ମୋଦୀ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପୂର୍ବାହ୍ନରେ କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ଗ୍ରହଣ କରିଛନ୍ତି। ମୋଦୀ ଏହି ଟିକାର ଡୋଜ୍‌ଟି ସ୍ଥାନୀୟ ଏମ୍ସଠାରେ ନେଇଛନ୍ତି। ପ୍ରଥମ ଡୋଜ୍ ନେବା ବେଳେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ଟିକା ନେବାକୁ ପରାମର୍ଶ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟ ଟିକା ନେବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ଟିକା ଗ୍ରହଣ କରିବା ସକାଶେ ପରାମର୍ଶ ଦେଇଛନ୍ତି। ମୋଦୀ ପ୍ରଥମ ପର୍ଯ୍ୟାୟ ଟିକା ଗତ ମାର୍ଚ୍ଚ ୧ ତାରିଖରେ ଗ୍ରହଣ କରିଥିଲେ। ସେ ଦେଶରେ ଦୁଇଟି ଟିକା ଦିଆଯାଉଥିବା ବେଳେ ମୋଦୀଙ୍କୁ କୋଭାକ୍ସିନ୍ ଟିକା ଦିଆଯାଇଛି। ଏନେଇ ମୋଦୀ ସୋସାଲ୍ ମିଡିଆ ମାଧ୍ୟମରେ ଅବଗତ କରାଇବା ସହ କୋଭିଡ୍ ଭୂତାଣୁକୁ ପରାସ୍ତ କରିବା ସକାଶେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ମୋଦୀ କହିଛନ୍ତି ଯେ କୋଭିଡ୍ ଭୂତାଣୁକୁ ପରାସ୍ତ କରିବା ସକାଶେ ଟିକା ହିଁ ଏକମାତ୍ର ମାଧ୍ୟମ ଓ ଦେଶବାସୀ ଏହି ମାଧ୍ୟମକୁ ହାତଛଡ଼ା କରିବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀଙ୍କୁ ଦ୍ବିତୀୟ ପର୍ଯ୍ୟୟ ଟିକା ଦୁଇ ଜଣ ନର୍ସ ଦେଇଥିବା ବେଳେ ସେମାନେ ହେଲେ ପି. ନିବେଦା ଓ ନିଶା ଶର୍ମା। ପି. ନିବେଦା ପୁଡୁଚେରୀ ନିବାସୀ ହୋଇଥିବା ବେଳେ ନିଶା ଶର୍ମା ପଞ୍ଜାବର ବାସିନ୍ଦା। ଗତ ମାର୍ଚ୍ଚ ୧ ତାରିଖରେ ମୋଦୀଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ମଧ୍ୟ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟ ଟିକା ଦେବା ପରେ ନର୍ସ ନିବେଦିତା କହିଛନ୍ତି ଯେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟିବା ଦେବାର ସୁଯୋଗ ମିଳିବା ସହ ତାଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିବା ସୌଭାଗ୍ୟର ବିଷୟ। ସେହିପରି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇଥିବା ସିଷ୍ଟର୍ ନିଶା କହିଛନ୍ତି ଯେ ଏହା ତାଙ୍କ ସକାଶେ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ। ସୂଚନାଯୋଗ୍ୟ ଯେ ଭାରତରେ ୩ୟ ପର୍ଯ୍ୟାୟ ଟିକାକରଣରେ ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଦ୍ବିତୀୟ ପର୍ଯ୍ୟାୟରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମରେ ୪୫ ବର୍ଷରୁ ଊର୍ଦ୍ଧ୍ବ ଅନ୍ୟାନ୍ୟ ରୋଗ ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଟିକା ଦିଆଯାଇଥିଲା। ଏହାଛଡ଼ା କୋଭିଡ୍ ଟିକାକରଣକୁ ଅଧିକ ବ୍ୟାପକ କରିବା ସକାଶେ ଆସନ୍ତା ଏପ୍ରିଲ୍ ୧୧ ତାରିଖରୁ ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ କୋଭିଡ୍ ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ